Tuesday, May 13, 2025 07:45 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କଳାହାଣ୍ଡିରେ ଟିମ୍ ନବୀନ

ଫୋକସ୍ ରେ ସମ୍ଭାବ୍ୟ ତୃତୀୟ ଲହର ପ୍ରସ୍ତୁତି

by Our Correspondent
31 Jul, 2021- 05:39 PM
in Latest News, News
1 min read
0
କଳାହାଣ୍ଡିରେ ଟିମ୍ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ କଳାହାଣ୍ଡି ଗସ୍ତ କରିଥିଲେ । ସାଙ୍ଗରେ ଥିଲେ ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ଏମଡି ଶ୍ରୀମତୀ ଶାଳିନୀ ପଣ୍ଡିତ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭିନୀଲ୍ କ୍ରିଷ୍ଣା । ଜିଲ୍ଲାରେ ସମ୍ଭାବ୍ୟ ତୃତୀୟ ଲହର ପ୍ରସ୍ତୁତିର ତଦାରଖ କରିବା ସହିତ ସ୍ୱାସ୍ଥ୍ୟସେବା, ଜଳସେଚନ ଏବଂ ଶିକ୍ଷା ଭଳି ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ ।

ଭବାନୀପାଟଣାର ଉତ୍କେଳା ଏୟାରଷ୍ଟ୍ରିପ୍ ରେ ହେଲିକପ୍ଟର୍ ଅବତରଣ କରିବା ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଏବଂ ୫-ଟି ସଚିବ ଶ୍ରୀ ପାଣ୍ଡିଆନ୍ ପ୍ରଥମେ ଏୟାରଷ୍ଟ୍ରିପ୍ ର ସ୍ଥିତି ଏବଂ ଚାଲୁ ରହିଥିବା ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ଭବାନୀପାଟଣାରୁ ଭୁବନେଶ୍ୱର ଏବଂ ରାୟପୁରକୁ ବିମାନ ସେବା(କମର୍ସିଆଲ୍) ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ଜଣାପଡ଼ିଛି ।

ତାହାପରେ ସେମାନେ ଭବାନୀପାଟଣା ମେଡ଼ିକାଲ୍ କଲେଜ ଏବଂ ୬୫୦ ଶଯ୍ୟା ଟିଚିଂ ହସ୍ପିଟାଲ୍ ନିର୍ମାଣ ଜାଗା ବୁଲି ଦେଖିବା ସହ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ୨୦୨୧ ଡିସେମ୍ବର ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ସମୟ ଧାର୍ଯ୍ୟ କରାଯାଇଥିବାରୁ ଧାର୍ଯ୍ୟ ସମୟରୁ ଯେଭଳି ବିଳମ୍ବ ନହୁଏ ସେଥିପ୍ରତି ସଜାଗ କରିଥିଲେ ଶ୍ରୀ ପାଣ୍ଡିଆନ୍ । କୌଣସି ନିମ୍ନମାନର କାର୍ଯ୍ୟ ବରଦାସ୍ତ କରାଯିବ ନାହିଁ ବୋଲି ସତର୍କ କରିଦେଇଥଲେ ।

ପରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ସମ୍ଭାବ୍ୟ ତୃତୀୟ ଲହର ପ୍ରସ୍ତୁତି ସମ୍ପର୍କରେ ଅବଗତ କରିଥିଲେ ଜିଲ୍ଲାପାଳ । ଏହାପରେ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ସମୀକ୍ଷା କରିଥିଲେ ମୁଖ୍ୟ ଶାସନ ସଚିବ ଏବଂ ୫-ଟି ସଚିବ ।

ପ୍ରକଳ୍ପ କେସିଙ୍ଗା-ବଲାଙ୍ଗୀର ୨୨୦ କେଭି ରେଳଲାଇନ୍ ପ୍ରକଳ୍ପ ପାଇଁ ଆବଶ୍ୟକୀୟ କ୍ଲିୟରାନ୍ସ ପ୍ରକ୍ରିୟା ଯଥାଶୀଘ୍ର ସାରିବାକୁ ଓପିଟିସିଏଲ୍ ଏବଂ ଜଙ୍ଗଲ ବିଭାଗ ଅଧିକାରୀମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିକଟରେ ଉଦଘାଟିତ ଇନ୍ଦ୍ରାବତୀ ମେଗା ଜଳସେଚନ ପ୍ରକଳ୍ପ ଦ୍ୱାରା ଜନସାଧାରଣ କିଭଳି ଉପକୃତ ହେଉଛନ୍ତି ଶ୍ରୀ ପାଣ୍ଡିଆନ୍ ତାହା ପଚାରି ବୁଝିଥିଲେ । ସମସ୍ତ ହିତାଧିକାରୀମାନେ ଯେଭଳି ଏହାର ସୁବିଧା ପାଆନ୍ତି ସେଥିପ୍ରତି ଦୃଷ୍ଟିଦେବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ । ବୈଠକରେ ଏମ. ରାମପୁରଠାରେ ସାନ୍ଦୁଲ ଜଳସେଚନ ପ୍ରକଳ୍ପ ସମେତ ଜିଲ୍ଲାରେ ଅନ୍ୟାନ୍ୟ ମେଗା ଉଠା ଜଳସେଚନ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରାଯାଇଥିଲା ।

ଭବାନୀପାଟଣାରେ ନୂଆ ବସଷ୍ଟାଣ୍ଡ କାର୍ଯ୍ୟ ସମୀକ୍ଷା କରାଯାଇ ୬ ମାସରେ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ନର୍ଲା ଲୋକୋ ସେଡ୍ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଏବଂ ଜଙ୍ଗଲ କ୍ଲିୟରାନ୍ସ କାର୍ଯ୍ୟ ଯଥାଶୀଘ୍ର ଶେଷ କରିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଥିଲା ।

ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର, ୫-ଟି ସଚିବ ଶ୍ରୀ ପାଣ୍ଡିଆନ୍ ଏବଂ ଟିମ୍ ଭବାନୀପାଟଣାସ୍ଥିତ ଟାଉନ୍ ହାଇସ୍କୁଲ ଏବଂ ବି.ଏମ୍ ହାଇସ୍କୁଲ ବୁଲି ଦେଖିବା ସହ ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ପୁରାତନ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ସ୍କୁଲର ସ୍ମାର୍ଟ କ୍ଲାସରୁମ୍, ବିଜ୍ଞାନ ଲାବରେଟୋରୀ, ଇ-ଲାଇବ୍ରେରୀ ଏବଂ ଟଏଲେଟ୍ ବୁଲି ଦେଖିବା ପରେ ଏହାର ସ୍ଥିତି ଏବଂ ରକ୍ଷଣାବେକ୍ଷଣ ନେଇ ସନ୍ତୋଷ ପ୍ରକାଶ କରିଥିଲେ ।

ଏହି ଟିମ୍ ରେ ଅନ୍ୟମାନଙ୍କ ମଧ୍ୟରେ ଥିଲେ କଳାହାଣ୍ଡି ଜିଲ୍ଲାପାଳ ଡ. ଗଭଲି ପରାଗ ହର୍ଷଦ, ଏସପି ଡ. ସାର୍ଭଣ ବିବେକ ଏମ, ପିଡି ଡିଆରଡିଏ ସୋମେଶ ଉପାଧ୍ୟାୟ ଏବଂ ଜିଲ୍ଲାର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ବୃନ୍ଦ ।

ସୂଚନାଯୋଗ୍ୟ, ସମ୍ଭାବ୍ୟ ତୃତୀୟ ଲହର ପାଇଁ ପ୍ରଶାସନର ପ୍ରସ୍ତୁତି ଏବଂ ଜିଲ୍ଲାୱାରୀ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶରେ ମୁଖ୍ୟ ଶାସନ ସଚିବ ଏବଂ ୫-ଟି ସଚିବ ଗତ ୨୮ ତାରିଖରେ କୋରାପୁଟ ଓ ନବରଙ୍ଗପୁର ଗସ୍ତ କରିଥିଲେ ।

Previous Post

ଅନଲକ୍ ଓଡ଼ିଶା: ଅଗଷ୍ଟ ମାସ ପାଇଁ କଟକଣା ଆହୁରି କୋହଳ

Next Post

ବିଜ୍ଞାନରେ ୯୫.୧୫%, ବାଣିଜ୍ୟରେ ୯୪.୯୬% ପାସ୍

Next Post
ବିଜ୍ଞାନରେ ୯୫.୧୫%, ବାଣିଜ୍ୟରେ ୯୪.୯୬% ପାସ୍

ବିଜ୍ଞାନରେ ୯୫.୧୫%, ବାଣିଜ୍ୟରେ ୯୪.୯୬% ପାସ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19040 shares
    Share 7616 Tweet 4760
  • ନବୀନ..ନବୀନ, ମୋହନ..ମୋହନ

    16580 shares
    Share 6632 Tweet 4145
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5766 shares
    Share 2306 Tweet 1442
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5460 shares
    Share 2184 Tweet 1365

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA