Friday, April 17, 2026 06:41 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସାଂଗଠନିକ ନେତୃତ୍ୱରେ ବବିଙ୍କ ସଫଳତାର ବର୍ଷେ

by Our Correspondent
04 Mar, 2021- 10:38 PM
in Latest News, News, Politics
1 min read
0
ସାଂଗଠନିକ ନେତୃତ୍ୱରେ ବବିଙ୍କ ସଫଳତାର ବର୍ଷେ

ଭୁବନେଶ୍ୱର: ବିଜେଡ଼ି ସାଂଗଠନିକ ସମ୍ପାଦକ ଦାୟିତ୍ୱରେ ବିଧାୟକ ପ୍ରଣବ ପ୍ରକାଶ(ବବି) ଦାସଙ୍କ ବର୍ଷଟିଏ ପୂରିଛି । ଗତବର୍ଷ ବିଜୁବାବୁଙ୍କ ପବିତ୍ର ଜନ୍ମିତିଥି ତଥା ବିଜେଡ଼ି ସରକାରର ୨୦ ବର୍ଷ ପୂର୍ତ୍ତି ଅବସରରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରିଥିଲେ । ଏଇ ବର୍ଷକ ଭିତରେ ବିଜେଡ଼ି ସଂଗଠନକୁ ସୁଦୃଢ଼ କରିବାରେ ବବି ଯେ କେବଳ ସଫଳ ହୋଇଛନ୍ତି ତାହା ନୁହେଁ, ବିରୋଧୀ ଦଳର ଗୋଟିଚାଳନାକୁ ମାତ୍ ଦେବାରେ ତାଙ୍କର ଦକ୍ଷତାକୁ ମଧ୍ୟ ଦଳୀୟ ମହଲରେ ପ୍ରଶଂସା କରାଯାଇଛି ।

୨୦୧୯ ସାଧାରଣ ନିର୍ବାଚନ ପରିଚାଳନାରେ ବବି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ପରେ ପରେ ବିଜେପୁର ଓ ପାଟକୁରା ଉପନିର୍ବାଚନରେ ବିଜେଡ଼ିର ବିପୁଳ ସଫଳତା ପଛରେ ତାଙ୍କର ଏକ ବଡ଼ ଭୂମିକା ଥିଲା । ସାଂଗଠନିକ ସମ୍ପାଦକ ଦାୟିତ୍ୱ ନେବା ପରେ ବାଲେଶ୍ୱର ଓ ତିର୍ତ୍ତୋଲ୍ ଉପନିର୍ବାଚନ ତାଙ୍କ ପାଇଁ ଥିଲା ବଡ଼ ଚାଲେଂଜ । ଆଉ ଏହି ଚାଲେଂଜକୁ ସହଜରେ ପାର୍ କରିବା ପଛରେ ଥିଲା ବବିଙ୍କର ଅକ୍ଲାନ୍ତ ପରିଶ୍ରମ ଓ ବିଚକ୍ଷଣ ରଣନୀତି ।

ବାଲେଶ୍ୱରରେ ବିଜେପିର ଅନୁକମ୍ପା ହାସଲ ଲକ୍ଷ୍ୟକୁ ଭଣ୍ଡୁର କରିବା ଏବଂ ତିର୍ତ୍ତୋଲ୍ ରେ ଗତଥରଠାରୁ ଅଧିକ ଭୋଟ ହାସଲ କରି ବିଜେଡ଼ି ନିଜର ପତିଆରାକୁ ଦ୍ୱିଗୁଣିତ କରିଥିଲା । ଦୁଇଟି ଯାକ ଆସନରେ ନବୀନ ପଟ୍ଟନାୟକଙ୍କ ସେନାପତି ସାଜି ଦଳକୁ ବିଜୟର ମୁକୁଟ ପିନ୍ଧାଇବାରେ ବବିଙ୍କ ଭୂମିକାକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଇଥିଲା । ଶତ୍ରୁପକ୍ଷକୁ ଦମନ କୋ÷ଶଳରେ ବବିଙ୍କ ପାରଙ୍ଗମତାକୁ ନେଇ ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚା ହୋଇଥିଲା ।

ବିରୋଧୀ ଶିବିରର କେଉଁ ନେତା ବିଜେଡ଼ି ପାଇଁ ଆସେଟ୍ ହୋଇପାରିବେ, ଦଳର କେଉଁ ନେତାଙ୍କୁ କେଉଁ ଜାଗାରେ ନିୟୋଜିତ କଲେ ନିର୍ବାଚନା ପରିଚାଳନା ସହଜ ହେବ ତାହାର ମ୍ୟାପିଂ କରିଥିଲେ ବବି । ବାଲେଶ୍ୱରର ବିଜେପି ଗୋଷ୍ଠୀ କନ୍ଦଳରୁ ଫାଇଦା ଉଠାଇବା ଓ ବିଜେପିର ସହାନୁଭୂତି ଭୋଟକୁ ଭାଙ୍ଗିବାରେ ତାଙ୍କର ଥିଲା ଗୋଟିଚାଳନା । ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ବଳ, ବିଜେପିର ଦୃଢ଼ ସଂଗଠନ, ପ୍ରାର୍ଥୀଙ୍କ ସପକ୍ଷରେ ଅନୁକମ୍ପା ହାୱା ଓ ଦୃଢ଼ ପ୍ରଚାରକୁ ମୁକାବିଲା ସହ ଦଳ ଭିତରେ ଦୁଇ ପରଷ୍ପର ବିରୋଧୀ ରବୀନ୍ଦ୍ର ଜେନା ଏବଂ ଜୀବନ ପ୍ରଦୀପ ଦାଶ ଗୋଷ୍ଠୀଙ୍କୁ ଦୁଇ କାନ୍ଧରେ ବୋହି ନିର୍ବାଚନ ଲଢ଼ିବା କାଠିକର ପାଠ ହୋଇଥିଲେ ମଧ୍ୟ ବିଜେଡ଼ି ତାହାକୁ ଅଚିରେ ପାର୍ କରିଥିଲା । ନବୀନଙ୍କ ଲୋକପ୍ରିୟତା ଓ ବବିଙ୍କ ସାଂଗଠନିକ ପରିଚାଳନା ଯୋଗୁଁ ଏହା ସମ୍ଭବ ହୋଇଥିଲା ।

ସେହିଭଳି ତିର୍ତ୍ତୋଲ୍ ଆସନକୁ ବଜାୟ ରଖିବା ବିଜେଡ଼ି ପାଇଁ ସହଜ ନଥିଲା । ବିଜେଡ଼ିର ଦୁଇଗୋଷ୍ଠୀଙ୍କୁ ମନାଇବା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଇ ଦୁଇ ଥର ପ୍ରଚାର କରିବା, ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ରୋଡ୍ ସୋ ଏବଂ ସର୍ବୋପରି କଂଗ୍ରେସର ଶକ୍ତିବୃଦ୍ଧିର ସାମନା କରିବା ବିଜେଡ଼ି ପାଇଁ ଚାଲେଂଜକର ଥିଲା । ମାତ୍ର ଏହି ପ୍ରତିକୂଳ ପରିସ୍ଥିତିକୁ ସାମନା କରି ଦଳୀୟ ପ୍ରାର୍ଥୀଙ୍କୁ ଗତଥର ଠାରୁ ଅଧିକ ଭୋଟ ବ୍ୟବଧାନରେ ଜିତାଇବାରେ ବବିଙ୍କ ରଣନୀତି ଥିଲା ।

ବବିଙ୍କୁ ସାଂଗଠନିକ ନେତୃତ୍ୱ ମିଳିଥିବାରୁ ବରିଷ୍ଠ ନେତାଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଥିବା ପ୍ରଥମେ କିଛି ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ଏହା ଭୁଲ୍ ପ୍ରମାଣିତ ହୋଇଥିଲା । ବବିଙ୍କ ଅକ୍ଲାନ୍ତ ପରିଶ୍ରମ ଓ ଦକ୍ଷତାରେ ବରିଷ୍ଠ ନେତାମାନେ ଓଲଟି ଖୁସି ହୋଇ ସହଯୋଗ କରୁଥିବା ଦେଖିବାକୁ ମିଳିଲା । ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଏବଂ ରାଉରକେଲା ଗସ୍ତକୁ ସଫଳ କରିବାରେ ବବିଙ୍କ ଟିମ୍ ର ଅକ୍ଲାନ୍ତ ପରିଶ୍ରମ ବିରୋଧୀ ଦଳଙ୍କୁ ବି ତାଜୁବ କରିଥିଲା ।

ଇତିମଧ୍ୟରେ ଦଳର ଛାମୁଆ ସଂଗଠନଗୁଡ଼ିକୁ ଅଧିକ ସକ୍ରିୟ କରିବାରେ ବବି ଦିନରାତି ପରିଶ୍ରମ କରୁଛନ୍ତି । ନିଜେ ସବୁ ଅଞ୍ଚଳ ଗସ୍ତ କରି ଯୁବ, ଛାତ୍ର ଓ ମହିଳା ସଂଗଠନକୁ କ୍ରିୟାଶୀଳ କରାଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନୀତି, ଆଦର୍ଶରେ କର୍ମୀଙ୍କୁ ବାଟ ଚଲାଇବା ଏବଂ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇବା ତାଙ୍କର ପ୍ରାଥମିକତା ହୋଇଛି ବୋଲି ଦଳର ଅନେକ ବରିଷ୍ଠ ନେତା ସ୍ୱୀକାର କରିଛନ୍ତି ।

ନିଜର କାର୍ଯ୍ୟଶୈଳୀ ପାଇଁ ମୁଖିଆଙ୍କ ବିଶ୍ୱାସଭାଜନ ହୋଇସାରିଥିବାରୁ ନେତା ଓ କର୍ମୀଙ୍କ ଉପରେ ଅଖଣ୍ଡ ପ୍ରଭାବ ବିସ୍ତାର କରିବାରେ ବବି ଆଜି ବେଶ୍ ସଫଳ । ବିଜେଡ଼ିର ଯୋଜନାକୁ ସରକାରୀସ୍ତରରେ କାର୍ଯ୍ୟକାରୀ କରିବା ଦାୟିତ୍ୱ ମଧ୍ୟ ତାଙ୍କ ହାତରେ । ଦଳ ଓ ସରକାର ମଧ୍ୟରେ ସମନ୍ୱୟ ରଖିବାକୁ ମୁଖ୍ୟମନ୍ତ୍ରୀ ଦେଇଥିବା ଗୁରୁ ଦାୟିତ୍ୱ ତୁଲାଇବାରେ ବବିଙ୍କର ନିଷ୍ଠାପର ଉଦ୍ୟମକୁ ରାଜନୈତିକ ପର୍ଯ୍ୟବେକ୍ଷକମହଲରେ ପ୍ରଶଂସା କରାଯାଉଛି ।

Previous Post

କେନ୍ଦ୍ରାପଡ଼ାରେ ୫୦ ହଜାର କୋଟିର ଷ୍ଟିଲ୍ ପ୍ଲାଣ୍ଟ

Next Post

ଆଜି ବିଜୁବାବୁଙ୍କ ପୂଣ୍ୟ ଜନ୍ମଦିନ

Next Post
ଆଜି ବିଜୁବାବୁଙ୍କ ପୂଣ୍ୟ ଜନ୍ମଦିନ

ଆଜି ବିଜୁବାବୁଙ୍କ ପୂଣ୍ୟ ଜନ୍ମଦିନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA