Thursday, April 30, 2026 09:54 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କିମ୍ବଦନ୍ତୀ ଗାୟକ ଏସ.ପି.ବାଲସୁବ୍ରମଣ୍ୟମ୍ ଆଉ ନାହାନ୍ତି

by Our Correspondent
25 Sep, 2020- 02:34 PM
in Latest News
1 min read
0
କିମ୍ବଦନ୍ତୀ ଗାୟକ ଏସ.ପି.ବାଲସୁବ୍ରମଣ୍ୟମ୍ ଆଉ ନାହାନ୍ତି

ଚେନ୍ନାଇ: ୧୬ ଭାଷାରେ ୪୦ ହଜାରରୁ ଅଧିକ ଗୀତକୁ ନିଜ କଣ୍ଠରେ ସଜାଇଥିବା କିମ୍ବଦନ୍ତୀ ଗାୟକ ଏସ.ପି.ବାଲସୁବ୍ରମଣ୍ୟମ୍ ଆଉ ଇହ ଜଗତରେ ନାହାନ୍ତି । କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଆଜି ଅପରାହ୍ନ ୧.୦୪ ମିନିଟ୍ ରେ ଆଖି ବୁଜିଦେଇଛନ୍ତି । ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ବାଲସୁବ୍ରମଣ୍ୟମ୍ ଙ୍କ ମୃତ୍ୟୁ ସାରା ଦେଶବାସୀଙ୍କୁ ଶୋକାଭିଭୂତ କରିଛି । ଭାରତୀୟ ସଙ୍ଗୀତ ଜଗତ ପାଇଁ ସୃଷ୍ଟି କରିଛି ବିରାଟ ଶୂନ୍ୟସ୍ଥାନ ।

ସମ୍ପୂର୍ଣ୍ଣ ସୁସ୍ଥ ଥିବା ବାଲସୁବ୍ରମଣ୍ୟମ୍ ଗତ ଅଗଷ୍ଟ ମାସରେ କରୋନାରେ ଆକ୍ରାନ୍ତ ହୋଇଥିଲେ । ଚେନ୍ନାଇସ୍ଥିତ ଏମଜିଏମ୍ ହେଲଥକେୟାରରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ତେବେ କ୍ରମଶଃ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଆଇସିୟୁ ଭେଣ୍ଟିଲେଟରରେ ରହିଥିଲେ । ଗତ ସେପ୍ଟେମ୍ବର ୭ ତାରିଖରେ ତାଙ୍କର କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିଥିଲେ ମଧ୍ୟ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସି ନ ଥିଲା । ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେଉଥିଲେ । ଗତକାଲି ରାତିରୁ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହୋଇପଡ଼ିଥିଲା । ଡାକ୍ତରମାନଙ୍କ ସକଳ ଉଦ୍ୟମ ସତ୍ତ୍ୱେ ତାଙ୍କୁ ବଞ୍ଚାଇପାରିଲେ ନାହିଁ ।

୧୯୬୬ ରେ ତେଲୁଗୁ ଫିଲ୍ମ ଶ୍ରୀ ଶ୍ରୀ ଶ୍ରୀ ମର୍ଯ୍ୟାଦା ରମନ୍ନାରୁ କ୍ୟାରିୟର୍ ଆରମ୍ଭ କରିଥିଲେ ବାଲସୁବ୍ରମଣ୍ୟମ୍ । ଦୀର୍ଘ ୫ ଦଶନ୍ଧୀ ଧରି ଚାଲିଥିଲା ତାଙ୍କର ସଫଳ ଲମ୍ବା ଯାତ୍ରା । ଦକ୍ଷିଣ ଭାରତୀୟ ଓ ହିନ୍ଦୀ ଫିଲ୍ମରେ ପ୍ରଚ୍ଛଦପଟ ଗାୟକ ଭାବେ ତାଙ୍କର ଖ୍ୟାତି ଆକାଶ ଛୁଇଁଥିଲା । ‘ଏକ ଦୁଜେ କେ ଲିୟେ’ ଫିଲ୍ମର ସେହି ଗୀତ ତେରେ ମେରେ ବିଚ୍ ମେ.. ହେଉ କି ମୈନେ ପ୍ୟାର୍ କିୟା, ରୋଜା, ବଂଶ୍ ,ଚେନ୍ନାଇ ଏକ୍ସପ୍ରେସ୍ ଆଦି ଫିଲ୍ମର ଗୀତ ତାଙ୍କୁ ହିନ୍ଦୀ ଫିଲ୍ମ ଜଗତରେ ଚିରକାଳ ଅମର କରିଦେଇଛି । ତେଲୁଗୁ, ତାମିଲ, ମାଲାୟାଲାମ୍, କାନାଡା, ହିନ୍ଦୀ ସମେତ ୧୬ ଭାଷାରେ ଏହି କିମ୍ବଦନ୍ତୀ ଗାୟକ ୪୦ ହଜାରରୁ ଅଧିକ ପ୍ରଚ୍ଛଦପଟ ଗୀତ ଗାଇଛନ୍ତି ।

୬ ଥର ଜାତୀୟ ଚଳଚିତ୍ର ପୁରସ୍କାର, ଭାରତ ସରକାରଙ୍କ ସମ୍ମାନଜନକ ପଦ୍ମଶ୍ରୀ ଏବଂ ପଦ୍ମଭୂଷଣରେ ସମ୍ମାନିତ ହୋଇଥିଲେ ବାଲସୁବ୍ରମଣ୍ୟମ୍ । କେବଳ ପ୍ରଚ୍ଛଦପଟ ଗାୟକ ନୁହଁନ୍ତି, ଭଏସ୍ ଓଭର୍ କଳାକାର ଭାବେ ତାଙ୍କର ଖ୍ୟାତି ଥିଲା । କମଲ୍ ହାସାନ୍ ଙ୍କ ପାଇଁ ସେ ଫିଲ୍ମରେ ସ୍ୱର ଦେଉଥିଲେ । କିଛି ତେଲୁଗୁ ଓ ତାମିଲ୍ ଫିଲ୍ମରେ ସେ ଅଭିନୟ ମଧ୍ୟ କରିଛନ୍ତି ।

ତାଙ୍କର ପତ୍ନୀ ଏବଂ ପୁଅ, ଝିଅ ଦୁଇସନ୍ତାନ ଅଛନ୍ତି । ଉଭୟ ସନ୍ତାନ ଦକ୍ଷିଣ ଭାରତୀୟ ଫିଲ୍ମରେ ପ୍ରଚ୍ଛଦପଟ ଗାୟକ ଭାବେ ସୁଖ୍ୟାତି ଅର୍ଜନ କରିଛନ୍ତି ।

Previous Post

ତିନୋଟି ପର୍ଯ୍ୟାୟରେ ବିହାର ନିର୍ବାଚନ

Next Post

ଯୁବବାହିନୀ ଭଳି ବିଶାଳ ଛାତ୍ରବାହିନୀ

Next Post
ଯୁବବାହିନୀ ଭଳି ବିଶାଳ ଛାତ୍ରବାହିନୀ

ଯୁବବାହିନୀ ଭଳି ବିଶାଳ ଛାତ୍ରବାହିନୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA