ଭୁବନେଶ୍ୱର: ଆଜି ଅନ୍ତର୍ଜାତୀୟ ମହିଳା ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ପ୍ରତ୍ୟେକ ଝିଅ ମାନଙ୍କୁ ନିର୍ଭୟରେ ସ୍ୱପ୍ନ ଦେଖିବାକୁ ଆହ୍ୱାନ ଦେଇଛନ୍ତି । ସମାଜର...
ଭୁବନେଶ୍ୱର: ବିଶ୍ୱ ମହିଳା ଦିବସ ପାଳନ ଅବସରରେ ଆଜି ଛାତ୍ରୀ କଂଗ୍ରେସ ପକ୍ଷରୁ ସଭାପତି ଉଦ୍ଦିତ ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶାରେ କ୍ରମବର୍ଦ୍ଧିଷ୍ଣୁ ନାରୀ ନିର୍ଯ୍ୟାତନ, ଦୁଷ୍କର୍ମ ଓ...
ଭୁବନେଶ୍ୱର: ରାଜ୍ୟ ବିଜେପିର ବରିଷ୍ଠ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଆଜି ଅତି ସାଂଘାତିକ ଏବଂ ବିବାଦୀୟ ବୟାନ ଦେଇଛନ୍ତି । ଅନ୍ତର୍ଜାତୀୟ ମହିଳା...
ଭୁବନେଶ୍ୱର : ଆଜି ବିଶ୍ୱ ମହିଳା ଦିବସରେ ଶଙ୍ଖ ଭବନରେ ବିଜୁ ମହିଳା ଜନତା ଦଳର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଦଳର ସଭାପତି ତଥା ବିରୋଧୀ ଦଳ...
ଭୁବନେଶ୍ୱର: ଆଜି ୫୧ତମ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟର କୋଟିଏ ମହିଳା ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ପ୍ରଦାନ କରାଯାଇଛି । ବ୍ରହ୍ମପୁର ଆମ୍ବପୁଆଠାରେ...
ଭୁବନେଶ୍ୱର: କିଟ୍ କ୍ୟାମ୍ପସରେ ସ୍ୱାଭାବିକତା ସୁନିଶ୍ଚିତ କରିବା ଦିଗରେ କିଟ୍ କର୍ତ୍ତୃପକ୍ଷ ବ୍ୟାପକ ପଦକ୍ଷେପ ନେଇଛନ୍ତି । ଫଳରେ ଏବେ ନେପାଳୀ ଛାତ୍ରଛାତ୍ରୀମାନେ କ୍ୟାମ୍ପସ୍କୁ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ୧୦୦୦ ଛାତ୍ରଛାତ୍ରୀ ହଷ୍ଟେଲ୍କୁ ଫେରିସାରିଲେଣି । ୧୧୦୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ବାକି ୧୦୦ ଛାତ୍ରଛାତ୍ରୀ ମଧ୍ୟ କ୍ୟାମ୍ପସ୍କୁ ଫେରୁଛନ୍ତି । ନେପାଳୀ ଛାତ୍ରଛାତ୍ରୀଙ୍କୁ ପୁନର୍ବାର କ୍ୟାମ୍ପସ୍କୁ ଫେରାଇ ଆଣିବା ଦିଗରେ ଓଡ଼ିଶା ସରକାର, ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ, ନୂଆଦିଲ୍ଲୀସ୍ଥିତ ନେପାଳ ଦୂତାବାସ ଓ ନେପାଳ ସରକାରଙ୍କ ସହଯୋଗ ପାଇଁ କିଟ୍ କର୍ତ୍ତୃପକ୍ଷ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ନେପାଳୀ ଛାତ୍ରଛାତ୍ରୀ କ୍ୟାମ୍ପସ୍ରେ ପହଞ୍ଚିବା ପରେ ସେମାନଙ୍କ ସୁରକ୍ଷା ସହ ନିରବଚ୍ଛିନ୍ନ ଶୈକ୍ଷିକ କାର୍ଯ୍ୟକଳାପ ପାଇଁ କିଟ୍ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ସୂଚନାଯୋଗ୍ୟ, ନେପାଳୀ ଛାତ୍ରଛାତ୍ରୀମାନେ ପୁଣି ଥରେ କ୍ଲାସ ଆରମ୍ଭ କରିଛନ୍ତି ଏବଂ ଶୈକ୍ଷିକ କାର୍ଯ୍ୟସୂଚୀରେ ସାମିଲ ହୋଇଛନ୍ତି । ନିୟମିତ କ୍ଲାସଗୁଡ଼ିକ ବିନା କୌଣସି ବାଧାରେ ଜାରି ରହିଛି ଏବଂ ଛାତ୍ରଛାତ୍ରୀମାନେ ପୂର୍ବପରି ସେମାନଙ୍କର ପାଠ୍ୟକ୍ରମ ଏବଂ କ୍ୟାମ୍ପସ କାର୍ଯ୍ୟକଳାପରେ ନିଜକୁ ନିୟୋଜିତ ରଖିଛନ୍ତି । ନେପାଳୀ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସକୁ ଫେରାଇ ଆଣିବା ପାଇଁ କିଟ୍ କର୍ତ୍ତୃପକ୍ଷ ନେପାଳ ଦୂତାବାସ, ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କ ସହ ଲଗାତାର ପରାମର୍ଶ କରି ଛାତ୍ରଛାତ୍ରୀଙ୍କ କ୍ୟାମ୍ପସ୍ରେ ସମସ୍ତ ପ୍ରକାର ସୁରକ୍ଷା ସହ ସହଯୋଗ ଯୋଗାଇ ଦିଆଯିବା ନିମନ୍ତେ ପ୍ରତିଶ୍ରୁତି ଦେଇଛନ୍ତି। ଛାତ୍ରଛାତ୍ରୀଙ୍କର ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ଏକ ସ୍ୱତନ୍ତ୍ର ପ୍ରକୋଷ୍ଠ ଖୋଲାଯାଇଛି।
ଭୁବନେଶ୍ୱର: ବରିଷ୍ଠ ଯୁବ ସାମ୍ବାଦିକ ଚୌଧୁରୀ ଅମିତାଭ ଦାସଙ୍କ ଦ୍ୱାରା ଲିଖିତ 'ନିର୍ବାଚନ ୨୦୦୪ ଓଡ଼ିଶା ରାଜନୀତିର କଡ଼ ଲେଉଟାଣି' ପୁସ୍ତକକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ...
MiddayOdisha fills a gap in local media for the numerous speakers living and visiting Odisha and outside Odisha.
© 2020-2022 MIDDAY ODISHA