Thursday, October 1, 2026 03:45 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୧୫ ଜିଲ୍ଲାରେ ୭୩ ‘ଆମ ହସ୍ପିଟାଲ’ ଲୋକାର୍ପିତ

ପାଞ୍ଚଟି ଉପଖଣ୍ଡ ଡାଏଲେସିସ୍‌ ସେଣ୍ଟର ଉଦ୍‌ଘାଟିତ

by Our Correspondent
17 Feb, 2024- 08:38 PM
in Health, Latest News, News
1 min read
0
୧୫ ଜିଲ୍ଲାରେ ୭୩ ‘ଆମ ହସ୍ପିଟାଲ’ ଲୋକାର୍ପିତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୧୫ଟି ଜିଲ୍ଲାରେ ୭୩ଟି ‘ଆମ ହସ୍ପିଟାଲ’, ୫ଟି ଉପଖଣ୍ଡସ୍ତରୀୟ ଡାଏଲେସିସ୍‌ ସେଣ୍ଟର ଲୋକାର୍ପଣ କରିବା ସହିତ ରାଜ୍ୟର ସମସ୍ତ ଜିଲ୍ଲା ସଦରମହକୁମା ଡାକ୍ତରଖାନାରେ IVRS ପଦ୍ଧତିରେ ରୋଗୀ ମତାମତ ସଂଗ୍ରହ ବ୍ୟବସ୍ଥା ଓ କର୍ମଚାରୀମାନଙ୍କର ମୁହଁ ଚିହ୍ନଟ ମାଧ୍ୟମରେ ଉପସ୍ଥାନ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି।

ବରଗଡ ଜିଲ୍ଲାରେ ୫ଟି, ସୁନ୍ଦରଗଡ ଜିଲ୍ଲାରେ ୭ଟି, ସମ୍ବଲପୁର ଜିଲ୍ଲାରେ ୪ଟି, ଢେଙ୍କାନାଳ ଜିଲ୍ଲାରେ ୪ଟି, କେନ୍ଦୁଝର ଜିଲ୍ଲାରେ ୬ଟି, ଝାରସୁଗୁଡା ଜିଲ୍ଲାରେ ୨ଟି, ଜଗତସିଂହପୁର ଜିଲ୍ଲାରେ ୪ଟି, କେନ୍ଦ୍ରାପଡା ଜିଲ୍ଲାରେ ୫ଟି, ମୟୁରଭଞ୍ଜ ଜିଲ୍ଲାରେ ୯ଟି, ଗଂଜାମ ଜିଲ୍ଲାରେ ୧୩ଟି, କଳାହାଣ୍ଡି ଜିଲ୍ଲାରେ ୪ଟି ରାୟଗଡା ଜିଲ୍ଲାରେ ୪ଟି, ନୂଆପଡା ଜିଲ୍ଲାରେ ୨ଟି, ମାଲକାନଗିରି ଜିଲ୍ଲାରେ ୨ଟି ଓ କନ୍ଧମାଳ ଜିଲ୍ଲାରେ ୩ଟି, ଏହି ପରି ସମୁଦାୟ ୭୩ଟି ରୂପାନ୍ତରିତ ‘ଆମ ହସ୍ପିଟାଲ’ ଆଜି ଲୋକାର୍ପିତ ହୋଇଛି।

ଏଥି ସହିତ ମୟୁରଭଞ୍ଜ କରଞ୍ଜିଆ ଉପଖଣ୍ଡ ଡାକ୍ତରଖାନା, ସମ୍ବଲପୁର କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନା, ଗଂଜାମ ହିଞ୍ଜିଳିକାଟୁ ଉପଖଣ୍ଡ ଡାକ୍ତରଖାନା, ନୂଆପଡା ଖରିଆର ଉପଖଣ୍ଡ ଡାକ୍ତରଖାନା ଓ ବରଗଡର ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ୫ଟି ନୂତନ ଉପଖଣ୍ଡସ୍ତରୀୟ ଡାଏଲେସିସ୍‌ କେନ୍ଦ୍ର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହୋଇଛି।

ଲୋକାର୍ପଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗଦେଇ କହିଲେ ଯେ ‘ଆମ ହସ୍ପିଟାଲ’ରେ ସବୁ ବ୍ୟବସ୍ଥା ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି କରାଯାଇଛି। ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ରୋଗୀଙ୍କୁ ସୁବିଧାରେ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇ ଦେବା। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ‘ଆମ ହସ୍ପିଟାଲ’ ଗୁଡିକ ଏକ ନୂଆ ଯୁଗ ରାଜ୍ୟରେ ଆରମ୍ଭ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେ ଆହୁରି ମଧ୍ୟ କହିଥିଲେ ଯେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରୂପାନ୍ତରର ଚିତ୍ରକୁ ‘ଆମ ହସ୍ପିଟାଲ’ ଆହୁରି ଉଜ୍ଜ୍ୱଳ କରିବ। ୫-ଟି ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତରୁ ମିଳିଥିବା ପ୍ରସ୍ତାବ ଓ ‘ମୋ ସରକାର’ ଜନମତ ସଂଗ୍ରହ ଭିତ୍ତିରେ ‘ଆମ ହସ୍ପିଟାଲ’ ଆରମ୍ଭ କରାଯାଇଛି । ଏହା ସରକାରୀ ସ୍ତରରେ ଆମର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ବୋଲି କହି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୫-ଟି ଉପକ୍ରମରେ ହସ୍ପିଟାଲ ଗୁଡିକର ଭିତ୍ତିଭୂମି ବ୍ୟବସ୍ଥା, ରେଗୀମାନଙ୍କ ପାଇଁ ମୌଳିକ ସୁବିଧା ସୁଯୋଗ ଏବଂ ସେବା ଯୋଗାଇବା ପଦ୍ଧତିରେ ଉନ୍ନତି ଆଣାଯାଇଛି। ଗୁଣବତ୍ତାକୁ ମଧ୍ୟ ଏଠାରେ ସୁନିଶ୍ଚିତ କରାଯାଇଛି। ଆଗାମୀ ୫ ବର୍ଷ ମଧ୍ୟରେ ୧୮୫୮ଟି ଡାକ୍ତରଖାନାକୁ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି ଏବଂ ଏଥି ପାଇଁ ୨୦୨୩-୨୮ ମଧ୍ୟରେ ୩୩ ଶହ କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି। ସଂପ୍ରତି ୧୪୯ଟି ଡାକ୍ତରଖାନାର ରୂପାନ୍ତରଣ କାର୍ଯ୍ୟ ଜାରି ରହିଛି ବୋଲି ସେ ସୂଚନା ଦେଇଥିଲେ।

ରାଜ୍ୟର ସ୍ୱାସ୍ଥ୍ୟ ସେବା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲୋକଙ୍କୁ ଭଲ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ଗତ ୧ ବର୍ଷ ମଧ୍ୟରେ ୪,୦୦୦ ଡାକ୍ତର ଓ ୩,୭୦୦ ରୁ ଅଧିକ ନର୍ସଙ୍କୁ ନିଯୁକ୍ତି ଦିଆଯାଇଛି। ଧନୀ, ଗରୀବ ସମସ୍ତଙ୍କ ପାଇଁ ସରକାରୀ ଡାକ୍ତରଖାନାରେ ମାଗଣାରେ ଚିକିତ୍ସା ସୁବିଧା କରାଯାଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆଜି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଜି ସାରା ଓଡିଶାରେ ମଡେଲ ହୋଇଛି। ଓଡିଶାବାସୀଙ୍କ ଚିକିତ୍ସା ଚିନ୍ତା ଦୂର କରିଛି। ‘ମୋ ପାଇଁ ସବୁ ଜୀବନ ମୂଲ୍ୟବାନ’ ଏହି ମନ୍ତ୍ରକୁ କାର୍ଯ୍ୟକାରୀ କରି ଆମେ ସମସ୍ତଙ୍କ ସହଯୋଗରେ ‘ସୁସ୍ଥ ଓଡିଶା, ସୁଖୀ ଓଡିଶା’ର ସ୍ୱପ୍ନ ନିଶ୍ଚୟ ପୂରଣ କରିବୁ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୁଜାରୀ ବକ୍ତବ୍ୟ ରଖିଥିଲେ । ହିଞ୍ଜିଳିକାଟୁରେ ଜିଲ୍ଲା ପରିଷଦ ସଭାପତି ଅଞ୍ଜଳି ସ୍ୱାଇଁ, ଗଂଜାମ କେଳୁଆପଲ୍ଲୀରେ ବିଧାୟକ ବିକ୍ରମ କୁମାର ପଣ୍ଡା, ପଦ୍ମପୁରରେ ବିଧାୟିକା ବର୍ଷା ସିଂହ ବରିହା, କୁଚିଣ୍ଡାରେ ବିଧାୟକ କିଶୋର ଚନ୍ଦ୍ର ନାୟକ, ଗୁଣୁପୁରରେ ବିଧାୟକ ରଘୁନାଥ ଗମାଙ୍ଗୋ, ପରଜଙ୍ଗରେ ବିଧାୟକ ଡ. ନୃସିଂହ ଚରଣ ସାହୁ, କଳାହାଣ୍ଡିରେ ସାଂସଦ ସୁଜିତ କୁମାର, ଜଗତସିଂହପୁରରେ ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି, ଖରିଆରରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ବଡଗାଁରେ ମନ୍ତ୍ରୀ ସାରଦା ପ୍ରସାଦ ନାୟକ, ମୟୁରଭଞ୍ଜର ଶୀର୍ଷାଠାରେ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଯୋଗ ଦେଇ ଆମର ମେଡିକାଲମାନଙ୍କରେ ବହୁ ଉନ୍ନତମାନର ସେବା ମିଳୁଛି ଏବଂ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବୈପ୍ଳବିକ ରୂପାନ୍ତର ଘଟିଛି ବୋଲି ମତ ଦେଇଥିଲେ।

କାର୍ଯ୍ୟକ୍ରମକୁ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି. କାର୍ତ୍ତିକ ପାଣ୍ଡିଆନ୍ ସଂଯୋଜନା କରିଥିଲେ। ଜଗତସିଂହପୁର ଜିଲ୍ଲାବାସୀଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ ଗତ ଜୁନ୍‌ ୩୦ ତାରିଖରେ ଜଗତସିଂହପୁର ଜିଲ୍ଲା ଗସ୍ତ ସମୟରେ ଆପଣମାନେ ଡାକ୍ତରଖାନା ଜମି ସମସ୍ୟା ବିଷୟରେ ଜଣାଇଥିଲେ । ସରକାର ତାହା ଗ୍ରହଣ କରିଛନ୍ତି। ୫ ଏକର ୮୦ ଡିସମିଲ ଜମି ହସ୍ପିଟାଲକୁ ପ୍ରଦାନ କରାଯିବ ବୋଲି ସେ କହିଥିଲେ। ଏଥି ସହିତ ହିଞ୍ଜିଳିରୁ ଏହି ଯୋଜନା ଆରମ୍ଭ ହୋଇ ଏକ ବର୍ଷ ମଧ୍ୟରେ ଆମେ ସଫଳତାର ସହ ରାଜ୍ୟରେ ‘ଆମ ହସ୍ପିଟାଲ’ ଯୋଜନା କାର୍ଯ୍ୟକାରୀ କରିଛୁ । ସହଯୋଗ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସ୍ୱାଗତ ଭାଷଣ ଦେଇଥିଲେ ଓ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ ।

Previous Post

ସ୍କୁଲ ପାଚିକାଙ୍କ ଦରମା ୨ ହଜାର ହେଲା

Next Post

ଜନଜାତି ଛାତ୍ରୀନିବାସ ମାଟ୍ରନଙ୍କ ପାରିଶ୍ରମିକ ୧୫୦୦୦ ଟଙ୍କାକୁ ବୃଦ୍ଧି

Next Post
ଜନଜାତି ଛାତ୍ରୀନିବାସ ମାଟ୍ରନଙ୍କ ପାରିଶ୍ରମିକ ୧୫୦୦୦ ଟଙ୍କାକୁ ବୃଦ୍ଧି

ଜନଜାତି ଛାତ୍ରୀନିବାସ ମାଟ୍ରନଙ୍କ ପାରିଶ୍ରମିକ ୧୫୦୦୦ ଟଙ୍କାକୁ ବୃଦ୍ଧି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA