Sunday, August 30, 2026 05:51 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଡିଲ୍ ବେଳେ ରେଡ୍: ୩ ଜଣଙ୍କୁ ଗିରଫ କଲା ସିବିଆଇ

ବ୍ରିଜ୍ ଆଣ୍ଡ ରୁଫ୍ କୋ ରେ ଟେଣ୍ଡର ଫିକ୍ସିଂ

by Our Correspondent
08 Dec, 2024- 08:16 PM
in Crime, Latest News, News
1 min read
0
ଡିଲ୍ ବେଳେ ରେଡ୍: ୩ ଜଣଙ୍କୁ ଗିରଫ କଲା ସିବିଆଇ

ଭୁବନେଶ୍ୱର: ଗତକାଲି ଭୁବନେଶ୍ୱରର ମେ’ ଫେୟାର ହୋଟେଲ ସାମନାରୁ ସିବିଆଇ ଉଠାଇ ନେଇଥିବା ଆଦିତ୍ୟ ଦେବ ଇନଫ୍ରା ପ୍ରାଇଭେଟ୍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ତଥା ସୁପର୍ କ୍ଲାସ କଣ୍ଟ୍ରାକ୍ଟର ଦେବଦତ୍ତ ମହାପାତ୍ର ଗିରଫ ହୋଇଛନ୍ତି । ସରକାରୀ ଉଦ୍ୟୋଗ ବ୍ରିଜ୍ ଆଣ୍ଡ୍ ରୁଫ୍ କୋ(ଇଣ୍ଡିଆ)ର ଓଡ଼ିଶା ମୁଖ୍ୟ ତଥା ଗ୍ରୁପ୍ ଜେନେରାଲ ମ୍ୟାନେଜର ଚଞ୍ଚଲ ମୁଖାର୍ଜୀ ଏବଂ ପେଣ୍ଟା-ଏ ଷ୍ଟୁଡିଓର ନିର୍ଦ୍ଦେଶକ ତଥା ଠିକାଦାର ସନ୍ତୋଷ ମହାରଣାଙ୍କୁ ମଧ୍ୟ ଗିରଫ କରିଛି ସିବିଆଇ । ଗିରଫ ପରେ ସେମାନଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛି ସିବିଆଇ । ଅନ୍ୟଜଣେ ସରକାରୀ ଅଧିକାରୀ ପ୍ରଦୀପ ମହନ୍ତ ସିବିଆଇ ହେପାଜତରେ ଥିବା କୁହାଯାଉଛି ।

କେନ୍ଦ୍ର ସରକାରଙ୍କ ଭାରିଶିଳ୍ପ ମନ୍ତ୍ରଣାଳୟ ଅଧୀନରେ ଥିବା ବ୍ରିଜ୍ ଆଣ୍ଡ୍ ରୁଫ୍ କୋ ଏବଂ ଏହାର ଲିଙ୍କ୍ ରେ ଥିବା ଏହି ବ୍ୟକ୍ତିମାନଙ୍କ ଉପରେ ସିବିଆଇ ଏହି କାର୍ଯ୍ୟାନୁଷ୍ଠାନ ନେଇଛି । ଉକ୍ତ ସଂସ୍ଥାରେ ବ୍ୟାପକ ଟେଣ୍ଡର ଫିକ୍ସିଂ ଏବଂ ଆର୍ଥିକ ହେରଫେର ନେଇ ଦିଲ୍ଲୀ ସିବିଆଇରେ ପୂର୍ବରୁ ଅଭିଯୋଗ ଥିଲା । ନଗଦରେ ଏକ ବଡ଼ କାମ ପାଇଁ ସଂସ୍ଥାର ଓଡ଼ିଶା ମୁଖ୍ୟ ଚଞ୍ଚଲ ମୁଖାର୍ଜୀ ଭୁବନେଶ୍ୱରର ହୋଟେଲ ମେ ଫେୟାରରେ ମଧ୍ୟସ୍ଥିଙ୍କ ସହ ମିଟିଂ ଯୋଜନା ସମ୍ପର୍କରେ ଗତକାଲି ସିବିଆଇକୁ ଆଗୁଆ ଖବର ମିଳିଥିଲା ।

ସେହି ଅନୁଯାୟୀ, ସିବିଆଇର ଏକ ୬ ଜଣିଆ ଟିମ୍ ସେଠାରେ ଛକି ବସିଥିଲେ । ଠିକ୍ ସମୟରେ ହୋଟେଲ ସାମନାରୁ ଏକ ମର୍ସିଡିଜ୍ କାରରେ ଥିବା ଦେବଦତ୍ତ ମହାପାତ୍ର ଏବଂ ସନ୍ତୋଷ ମହାରଣାଙ୍କୁ ସିବିଆଇ ଅଧିକାରୀମାନେ କାବୁ କରିନେଇଥିଲେ । ସେମାନଙ୍କ ଅପେକ୍ଷାରେ ହୋଟେଲରେ ବସିଥିବା ଚଞ୍ଚଲ ମୁଖାର୍ଜୀ ଏବଂ ସରକାରୀ ଅଧିକାରୀଙ୍କୁ ମଧ୍ୟ ଉଠାଇ ଆଣିଥିଲେ ।

ରେଡ୍ ବେଳେ ମର୍ସିଡିଜ୍ କାର ଭିତରୁ ନଗଦ ୧୦ ଲକ୍ଷ ଟଙ୍କା ଏବଂ କିଛି ସୁନା ମିଳିଥିଲା । ଏହି ଟଙ୍କା ଅଗ୍ରୀମ ଆକାରରେ ଲାଞ୍ଚ ଦେବା ପାଇଁ ରଖାଯାଇଥିଲା ବୋଲି ଜଣାପଡ଼ିଛି ।

୪ ଜଣଙ୍କୁ ହେପାଜତରେ ନେଇଯିବା ପରେ ସିବିଆଇ ଟିମ୍ ଭୁବନେଶ୍ୱରର ଦୁଇଟି ଜାଗା ସମେତ ଭଦ୍ରକ, କଟକ ଏବଂ ଛତ୍ରପୁରରେ ଥିବା ଗୋଟିଏ ଲେଖାଏଁ ଜାଗାରେ ୧୨ ଘଣ୍ଟା ଧରି ଛାନଭିନ୍ କରିଥିଲା । ଏହି ଲିଙ୍କ୍ ରେ ଦିଲ୍ଲୀ ଏବଂ କୋଲକତାର କିଛି ଜାଗାରେ ମଧ୍ୟ ରେଡ୍ ହୋଇଥିବା ଜଣାପଡ଼ିଛି । ଭୁବନେଶ୍ୱରରୁ ଆଉ ଏକ ଦାମୀକାର୍(କ୍ରେଟା) ଓଡି୦୫ଜେଡ ୬୦୦୩କୁ ମଧ୍ୟ ସିବିଆଇ ଜବତ କରିଛି ।

 

Previous Post

କେନ୍ଦ୍ରୀୟ ଡେପୁଟେସନରେ ଆଇପିଏସ୍ କୁଟ୍ଟେ

Next Post

ସୋହେଲାରେ ସମାବେଶ, ଚାଷୀଙ୍କୁ ୮୦୦ ଟଙ୍କା ଇନ୍‌ପୁଟ ସହାୟତା

Next Post
ସୋହେଲାରେ ସମାବେଶ, ଚାଷୀଙ୍କୁ  ୮୦୦ ଟଙ୍କା ଇନ୍‌ପୁଟ ସହାୟତା

ସୋହେଲାରେ ସମାବେଶ, ଚାଷୀଙ୍କୁ ୮୦୦ ଟଙ୍କା ଇନ୍‌ପୁଟ ସହାୟତା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA