ଭୁୁବନେଶ୍ୱର: ଯୁବ ବିଜେଡ଼ି ଭଳି ଛାତ୍ର ବିଜେଡ଼ି ଟିମ୍ ମଧ୍ୟ ବିଶାଳ ଆକାର ନେଇଛି । ୩ ଜଣ କାର୍ଯ୍ୟକାରୀ ସଭାପତି, ଜଣେ ସେକ୍ରୋଟାରୀ ଜେନେରାଲ୍, ୩ ଜଣ ବରିଷ୍ଠ ଉପସଭାପତି, ୬ ଜୋନ୍ ସଭାପତି, ୧୧ ଉପସଭାପତି, ୪୦ ସାଧାରଣ ସମ୍ପାଦକ, ୪୪ ସମ୍ପାଦକ, ୩୩ ସମ୍ପାଦକ ଏବଂ ୩୨ ସାଗଠନିକ ଜିଲ୍ଲା ସଭାପତିଙ୍କୁ ନେଇ ସଂଗଠନର ପୁନର୍ବିନ୍ୟାସ କରାଯାଇଛି । ଯୁବ ଭଳି ଛାତ୍ର ବିଜେଡ଼ିର ସଭାପତି ଅଙ୍କ କିନ୍ତୁ ଛିଣ୍ଡି ପାରିନାହିଁ ।
ଅବିନାଶ ଠାକୁର, ପ୍ରଶାନ୍ତ ପଣ୍ଡା ଏବଂ ରାଜେଶ ରାଜ ସ୍ୱାଇଁଙ୍କୁ କାର୍ଯ୍ୟକାରୀ ସଭାପତି କରାଯାଇଥିଲା ବେଳେ ଇପସିତା ସାହୁଙ୍କୁ ସେକ୍ରୋଟାରୀ ଜେନେରାଲ୍ ପଦ ଦିଆଯାଇଛି ।
ଅଜିତ୍ ବେହେରା, ବିଶ୍ୱ ପ୍ରତାପ ସାହୁ, ସ୍ୱାଗତିକା ମହାନ୍ତିଙ୍କୁ ବରିଷ୍ଠ ଉପସଭାପତି ଦାୟିତ୍ୱ ଦିଆଯାଇଛି । ଉପସଭାପତିମାନେ ହେଲେ ଅପୂର୍ବା ଅପରୂପା, ବୈଶାଖୀ ନନ୍ଦ, ସ୍ଥିତ ପ୍ରଜ୍ଞ ଦାସ, ଅବିନାଶ ପଟେଲ, କମଳା ଜ୍ୟୋତି ଦାସ, ଚିନ୍ମୟ ଦାସ, ପ୍ରଦୋଷ ପରିଡ଼ା, ବିଜୟ ବସନ୍ତିଆ, ଶିବ୍ରତ ନାୟକ, ଭବାନୀ ଶଙ୍କର ସାହୁ ଏବଂ ଭବାନୀ ଶଙ୍କର ଦାସ ।
ଭୁବନେଶ୍ୱର ଜୋନ୍ ସଭାପତି ଭାବେ ଭଗବାନ ସାହୁଙ୍କୁ ମନୋନୀତ କରାଯାଇଥିଲା ବେଳେ କଟକ ଜୋନ୍ ରେ ସ୍ମୃତି ରଂଜନ ଦାସ, ଗଂଜାମ ଜୋନ୍ ଜ୍ୟୋତି ରଂଜନ ସାହୁ, ସମ୍ବଲପୁର ଜୋନ୍ ମିଲନ୍ ହୋତା, ବଲାଙ୍ଗୀର ଜୋନ୍ ଚିରାଗ ସିଂହଦେଓ ଏବଂ କୋରାପୁଟ ଜୋନ୍ ସଭାପତି ଭାବେ ଶିବରାଜ ଖଣ୍ଡପାଣିଙ୍କୁ ନିଯୁକ୍ତି ଦିଆଯାଇଛି ।
ଜିଲ୍ଲା ସଭାପତିମାନେ ହେଲେ, ବଲାଙ୍ଗୀର-ସିମେବ୍ ୱାକାଶ, ରାଉରକେଲା-ରାଣାପ୍ରତାପ ସିଂହ, ସୁନ୍ଦରଗଡ଼- ଶେବାଜ୍ ହୁସେନ୍, ପୁରୀ- ରାଜେଶ ରଥ, ବୌଦ୍ଧ- ସଂଗ୍ରାମ କେଶରୀ ଦାସ, ନୟାଗଡ଼- ନୀଳମାଧବ ପଣ୍ଡା, ଗଂଜାମ- ପ୍ରଶାନ୍ତ ପଣ୍ଡା, ସୋନପୁର-ଶାଶ୍ୱତ ମିଶ୍ର, ଢ଼େଙ୍କାନାଳ- ସୁରଜ ମହାପାତ୍ର, ଝାରସୁଗୁଡ଼ା-ପଳାଶା କର୍ମକାର, ଅନୁଗୁଳ- ରାଜୀବ ଲୋଚନ ଦାସ, ମାଲକାନଗିରି- ତାପସ ନାୟକ, ରାୟଗଡ଼ା- ବିଷ୍ଣୁ ପ୍ରସାଦ ପଣ୍ଡା, କଳାହାଣ୍ଡି- ଅଜିତ୍ କୁମାର ସାହୁ, ମୟୁରଭଂଜ(୧)- ସିନୀଲ ନାୟକ(କାଳିଆ), ମୟୁରଭଂଜନ(୨)-ଅନୀଶ ମାନ୍ନା, କେଉଁଝର- ଅବିନାଶ ପଟ୍ଟନାୟକ, ଭଦ୍ରକ- ଦୀପ୍ତି ସୂର୍ଯ୍ୟ ବିଶ୍ୱାଳ, ଯାଜପୁର- ସୌମ୍ୟ ପ୍ରକାଶ ବିଶ୍ୱାଳ, ଖୋର୍ଦ୍ଧା- ବିଶ୍ୱଦୀପ ପ୍ରଧାନ, ନୂଆପଡ଼ା- ଅମିତ୍ କୁମାର ସିଂହଦେଓ, ଗଜପତି- ବିଶ୍ୱଜିତ୍ ତ୍ରିପାଠୀ, ଭୁବନେଶ୍ୱର- ସୁବାସ ସାହୁ, ଦେବଗଡ଼- ଭବାନୀ ଶଙ୍କର ସାହୁ, କୋରାପୁଟ- ଶଶାଙ୍କ ମିଶ୍ର, ସମ୍ବଲପୁର- ସିଦ୍ଧାନ୍ତ ମହାନ୍ତି, ବରଗଡ଼- କରଣ ସିକନ୍ଦର, କେନ୍ଦ୍ରାପଡ଼ା- ପ୍ରଦୀପ ସାହୁ, କଟକ ନଗର-ସଞ୍ଜୟ ପଟ୍ଟନାୟକ, କଟକ- ଅସିଫ୍ ଅମିନ୍, କନ୍ଧମାଳ-ସୁନୀଲ୍ ସେଠୀ, ନବରଙ୍ଗପୁର- ସୁଧାଂଶୁ ଦାସ ।
ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ନୂଆ ରାଜ୍ୟ କର୍ମକର୍ତ୍ତା ଏବଂ ଜିଲ୍ଲା ସଭାପତିମାନଙ୍କ ନାଁ ଅନୁମୋଦନ କରିଛନ୍ତି ବୋଲି ଦଳର ସାଧାରଣ ସମ୍ପାଦକ (ଛାତ୍ର ବ୍ୟାପାର) ତଥା ବିଧାୟକ ଡ. ବ୍ୟୋମକେଶ ରାୟ ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି ।