Friday, April 24, 2026 05:30 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପ୍ରବାସୀଙ୍କ ପାଇଁ ‘ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ’

ଜାପାନରୁ କ୍ୟାବିନେଟ୍ ବୈଠକ ନେଲେ ନବୀନ

by Our Correspondent
10 Apr, 2023- 04:37 PM
in Latest News, News
1 min read
0
ପ୍ରବାସୀଙ୍କ ପାଇଁ ‘ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ’

ଭୁବନେଶ୍ୱର: ଦେଶ, ବିଦେଶରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ‘ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ’ ଗଠନ କରିବେ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଏହା କାର୍ଯ୍ୟକ୍ଷମ ହେବ । ଗତକାଲି ରାଜ୍ୟ କ୍ୟାବିନେଟ୍ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଜାପାନ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିଜିଟାଲ୍ ପ୍ଲାଟଫର୍ମରେ ଉକ୍ତ ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏଥିରେ ମୋଟ ୬ ଟି ପ୍ରସ୍ତାବ ପାରିତ ହୋଇଛି ।

କ୍ୟାବିନେଟ୍ ବୈଠକ ଶେଷରେ ‘ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ’ ଗଠନ ସମ୍ପର୍କରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ବିସ୍ତୃତ ସୂଚନା ଦେଇଥିଲେ । ସେ କହିଛନ୍ତି, ବହୁ ସଂଖ୍ୟାରେ ଓଡ଼ିଆ ଦେଶର ଅନ୍ୟ ରାଜ୍ୟରେ ବିଭିନ୍ନ ବୃତ୍ତିରେ କାର୍ଯ୍ୟ କରୁଛନ୍ତି ଓ ଓଡ଼ିଶାର ଅଭିବୃଦ୍ଧିର କାହାଣୀର ଏକ ଭୂମିକା ନେବାକୁ ଚାହାନ୍ତି । ଦେଶ ତଥା ସାରା ବିଶ୍ୱରେ ପ୍ରବାସୀ ଓଡ଼ିଶାବାସୀଙ୍କ ସହ ଉତ୍ତମ ସମ୍ପର୍କ ସ୍ଥାପନ କରିବା ନିମନ୍ତେ ଏହି ନିଦେ୍ର୍ଦଶାଳୟ ଗଠନ ହେବ । ପ୍ରବାସୀ ଓଡ଼ିଆଙ୍କ ଜ୍ଞାନ, କୌଶଳ ତଥା ବିଶ୍ୱସ୍ତରୀୟ ଉପସ୍ଥିତିକୁ ଓଡ଼ିଶାର ଅଗ୍ରଗତିରେ ନିୟୋଜିତ କରିବା ସହ ସେମାନେ ସାମ୍ନା କରୁଥିବା ଅସୁବିଧାର ସମାଧାନ ପାଇଁ ନିର୍ଦ୍ଦେଶାଳୟ ଉଦ୍ୟମ କରିବ ।

ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ପରାମର୍ଶଦାତା ପରିଷଦ ରହିବ । ଏହି ପରିଷଦର ସଦସ୍ୟମାନେ ରାଜ୍ୟ ସରକାରଙ୍କ ଦ୍ୱାରା ମନୋନୀତ ହେବେ । ସଦସ୍ୟମାନଙ୍କ ସଂଖ୍ୟା, କାର୍ଯ୍ୟ ଅବଧି ଓ ସଦସ୍ୟତା ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ହେବ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଉକ୍ତ ପରିଷଦର ସ୍ଥାୟୀ ସଦସ୍ୟ ରହିବେ ଓ ବିଭାଗୀୟ ସଚିବ ଏହାର ଆବାହକ ସଦସ୍ୟ ରହିବେ ।

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟନିର୍ବାହୀ କମିଟି ‘ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ’ ର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିବ । ଉନ୍ନୟନ କମିସନର, ଗୃହ, ଶ୍ରମ, ଅର୍ଥ, ଶିଳ୍ପ, ଉଚ୍ଚଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ନଗର ଉନ୍ନୟନ, ରାଜସ୍ୱ, ଗଣଶିକ୍ଷା, ପର୍ଯ୍ୟଟନ, କ୍ରୀଡ଼ା ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ସଚିବମାନେ ଏହି କମିଟିର ସଦସ୍ୟ ରହିବେ । ରାଜ୍ୟ ସରକାର ସ୍ଥଳ ବିଶେଷରେ କାର୍ଯ୍ୟନିର୍ବାହୀ କମିଟିରେ ପରିବର୍ତ୍ତନ କରିପାରିବେ ।

ସାଂସ୍କୃତିକ ପ୍ରସାର, କର୍ମଜୀବୀ, ଛାତ୍ରଛାତ୍ରୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସରକାରୀ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରି ନିର୍ଦ୍ଦେଶାଳୟ କାର୍ଯ୍ୟ କରିବ । ଭାରତରେ ଓ ବିଦେଶରେ ଥିବା ଓଡ଼ିଆ ସଂଗଠନଗୁଡ଼ିକୁ ତାଲିକାଭୁକ୍ତ କରାଯିବ । ବ୍ୟକ୍ତିଗତ, ଆନୁଷ୍ଠାନିକ ତଥା ନାଗରିକ ସମାଜସ୍ତରରେ ପ୍ରବାସୀ ଓଡ଼ିଆଙ୍କ ସହଭାଗିତାରେ ଓଡ଼ିଆ ଭାଷା, ସଂସ୍କୃତି, ଐତିହ୍ୟ, ପର୍ଯ୍ୟଟନ, ହସ୍ତତନ୍ତ ଓ କ୍ରୀଡ଼ାର ଉନ୍ନତି କରାଯିବ । ଭାରତରେ ଓ ବିଦେଶରେ ବିଭିନ୍ନ ପ୍ରାନ୍ତରେ ଥିବା ଜଗନ୍ନାଥ ମନ୍ଦିରଗୁଡ଼ିକର ତାଲିକାଭୁକ୍ତ କରାଯିବ । ବିଶ୍ୱର ବିଭିନ୍ନ ପ୍ରାନ୍ତରେ ନିୟମିତ ବ୍ୟବଧାନରେ ଓଡ଼ିଆ ସମ୍ମିଳନୀର ଆୟୋଜନ କରାଯିବ । ଓଡ଼ିଆ ଭାଷା, ସାହିତ୍ୟରେ ଉତ୍କର୍ଷ ଲାଭ କରିଥିବା କୃତୀଗୁଡ଼ିକୁ ବିଭିନ୍ନ ଭାରତୀୟ ଓ ଅନ୍ତର୍ଜାତୀୟ ଭାଷାରେ ଅନୁବାଦ କରିବାକୁ ନିର୍ଦ୍ଦେଶାଳୟ ପଦକ୍ଷେପ ନେବ । ପ୍ରବାସୀ ଓଡ଼ିଆଙ୍କ ଅସୁବିଧା ସମୟରେ ସମ୍ଭାବ୍ୟ ସହାୟତା ପ୍ରଦାନ କରାଯିବ । ଏସବୁ କାର୍ଯ୍ୟ ପାଇଁ ଏକ ଉତ୍ସର୍ଗୀକୃତ ପୋର୍ଟାଲର ବିକାଶ କରାଯିବ ।

Previous Post

ଅପ୍ରେଲ୍‍ ୧୪ରୁ କିଟରେ ଦୁଇ ଦିନିଆ Y-20 କନ୍‍ସଲଟେଟିଭ୍‍ ସମ୍ମିଳନୀ

Next Post

ଝାରସୁଗୁଡ଼ା:ତରୁଣ ପାଣ୍ଡେ କଂଗ୍ରେସ ପ୍ରାର୍ଥୀ

Next Post
ଝାରସୁଗୁଡ଼ା:ତରୁଣ ପାଣ୍ଡେ କଂଗ୍ରେସ ପ୍ରାର୍ଥୀ

ଝାରସୁଗୁଡ଼ା:ତରୁଣ ପାଣ୍ଡେ କଂଗ୍ରେସ ପ୍ରାର୍ଥୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA