ଭୁବନେଶ୍ୱର: ଫିପା ଅଣ୍ଡର-୧୭ ମହିଳା ବିଶ୍ୱକପ୍ ହୋଷ୍ଟ ସିଟି ଲୋଗୋ ଆଜି ଉନ୍ମୋଚିତ ହୋଇଛି । କଳିଙ୍ଗ ଷ୍ଟାଡିୟମ୍ ରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉନ୍ମୋଚନ କରିଥିଲେ । ଆସନ୍ତା ଅକ୍ଟୋବର ୧୧ ରୁ ଅକ୍ଟୋବର ୩୦ ମଧ୍ୟରେ ଓଡ଼ିଶା, ଗୋଆ ଏବଂ ମହାରାଷ୍ଟ୍ରରେ ଖେଳ ଅନୁଷ୍ଠିତ ହେବ । ଭାରତରେ ପ୍ରଥମ ଥର ପାଇଁ ଏହି ଫିଫା ମହିଳା ବିଶ୍ୱକପ୍ ହେଉଛି । ସେହିଭଳି ଓଡ଼ିଶାରେ ଏହା ହେବ ପ୍ରଥମ ଫିଫା ପ୍ରତିଯୋଗିତା ।
ଓଡ଼ିଶାରେ ଫିଫା ଜୁନିୟର ମହିଳା ବିଶ୍ୱକପ୍ କୁ ନେଇ ମୁଖ୍ୟମନ୍ତ୍ରୀ ଖୁସି ପ୍ରକଟ କରିଛନ୍ତି । କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ଏବେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଫିଫା ଜୁନିୟର ମହିଳା ବିଶ୍ୱକପ୍ ଆୟୋଜନ ଓଡ଼ିଶା ପାଇଁ ଏକ ବଡ଼ ସୁଯୋଗ । ଫିଫା ମହିଳା ପ୍ରତିଯୋଗିତାରେ ଭାରତୀୟ ଦଳ ପ୍ରଥମ ଥର ପାଇଁ ଭାଗନେଇଥିବାରୁ ଓଡ଼ିଶାବାସୀ ବହୁ ସଂଖ୍ୟାରେ ଷ୍ଟାଡିୟମ୍ ରେ ଉପସ୍ଥିତ ରହି ସେମାନଙ୍କୁ ଉତ୍ସାହିତ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।
ଫିଫା ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଆୟୋଜକ କମିଟିର ପ୍ରକଳ୍ପ ନିର୍ଦ୍ଦେଶକ ଅଙ୍କୁଶ ଆରୋରା ଏବଂ ନନ୍ଦିନୀ ଆରୋରା ଓଡ଼ିଶା ସରକାରଙ୍କ ସହଯୋଗ ଓ ସମର୍ଥନ ପାଇଁ କୃତଜ୍ଞତା ଜଣାଇବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଶେଷ ଧନ୍ୟବାଦ ଦେଇଥିଲେ । ଏକ ମିଳିତ ବିବୃତିରେ ସେମାନେ କହିଛନ୍ତି
“It gives us great pleasure that everyone remains aligned in their vision of making sure all participating nations enjoy great hospitality as they ready themselves to enthral audiences with their skill and talent. This youth World Cup is also a wonderful opportunity for the people to watch the best young international footballers live from the stadium and show support for women’s football, which is fast progressing,”