ଭୁବନେଶ୍ୱର: ଖଲିକୋଟ ସ୍ୱୟଂ ଶାସିତ କଲେଜକୁ ଏକକ ବିଶ୍ୱବିଦ୍ୟାଳୟ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦକ୍ଷିଣ ଓଡ଼ିଶାର ଏହି ସର୍ବ ପୂରାତନ ଶିକ୍ଷାନୁଷ୍ଠାନର ଗୌରବମୟ ଇତିହାସ ରହିଛି । ଉକ୍ତ ଅନୁଷ୍ଠାନରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଛନ୍ତି ।
ଖଲିକୋଟ କଲେଜକୁ ଏକକ ବିଶ୍ୱବିଦ୍ୟାଳୟ ମାନ୍ୟତା ଦ୍ୱାରା ଦକ୍ଷିଣ ଓଡ଼ିଶାବାସୀଙ୍କ ଆକାଂକ୍ଷା ପୂରଣ ହୋଇପାରିଛି । ଶିକ୍ଷାଦାନ ଓ ଗବେଷଣା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଅଧିକ ସହାୟକ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।