Tuesday, May 13, 2025 07:39 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କେନ୍ଦ୍ରୀୟ ଡେପୁଟେସନରେ ଆଇପିଏସ୍ କୁଟ୍ଟେ

ବିଏସଏଫ ଆଇଜି ଭାବେ ପାଇଲେ ନିଯୁକ୍ତି

by Our Correspondent
08 Dec, 2024- 06:12 PM
in Latest News
1 min read
0
କେନ୍ଦ୍ରୀୟ ଡେପୁଟେସନରେ ଆଇପିଏସ୍ କୁଟ୍ଟେ

ଭୁବନେଶ୍ୱର: ଆଶିଷ ସିଂଙ୍କ ପରି ଆଇପିଏସ୍ ଡି.ଏସ୍.କୁଟ୍ଟେ ଯିବେ କେନ୍ଦ୍ରୀୟ ଡେପୁଟେସନରେ । ତାଙ୍କର ଆଗ୍ରହକୁ କେନ୍ଦ୍ର ସରକାର ଗ୍ରହଣ କରିବା ସହ ବର୍ଡର ସିକ୍ୟୁରିଟି ଫୋର୍ସ(ବିଏସଏଫ) ଆଇଜି ଭାବେ ନିଯୁକ୍ତି ଦେଇଛନ୍ତି । ଏ ନେଇ କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ପ୍ରକାଶ ପାଇଛି । ତାଙ୍କୁ ତୁରନ୍ତ ରିଲିଭ୍ କରିବା ପାଇଁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି କରାଯାଇଛି । ଶ୍ରୀ କୁଟ୍ଟେ ରାଜ୍ୟ ସରକାରଙ୍କ ଗୃହ ବିଭାଗରେ ଓଏସଡି ଭାବେ ବର୍ତ୍ତମାନ କାର୍ଯ୍ୟ କରୁଛନ୍ତି ।

୧୯୯୭ ବ୍ୟାଚ୍ ଆଇପିଏସ୍ ଶ୍ରୀ କୁଟ୍ଟେ ବିଜେଡି ସରକାରରେ ଅତ୍ୟନ୍ତ ପ୍ରଭାବଶାଳୀ ଥିଲେ । ପୂର୍ବ ସରକାରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ସଚିବ ଥିଲେ । ସେ ବିଜେଡି ପାଇଁ କାର୍ଯ୍ୟ କରୁଥିବା ବିଜେପି ପକ୍ଷରୁ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ତେବେ ଶେଷ ପର୍ଯ୍ୟାୟ ନିର୍ବାଚନର ତିନି ଦିନ ପୂର୍ବରୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ସୁପାରିଶକ୍ରମେ ତାଙ୍କ ଉପରେ ନିର୍ବାଚନ କମିସନଙ୍କ ଛାଟ ବାଜିଥିଲା । ନିର୍ବାଚନ କାର୍ଯ୍ୟରେ ଅହେତୁକ ହସ୍ତକ୍ଷେପ ପାଇଁ ଗତ ମେ’ ୨୮ ତାରିଖରେ ନିର୍ବାଚନ କମିସନ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ । ନୂଆଦିଲ୍ଲୀସ୍ଥିତ ଓଡ଼ିଶା ଆବାସିକ କମିସନରଙ୍କ କାର୍ଯ୍ୟାଳୟ ତାଙ୍କ ପାଇଁ ହେଡକ୍ୱାଟର୍ ହୋଇଥିଲା ।

ଜୁଲାଇ ୧୬ରେ ରାଜ୍ୟର ବିଜେପି ସରକାର ଶ୍ରୀ କୁଟ୍ଟେଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରି ଗୃହ ବିଭାଗରେ ଓଏସଡି ଭାବେ ନିଯୁକ୍ତି ଦେଇଥିଲେ । ଅନ୍ୟଦୁଇ ବିବାଦୀୟ ଆଇପିଏସ୍ ଆଶିଷ ସିଂ ଏବଂ ରବିକାନ୍ତଙ୍କୁ ମଧ୍ୟ ଗୃହ ବିଭାଗର ଓଏସଡି ନିଯୁକ୍ତି ମିଳିଥିଲା ।

ଅଗଷ୍ଟ ୨୪ରେ ଓଡ଼ିଶାର ଶ୍ରୀ କୁଟ୍ଟେ ଏବଂ ଶ୍ରୀ ସିଂଙ୍କ ବିରୋଧରେ ବିଭାଗୀୟ ପ୍ରୋସିଡିଂ ଆରମ୍ଭ କରିଥିଲେ ରାଜ୍ୟ ସରକାର । ଜବାବ ରଖିବାକୁ ଉଭୟଙ୍କୁ ୩୦ ଦିନ ସମୟ ଦିଆଯାଇଥିଲା । ମାତ୍ର ଉଭୟ କ’ଣ ଜବାବ ଦେଲେ ତାହା ଏ ପର୍ଯ୍ୟନ୍ତ ସାମନାକୁ ଆସିନାହିଁ ।

ବିଜେଡି ସରକାରରେ ପ୍ରଭାବଶାଳୀ ଥିବା ଏହି ଦୁଇ ବିବାଦୀୟ ଆଇପିଏସଙ୍କ ବିରୋଧରେ ରାଜ୍ୟ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ବିଜେପିପ୍ରେମୀ ମାନେ ଚାହିଁ ବସିଥିଲା ବେଳେ ଉଭୟଙ୍କୁ କେନ୍ଦ୍ରର ମୋଦୀ ସରକାର କୋଳେଇ ନେବା ଚର୍ଚ୍ଚାର ବିଷୟ ହୋଇଛି । ଦୁଇଦିନ ତଳେ ଆଶିଷ ସିଂଙ୍କୁ ଅର୍ଦ୍ଧ ସାମରିକ ବାହିନୀ ଇଣ୍ଡୋ-ତିବ୍ଦତ ବର୍ଡର ପୁଲିସ(ଆଇଟିବିପି)ରେ ଆଇଜି ଭାବେ ନିଯୁକ୍ତି ମିଳିଥିଲା । ଆଜି ଶ୍ରୀ କୁଟ୍ଟେଙ୍କୁ ବିଏସଏଫ ଆଇଜି ଭାବେ ନିଯୁକ୍ତି ମିଳିଲା ।

Previous Post

୧୦୦ କୋଟିର କାମ ପାଇଁ ହେଉଥିଲା ଡିଲ୍!

Next Post

ଡିଲ୍ ବେଳେ ରେଡ୍: ୩ ଜଣଙ୍କୁ ଗିରଫ କଲା ସିବିଆଇ

Next Post
ଡିଲ୍ ବେଳେ ରେଡ୍: ୩ ଜଣଙ୍କୁ ଗିରଫ କଲା ସିବିଆଇ

ଡିଲ୍ ବେଳେ ରେଡ୍: ୩ ଜଣଙ୍କୁ ଗିରଫ କଲା ସିବିଆଇ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19040 shares
    Share 7616 Tweet 4760
  • ନବୀନ..ନବୀନ, ମୋହନ..ମୋହନ

    16580 shares
    Share 6632 Tweet 4145
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5766 shares
    Share 2306 Tweet 1442
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5460 shares
    Share 2184 Tweet 1365

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA