Saturday, June 27, 2026 09:17 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଲୋକାର୍ପିତ ହେଲା ସମଲେଇ ପ୍ରକଳ୍ପ

୨୦୦ କୋଟି ବିନିଯୋଗରେ ୪୦ ଏକର ପ୍ରକଳ୍ପ ଅଞ୍ଚଳର ରୂପାନ୍ତର

by Our Correspondent
27 Jan, 2024- 05:35 PM
in Latest News, News
1 min read
0
ଲୋକାର୍ପିତ ହେଲା ସମଲେଇ ପ୍ରକଳ୍ପ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଚେତନାର କେନ୍ଦ୍ରବିନ୍ଦୁ ପରମ ଆରାଧ୍ୟା ମା’ ସମଲେଶ୍ୱରୀ । ପୁରୀରେ ଶ୍ରୀମନ୍ଦିର ପ୍ରକଳ୍ପ ପରେ ପଶ୍ଚିମରେ ମା ସମଲେଶ୍ୱରୀଙ୍କ ପୀଠର ହୋଇଛି ରୂପାନ୍ତରଣ । ପୂର୍ବରୁ ପଶ୍ଚିମ ଯାଏ ସବୁଆଡ଼େ ଦିବ୍ୟତାର, ଭାବ୍ୟତାର, ଆଧ୍ୟାତ୍ମିକତାର ଅନୁଭବ । ଏହି ଅନୁଭବ ଭିତରେ ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପର ଆଜି ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶହ ଶହ ସାଧୁ, ସନ୍ଥ, ସେବକ, ପଣ୍ଡିତଙ୍କ ଗହଣରେ ଯଜ୍ଞ, ହୋମ ଓ ମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ପରିବେଶ । ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ । ଲୋକାର୍ପଣ ପରେ ମୁଖ୍ୟମନ୍ତ୍ରୀ ସମସ୍ତ ନବ ନିର୍ମିତ ନିର୍ମାଣ କାର୍ଯ୍ୟକୁ ବୁଲି ଦେଖିଥିଲେ। ପୁଷ୍କରିଣୀର ନୂଆ ରୂପ, ୱାଚ୍ ଟାୱାର, ପରିକ୍ରମା କରିଡ଼ର, ଚିତ୍ତାକର୍ଷକ ମହାନଦୀ ଘାଟ ସବୁ ଦେଖି ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିଥିଲେ।

୨୦୨୧ ଫେବୃଆରୀ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ପ୍ରଥମେ ଏହି ପ୍ରକଳ୍ପର ରୂପରେଖ ପ୍ରସ୍ତୁତ କରି ନିର୍ଦ୍ଦେଶ ଦେଇଥିଲେ। ଏହାପରେ ୨୦୨୨ ମେ ୧୪ ତାରିଖ ଠାରୁ କାମ ଆରମ୍ଭ ହୋଇଥିଲା। ୫-ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହା ରେକର୍ଡ ସମୟ ମଧ୍ୟରେ ସଂପୂର୍ଣ୍ଣ ହୋଇଛି। ପ୍ରତି ଏକ ମାସ, ଦୁଇ ମାସ ସମୟ ବ୍ୟବଧାନରେ ଶ୍ରୀ ପାଣ୍ଡିଆନ ସମ୍ବଲପୁର ଯାଇ ପ୍ରକଳ୍ପର ସମୀକ୍ଷା କରିଥିଲେ।

ମନ୍ଦିର ଭିତରେ ପ୍ରାୟ ୬ ଏକର ପରିମିତ ଅଂଚଳରେ ଉନ୍ନୟନ କାର୍ଯ୍ୟ କରାଯାଇଛି। ଭୋଗ ମଣ୍ଡପ, ପୂଜକ ମାନଙ୍କ ବିଶ୍ରାମ ଗୃହ, ଭକ୍ତ ମାନଙ୍କ ଜିନିଷ ପତ୍ର ରଖିବା ପାଇଁ କ୍ଲୋକ ରୁମ୍, ପ୍ରସାଦ ସେବନ ଦୃହ, ଭୋଗ ବିକ୍ରୟ ଗୃହ, ପର୍ଯ୍ୟଟକ ସୂଚନା କେନ୍ଦ୍ର, କାଫେଟେରିଆ, ଆଦି ନିର୍ମିତ ହୋଇଛି। ମନ୍ଦିର ବାହାରେ ଏକ କିଲୋମିଟର ଅଞ୍ଚଳ ରେ ପରିକ୍ରମା ର କରିଡ଼ର ନିର୍ମାଣ କରାଯାଇଛି। ସମସ୍ତ ନିର୍ମାଣ ଖଣ୍ଡାଲାଇଟସ୍ ପଥରରେ ନିର୍ମିତ ହୋଇଛି। ପାର୍କିଂ ରେ ୨୦୦ ଚାରି ଚକିଆ ଗାଡ଼ି ଓ ୨୦ ବସ ରହିବାର ବ୍ୟବସ୍ଥା ହୋଇଛି।

ମହାନଦୀ ରିଭର୍ ଫ୍ରଣ୍ଟ ଦୃଶ୍ୟ ଅତୀବ ରମଣୀୟ ହୋଇଛି। ଏହା ୩୫୦ ମିଟର ଦୀର୍ଘ ଓ ୨୫ ମିଟର ପ୍ରସ୍ଥ ବିଶିଷ୍ଟ କରାଯାଇଛି। ଆଳତି ପାଇଁ ୩୧ ମିଟର ର ପ୍ଲାଟଫର୍ମ କରାଯାଇଛି। ମହାନଦୀ ଘାଟ ଅତ୍ୟନ୍ତ ଚିତ୍ତାକର୍ଷକ ରୂପ ନେଇଛି। ଏଠାରେ ସ୍ଥାୟୀ ଭାବେ ମହାନଦୀ ଆଳତି ର ବ୍ୟବସ୍ଥା କରାଯାଇଛି। ୩୭ ମିଟର ଦୀର୍ଘ, ଓ ୬ ମିଟର ଉଚ୍ଚ ଏକ ଫୁଟ ଓଭର ବ୍ରିଜ ମଧ୍ୟ ନିର୍ମାଣ କରାଯାଇଛି।

ସୂଚନା ଯୋଗ୍ୟ ଯେ ମା ଙ୍କ ପୀଠକୁ ଦୈନିକ ଏବେ ୫ ରୁ ଦଶ ହଜାର ଭକ୍ତ ଆସୁଛନ୍ତି। ରୂପାନ୍ତର ପରେ ଦୈନିକ ୨୦ ହଜାର ଭକ୍ତ ଆସିବାର ସମ୍ଭାବନା ରହିଛି। ଏହା ସହିତ ପୂଜା ପାର୍ବଣ ଦିନରେ ୫୦ ହଜାର ରୁ ଏକ ଲକ୍ଷ ଭକ୍ତ ଆସିବାର ସମ୍ଭାବନା ରହିଛି। ଏହାଦ୍ୱାରା ସ୍ଥାନୀୟ ଅର୍ଥନୀତିର ଉନ୍ନତି ହେବ। ଏହାସହିତ, ବିଶେଷକରି ପଶ୍ଚିମ ଓଡ଼ିଶାର ଶିଳ୍ପୀ, କାରିଗର ଓ ବୁଣାକାର ମାନେ ମଧ୍ୟ ଅଧିକ ରୋଜଗାର ପାଇବାର ସମ୍ଭାବନା ବୃଦ୍ଧି ପାଇବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରକଳ୍ପରେ ଦୃଢ଼ ଅବଦାନ ରଖିଥିବା ଶିଳ୍ପୀ, କାରିଗର ଓ ଶ୍ରମିକ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସେମାନେ ହେଲେ ଲିଙ୍ଗରାଜ ମହାରଣା, ଶିଶିର ସାହୁ, ସାରଙ୍ଗ ମେହେର, ସୋମନାଥ ସାହୁ, ନିର୍ମଳ ମହାରଣା, ହରିହର ପ୍ରଧାନ, ଶୁଭ ଚାରଣ ବେହେରା, ଓ ସନ୍ତୋଷ। ଗୋପାଲ ଜୀଉ ମଠର ମହନ୍ତଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିଲେ।

ପଶ୍ଚିମ ଓଡ଼ିଶାର ପଦ୍ମ ପୁରସ୍କାର ପ୍ରାପ୍ତ ସାତ ଜଣ ମହାନ୍ ବିଭୂତିଙ୍କୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଭେଟି ଥିଲେ । ସେମାନେ ହେଲେ ହଳଧର ନାଗ, ଚତୁର୍ଭୁଜ ମେହେର, କ୍ରିଷ୍ଣା ପଟେଲ, ଜିତେନ୍ଦ୍ର ହରିପାଲ, ବିନୋଦ ପଶାୟତ, ମିତ୍ରଭାନୁ ଗୌନ୍ତିଆ ଓ କୈଳାସ ଚନ୍ଦ୍ର ମେହେର।

Previous Post

‘ଲୋକକଳା ମାଧ୍ୟମରେ ରୂପାନ୍ତରିତ ଓଡିଶା’ ଅଭିଯାନର ଶୁଭାରମ୍ଭ

Next Post

ଆଉ ନିର୍ବାଚନ ଲଢ଼ିବେନି ବୈଜୟନ୍ତ !

Next Post
ଆଉ ନିର୍ବାଚନ ଲଢ଼ିବେନି ବୈଜୟନ୍ତ !

ଆଉ ନିର୍ବାଚନ ଲଢ଼ିବେନି ବୈଜୟନ୍ତ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA