ଭୁବନେଶ୍ୱର: କଳାହାଣ୍ଡି ପ୍ରତିଷ୍ଠା ଦିବସ ଅବସରରେ ଆଜି ଜିଲ୍ଲାରେ ଗଡ଼ିଛି ଲକ୍ଷ୍ମୀ ବସ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ୬୩ ଟି ବସ୍ ଚାଲିବ ଏବଂ ସବୁ ପଞ୍ଚାୟତକୁ ବସ୍ ଯିବ । ଏଥିସହ ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ୩୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦଘାଟନ କରିବା ସହ ୯୦୦ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିଭୂମି ରଖିଥିଲେ ।
କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପଡ଼ିଆରେ ଲକ୍ଷ୍ମୀ ବସ୍ ଯୋଜନା ଆରମ୍ଭ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲକ୍ଷ୍ମୀ ଘରେ ଘରେ ଖୁସି ଆଣିବ ଏବଂ ବିକାଶର ଗତିକୁ ଆହୁରି ଜୋରରେ ଆଗକୁ ନେବ । ସାରା ରାଜ୍ୟରେ ଏହି ଯୋଜନାରେ ୧୦୦୦ଟି ବସ୍ ଚାଲିବ । ମୁଖ୍ୟମନ୍ତ୍ରୀ ବସ୍ ରେ ବସି ବଳରାମପୁର ପର୍ଯ୍ୟନ୍ତ ଯାଇଥିଲେ । ତାଙ୍କ ସାଙ୍ଗରେ ଥିଲେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ଭାବେ ନାମିତ କରାଗଲା ବୋଲି ଘୋଷଣା କରିଥିଲେ ।








