Friday, October 2, 2026 07:34 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଓମିକ୍ରନ୍ ଆତଙ୍କ ବେଳେ ପିଲାଙ୍କ ସ୍କୁଲ

ଜାନୁଆରୀ ୩ ରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ କ୍ଲାସ୍

by Our Correspondent
28 Dec, 2021- 07:32 PM
in Latest News, News
1 min read
0
ଓମିକ୍ରନ୍ ଆତଙ୍କ ବେଳେ ପିଲାଙ୍କ ସ୍କୁଲ

ଭୁବନେଶ୍ୱର: ପ୍ରାୟ ଦୁଇବର୍ଷ ପରେ ପିଲା ଯିବେ ସ୍କୁଲ । କରୋନା ଯୋଗୁଁ ଦୁଇବର୍ଷ ହେଲା ସ୍କୁଲ ମାଟି ମାଡ଼ି ନ ଥିବା ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ନୂଆବର୍ଷରୁ ସ୍କୁଲ ଯାଇପାରିବେ । ଆସନ୍ତା ଜାନୁଆରୀ ୩ ତାରିଖରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି ।

ନିଷ୍ପତ୍ତି ଅନୁଯାୟୀ, ଜାନୁଆରୀ ୩ ତାରିଖରୁ ରାଜ୍ୟରେ ୨୭ ହଜାର ସ୍କୁଲ ଖୋଲିବ । ଯେଉଁ ସ୍କୁଲରେ ସମ୍ମେଟିଭ୍ ପରୀକ୍ଷା ହେବ, ସେଠି ୧୦ ରୁ ସ୍କୁଲ ଖୋଲିବ । ସମ୍ପୂର୍ଣ୍ଣ କୋଭିଡ୍ ଗାଇଡଲାଇନ୍ ମଧ୍ୟରେ ସକାଳ ୯ ଟାରୁ ଦିନ ୧୨ ଟା ଯାଏଁ ସ୍କୁଲରେ ପାଠପଢ଼ା ହେବ । ତେବେ ସ୍କୁଲ ଆସିବାକୁ କାହାରିକୁ ବାଧ୍ୟ କରାଯିବନି ।

ସ୍କୁଲ ଖୋଲା ହେଲେ ମଧ୍ୟ ଅନଲାଇନ୍ କ୍ଲାସ ବନ୍ଦ ହେବନାହିଁ । ତାହା ପୂର୍ବପରି ଚାଲୁ ରହିବ । ଯେଉଁ ପିଲା ଚାହିଁବେ, ଅନଲାଇନ୍ କ୍ଲାସ୍ କରିପାରିବେ । ନିଜ ପିଲାକୁ ସ୍କୁଲ ଛାଡ଼ିବେ ନା ନାହିଁ ତାହା ତାଙ୍କର ଅଭିଭାବକ ନିଷ୍ପତ୍ତି ନେବେ । ସ୍କୁଲ ଆସି କ୍ଲାସ୍ କରିବାକୁ ଚାହୁଁଥିବା ପିଲାମାନେ ଅଭିଭାବକଙ୍କଠାରୁ ସମ୍ମତି ଆଣିବାକୁ ପଡ଼ିବ ।

ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ଏସଓପି ଅନୁଯାୟୀ, ସମ୍ପୂର୍ଣ୍ଣ କୋଭିଡ୍ କଟକଣାରେ ଚାଲିବ ସ୍କୁଲ । ସ୍କୁଲ ଖୋଲିବା ପୂର୍ବରୁ ଶିକ୍ଷାଧିକାରୀମାନେ ସ୍କୁଲ ପରିଦର୍ଶନ କରି ଆନୁସଙ୍ଗିକ ବ୍ୟବସ୍ଥା ଓ ସ୍ୱଚ୍ଛତା ପରଖିବେ । ସ୍କୁଲରେ ହାତ ଧୋଇବା ବ୍ୟବସ୍ଥା ସୁନିଶ୍ଚିତ କରାଯିବ । ଡିଜିଟାଲ୍ ଥର୍ମୋମିଟର ରଖାଯିବ । କଣ୍ଟେନମେଣ୍ଟ ଜୋନ୍ ରେ ରହୁଥିଲେ ପିଲାମାନଙ୍କୁ ସ୍କୁଲ ଆସିବାକୁ ଅନୁମତି ଦିଆଯିବନି ।

ତେବେ ଗଣଶିକ୍ଷା ବିଭାଗର ଏହି ନିଷ୍ପତ୍ତି ଅନେକ ଅଭିଭାବକଙ୍କ ମନରେ ଚିନ୍ତା ଓ ବିଭ୍ରାନ୍ତ ସୃଷ୍ଟି କରିଛି । କରୋନାର ନୂଆ ଭାରିଏଣ୍ଟ୍ ଓମିକ୍ରନ୍ କୁ ନେଇ ସମସ୍ତେ ଚିନ୍ତାରେ ଥିବା ବେଳେ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ପ୍ରଶାସନକୁ ସଜାଗ କରିଛନ୍ତି । ପିଲାମାନଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବକୁ ନେଇ ମୁଖ୍ୟମନ୍ତ୍ରୀ ଚିନ୍ତିତ ହେବା ସହ ରାଜ୍ୟବ୍ୟାପୀ ଶିଶୁଙ୍କ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଲାଗି ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆଜି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ କୋଭିଡ୍ ତୃତୀୟ ଲହର ଆକଳନ ଆସିଛି । ଫେବୃଆରୀ ଶେଷରେ ଓଡ଼ିଶାରେ କରୋନା ତୃତୀୟ ଲହର ପିକ୍ ଛୁଇଁବ ବୋଲି ଅନୁମାନ କରାଯାଇଛି । ଆଉ ଏଭଳି ସମୟରେ ପିଲାମାନଙ୍କୁ ସ୍କୁଲ ଛାଡ଼ିବା ନେଇ ଅଭିଭାବକ ଚିନ୍ତାରେ ପଡ଼ିଛନ୍ତି ।

Previous Post

ପୁରୁଣା ଭୁବନେଶ୍ୱରରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ସୁବିଧା

Next Post

ବାବୁମାନଙ୍କ କାର୍ଯ୍ୟରେ ମୁଖ୍ୟମନ୍ତ୍ରୀ ସନ୍ତୁଷ୍ଟ

Next Post
ବାବୁମାନଙ୍କ କାର୍ଯ୍ୟରେ ମୁଖ୍ୟମନ୍ତ୍ରୀ ସନ୍ତୁଷ୍ଟ

ବାବୁମାନଙ୍କ କାର୍ଯ୍ୟରେ ମୁଖ୍ୟମନ୍ତ୍ରୀ ସନ୍ତୁଷ୍ଟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA