Wednesday, April 22, 2026 12:57 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

୩ ଅଭିଯୁକ୍ତଙ୍କୁ ବାନ୍ଧିଲା ସିବିଆଇ

ବାହାନଗା ଟ୍ରେନ୍ ଟ୍ରାଜେଡି

by Our Correspondent
07 Jul, 2023- 11:45 PM
in Crime, Latest News, News
1 min read
0
୩ ଅଭିଯୁକ୍ତଙ୍କୁ ବାନ୍ଧିଲା ସିବିଆଇ

ଭୁବନେଶ୍ୱର: ବିଶ୍ୱର ଅନ୍ୟତମ ଭୟଙ୍କର ବାହାନଗା ରେଳ ଦୁର୍ଘଟଣାର ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଛି । ଦୀର୍ଘ ୧ ମାସ ଧରି ଖୋଳତାଡ଼ କରିବା ପରେ ସିବିଆଇ ସଂପୃକ୍ତ ଡିଭିଜନରେ କାର୍ଯ୍ୟରତ ୩ ଜଣ ଅଧିକାରୀଙ୍କୁ ଆଜି ଗିରଫ କରିଛି । ସେମାନେ ହେଲେ ସିନିଅର ସେକ୍ସନ ଇଞ୍ଜିନିୟର(ସିଗନାଲ୍) ଅରୁଣ କୁମାର ମହାନ୍ତ, ସେକ୍ସନ୍ ଇଞ୍ଜିନିୟର ମହମ୍ମଦ ଅମିର ଖାଁ ଏବଂ ଟେକ୍ନିସିଆନ୍ ପପୁ କୁମାର । ସେମାନଙ୍କ ବିରୋଧରେ ଆଇପିସର ୩୦୪(ଜାଣିକି ମୃତ୍ୟୁ ମୁହଁକୁ ଠେଲିଦେବା) ଏବଂ ୨୦୧ (ପ୍ରମାଣ ନଷ୍ଟ) ଦଫା ଲଗାଯାଇଛି ।

ଗିରଫ ତିନି ଅଭିଯୁକ୍ତଙ୍କୁ ବିଳମ୍ବିତ ସଂଧ୍ୟାରେ ସିବିଆଇର ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା । ସେମାନଙ୍କଠାରୁ ଅଧିକ ତଥ୍ୟ ଓଗାଳିବା ପାଇଁ ସିବିଆଇ ପକ୍ଷରୁ ୭ ଦିନିଆ ରିମାଣ୍ଡ ଆବେଦନ କରାଯାଇଥିଲା । ସ୍ୱତନ୍ତ୍ର କୋର୍ଟ ୫ ଦିନ ରିମାଣ୍ଡ ଅନୁମତି ଦେବା ପରେ ୩ ଅଭିଯୁକ୍ତଙ୍କୁ କୌଣସି ଏକ ଗୋପନୀୟ ଜାଗାକୁ ନେଇଯାଇଛି ସିବିଆଇ ।

ଜୁନ୍ ୨ ତାରିଖରେ ବାଲେଶ୍ୱରର ବାହାନଗାରେ ଘଟିଥିବା ରେଳ ଦୁର୍ଘଟଣାରେ ୨୯୩ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ । ରେଳ ଦୁର୍ଘଟଣା ଇତିହାସରେ ଏହା ସବୁଠାରୁ ବଡ଼ ଓ ଭୟଙ୍କର ଦୁର୍ଘଟଣା ଥିଲା । ଦୁର୍ଘଟଣା ପରେ ପରେ ଘଟଣାସ୍ଥଳକୁ ଆସି ଅନୁଧ୍ୟାନ କରିଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଇଲେକଟ୍ରୋନିକ୍ ଇଣ୍ଟଲକିଂ ସିଷ୍ଟମରେ ଟାମ୍ପରିଂ ପାଇଁ ଏହି ଦୁର୍ଘଟଣା ଘଟିଥିବା ସ୍ୱୀକାର କରି ଦୋଷୀ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ପରେ ସିବିଆଇକୁ ତଦନ୍ତ ନିଦେ୍ର୍ଦଶ ଦେଇଥିଲେ ।

ପରଦିନ ସିବିଆଇ ତୁରନ୍ତ ଦୁର୍ଘଟଣାସ୍ଥଳକୁ ଆସି ଛାନଭିନ୍ ଆରମ୍ଭ କରିଥିଲା । ଇତିମଧ୍ୟରେ ରେଳୱେ ସେଫ୍ଟି କମିସନର ତାଙ୍କ ତଦନ୍ତ ରିପୋର୍ଟରେ ମାନବୀୟ ତ୍ରୁଟି ପାଇଁ ଦୁର୍ଘଟଣା ଘଟିଥିବା କହିଥିଲେ । ଅନ୍ୟପଟେ ସିବିଆଇ ବାଲେଶ୍ୱର ଡିଭିଜନ୍ ରେ କାର୍ଯ୍ୟରତ ସବୁ ଅଧିକାରୀ ଓ କର୍ମଚାରୀମାନଙ୍କୁ ପଚରାଉଚୁରା କରିଥିଲା । ତଦନ୍ତ କାଳରେ ସିନିଅର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ୍ ଇଞ୍ଜିନିୟର ମହମ୍ମଦ ଅମିର ଖାଁ ଏବଂ ଟେକ୍ନିସିଆନ୍ ପପୁ କୁମାରଙ୍କ ଉପରେ ସିବିଆଇ ଅଧିକାରମାନଙ୍କ ନଜର କେନ୍ଦ୍ରୀଭୂତ ହୋଇଥିଲା । ଏହିମାନଙ୍କ ତ୍ରୁଟି ପାଇଁ ଏତେବଡ଼ ଘଟଣା ଘଟିଗଲା ବୋଲି ସମ୍ଭବତଃ ସିବିଆଇ ସୁରାକ୍ ପାଇଥିଲା ।

ପରବର୍ତ୍ତୀ ସମୟରେ ଏମାନଙ୍କୁ ବାରମ୍ବାର ପଚରାଉଚୁରା ଜାରି ରଖିବା ପରେ ଆଜି ସଂଧ୍ୟାରେ ଭୁବନେଶ୍ୱରସ୍ଥିତ ସିବିଆଇ ଅଫିସରେ ଏହି ୩ ଜଣଙ୍କୁ ଗିରଫ ଦର୍ଶାଇଥିଲା । ଏହାପରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ ନିଆଯାଇଥିଲା । ସେଠାରୁ ବିଳମ୍ବିତ ରାତିରେ ଭୁବନେଶ୍ୱର ସିବିଆଇ ସ୍ୱତନ୍ତ୍ର କୋର୍ଟ ଅଣାଯାଇଥିଲା ।

Previous Post

ନୂଆ ରୂପ ନେବ ମା ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର

Next Post

୮ ଦିନିଆ ବେଲଜିୟମ ଗସ୍ତରେ ମନ୍ତ୍ରୀ ଅତନୁ

Next Post
୮ ଦିନିଆ ବେଲଜିୟମ ଗସ୍ତରେ ମନ୍ତ୍ରୀ ଅତନୁ

୮ ଦିନିଆ ବେଲଜିୟମ ଗସ୍ତରେ ମନ୍ତ୍ରୀ ଅତନୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA