ଭୁବନେଶ୍ୱର: ଦଶହରାରେ ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା(ଡିଏ) ୪ ପ୍ରତିଶତ ବୃଦ୍ଧି କରିଛନ୍ତି । ଏଥିଯୋଗୁଁ ସେମାନଙ୍କ ମହଙ୍ଗା ଭତ୍ତା ୪୨% ରୁ ୪୬% କୁ ବୃଦ୍ଧି ପାଇଛି । ପିଛିଲା ଭାବେ ଚଳିତବର୍ଷ ଜୁଲାଇ ୧ ତାରିଖରୁ ଏହା ପ୍ରଦାନ କରାଯିବ ।
ଏହାଦ୍ୱାରା ରାଜ୍ୟର ୪ ଲକ୍ଷ ୫୦ ହଜାର ସରକାରୀ କର୍ମଚାରୀ ଏବଂ ୩ ଲକ୍ଷ ୫୦ ହଜାର ପେନସନଭୋଗୀ ଉପକୃତ ହେବେ ।
ସୂଚନାଯୋଗ୍ୟ, ଦଶହରା ପାଇଁ କେନ୍ଦ୍ର ସରକାର ମଧ୍ୟ ସେମାନଙ୍କ କର୍ମଚାରୀଙ୍କ ପାଇଁ ନିକଟରେ ୪% ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ ।







