Thursday, June 25, 2026 06:16 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମା ମାନଙ୍କୁ ବିଭ୍ରାନ୍ତ କରିବାକୁ ବିଜେପି ଅପଚେଷ୍ଟାର ଜବାବ ଦିଅ: ନବୀନ

ଶଙ୍ଖ ଭବନ ରେ ବିଶ୍ୱ ମହିଳା ଦିବସ ପାଳିତ

by Our Correspondent
08 Mar, 2025- 07:32 PM
in Latest News, News
1 min read
0
ମା ମାନଙ୍କୁ ବିଭ୍ରାନ୍ତ କରିବାକୁ ବିଜେପି ଅପଚେଷ୍ଟାର ଜବାବ ଦିଅ: ନବୀନ

ଭୁବନେଶ୍ୱର : ଆଜି ବିଶ୍ୱ ମହିଳା ଦିବସରେ ଶଙ୍ଖ ଭବନରେ ବିଜୁ ମହିଳା ଜନତା ଦଳର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ମହିଳାମାନଙ୍କ ସଶକ୍ତିକରଣ କ୍ଷେତ୍ରରେ ବିଜୁ ବାବୁଙ୍କଠାରୁ ଆରମ୍ଭ କରି ତାଙ୍କ ସରକାର ଅମଳରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପର ସେ ଅବତାରଣ କରିବା ସହ ବିଜେପି ସରକାରଙ୍କ ମିଥ୍ୟା ଅପପ୍ରଚାରର ଜବାବ ଦେବାକୁ ମହିଳା କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ ।

ନବୀନ କହିଥିଲେ ଯେ ମା ମାନେ ପରିବାରର ଶକ୍ତି। ସମାଜର ଶକ୍ତି । ୧୯୯୦ ରେ ପ୍ରିୟ ନେତା ବିଜୁ ବାବୁ ମା ମାନଙ୍କୁ ରାଜନୈତିକ ଭାବେ ସଶକ୍ତ କରିବା ପାଇଁ ଐତିହାସିକ ପଦକ୍ଷେପ ନେଇଥିଲେ । ମା ମାନଙ୍କ ପାଇଁ ପଞ୍ଚାୟତରେ ୩୩% ସଂରକ୍ଷଣ ରଖିଥିଲେ । ସରକାରୀ ଚାକିରୀରେ ମା ମାନଙ୍କ ପାଇଁ ସଂରକ୍ଷଣ କରିଥିଲେ । ତାହା ଆଜି ସଫଳ ହୋଇଛି । ମା ମାନେ ଆଜି ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରୁଛନ୍ତି । କିନ୍ତୁ ପଞ୍ଚାୟତି ରାଜ ଅନୁଷ୍ଠାନକୁ ମଜବୁତ୍‌ କରିଥିବା ଓ ମା ମାନଙ୍କ ଅଧିକାର ପାଇଁ ଐତିହାସିକ ପଦକ୍ଷେପ ନେଇଥିବା ବିଜୁ ବାବୁଙ୍କୁ ଡବଲ ଇଞ୍ଜିନ ସରକାର ଅପମାନିତ କରିଛନ୍ତି । ବିଜୁ ବାବୁଙ୍କ ଜୟନ୍ତୀକୁ ରାଜନୈତିକ ଉଦେଶ୍ୟ ରଖି ପଞ୍ଚାୟତି ରାଜ ଦିବସ ଭାବେ ପାଳନ କରାଗଲା ନାହିଁ ।

ବିଜୁ ବାବୁଙ୍କ ଆଦର୍ଶରେ ବିଜେଡି ସରକାର ପଞ୍ଚାୟତ ଅନୁଷ୍ଠାନ ରେ ମା ମାନଙ୍କ ପ୍ରତିନିଧିତ୍ୱ କୁ ବୃଦ୍ଧି କରିଛନ୍ତି । ପାର୍ଲିଆମେଣ୍ଟ ଓ ରାଜ୍ୟ ବିଧାନସଭାରେ ମା ମାନଙ୍କ ପାଇଁ ୧/୩ ପ୍ରତିଶତ ପାଇଁ ବିଜେଡି ଲଢେଇ ଜାରି ରଖିଛି। ଆମର ମିଶନ ଶକ୍ତି କାର୍ଯ୍ୟକ୍ରମ ମା ମାନଙ୍କୁ ସଶକ୍ତ କରିଛି । ଆତ୍ମ ନିର୍ଭର କରିଛି । ଡବଲ ଇଞ୍ଜିନ ସରକାର ମିଶନ ଶକ୍ତି ପରି ଲୋକପ୍ରିୟ କାର୍ଯ୍ୟକ୍ରମ କୁ ବନ୍ଦ ଚକ୍ରାନ୍ତ ବୋଲି ନବୀନ କ୍ଷୋଭ ପ୍ରକାଶ କରିଥିଲେ ।

ସ୍ୱାଭିମାନୀ ମା ମାନଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରାଯାଉଛି ବୋଲି ପ୍ରକାଶ କରି କହିଥିଲେ ଯେ ପ୍ରଚାର ପାଇଁ ଡବଲ ଇଞ୍ଜିନ ସରକାର ଶହ ଶହ କୋଟି ଟଙ୍କା ଖର୍ଚ କରୁଛନ୍ତି। କିନ୍ତୁ ମା ମାନଙ୍କୁ ଦିନକୁ ମାତ୍ର ୨୭ ଟଙ୍କା ଦେଇ ବାହାଦୁରୀ ନେବାକୁ ଚେଷ୍ଟା କରୁଛନ୍ତି ୨୭ ଟଙ୍କାରେ ମା ମାନେ ନିଜ ପରିବାର ପାଇଁ ଏକ୍ ଲିଟରେ କ୍ଷୀର କିଣିପାରିବେ କି ବୋଲି ନବୀନ ପ୍ରଶ୍ନ କରିଥିଲେ।

ମା ମାନେ ପରିଶେଷରେ ସୁଭଦ୍ରା ଯୋଜନାରୁ କିଛି ଉପକାର ପାଇବେ ନାହିଁ ବୋଲି ପ୍ରକାଶ କରି ମା ମାନଙ୍କୁ ବିଭ୍ରାନ୍ତ କରିବା ପାଇଁ ହେଉଥିବା ଉଦ୍ୟମକୁ ବିରୋଧ କରିବା ପାଇଁ ବିଜେଡିର ମହିଳା କର୍ମୀ ମାନଙ୍କୁ ଆହ୍ୱାନ ଜଣାଇଥିଲେ।

ବିଜୁ ଜନତା ଦଳ ମା ମାନଙ୍କ ରାଜନୈତିକ.ସାମାଜିକ ଅର୍ଥନୈତିକ ସଶକ୍ତିକରଣ ପାଇଁ କାମ କରୁଛି ଓ ବିଜେଡି ର ଦୂତ ଭାବରେ ପ୍ରତି ପରିବାର କୁ ଦଳ ର ନୀତି ଓ ଆଦର୍ଶ ସମ୍ପର୍କରେ ସଚେତନ କରିବାକୁ ପରାମର୍ଶ ଦେଇଥିଲେ।

ପ୍ରାରମ୍ଭରେ ଶ୍ରୀ ପଟ୍ଟନାୟକ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମା ରମା ଦେବୀ,ମାଳତୀ ଚୌଧୁରୀ,ସରଳା ଦେବୀ,ପାର୍ବତୀ ଗିରି,ଶୈଳବାଳା ଦାସ ଓ ନାରୀ କବି କୁନ୍ତଳା କୁମାରୀ ସାବତ ଓ ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ photo ଚିତ୍ର ରେ ପୁଷ୍ପାଞ୍ଜଳି ପ୍ରଦାନ କରି ସମ୍ମାନ ଜଣାଇଥିଲେ।

ଏହି ଅବସରରେ ବିଭନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ମହିଳା ଡାକ୍ତର ସେବା ମହାପାତ୍ର, ଶ୍ରୀମତୀ କୁଞ୍ଜଳତା ସାମଲ, ଶ୍ରୀମତୀ ଓଜସ୍ୱିନୀ ମାହାର. ଶ୍ରୀମତୀ ଜୟନ୍ତୀ ପ୍ରଧାନ, ଡ଼କ୍ଟର ଜ୍ୟୋତିର୍ମୟୀ ମହାନ୍ତି, ଡ଼କ୍ଟର ଶ୍ରୀମତୀ ରୋଜା ଘୋଷ ପ୍ରମୁଖ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

କାର୍ଯ୍ୟକ୍ରମରେ ବିଜେଡି ସମନ୍ୱୟ କମିଟି ଅଧକ୍ଷ ଦେବୀ ପ୍ରସାଦ ମିଶ୍ର, ସାଂସଦ ଶ୍ରୀମତୀ ସୁଲତା ଦେଓ ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ,ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ ପ୍ରମୁଖ ଉଦବୋଧନ ଦେଇଥିଲେ।

Previous Post

‘ସୁଭଦ୍ରା’ ମଞ୍ଚରୁ ପୂର୍ବ ସରକାରଙ୍କ ଉପରେ ବର୍ଷିଲେ ମୋହନ

Next Post

ଓଡ଼ିଶାରେ ମିଶି ଭୁଲ୍ କରିଦେଲୁ

Next Post
ଓଡ଼ିଶାରେ ମିଶି ଭୁଲ୍ କରିଦେଲୁ

ଓଡ଼ିଶାରେ ମିଶି ଭୁଲ୍ କରିଦେଲୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA