Sunday, June 28, 2026 09:31 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଲୋକଙ୍କ ମୁଖ୍ୟମନ୍ତ୍ରୀ: ୫ ଦିନରେ ଲକ୍ଷେ ଲୋକଙ୍କୁ ଭେଟିଲେଣି

by Our Correspondent
17 Jun, 2024- 08:56 PM
in Latest News, News
1 min read
0
ଲୋକଙ୍କ ମୁଖ୍ୟମନ୍ତ୍ରୀ: ୫ ଦିନରେ ଲକ୍ଷେ ଲୋକଙ୍କୁ ଭେଟିଲେଣି

ଭୁବନେଶ୍ଵର: ସମୟ ଥିଲା ଅପରାହ୍ନ। ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟୁ ଥାଆନ୍ତି। ତାଙ୍କ ଭିତରେ ଥିଲେ କିଛି ଛଟେଇ କମ୍ପ୍ୟୁଟର ଶିକ୍ଷକ। ସେମାନଙ୍କ ଭିତରେ ଜଣେ ଥିଲେ ଅର୍ଜୁନ ନାୟକ। ଅର୍ଜୁନଙ୍କର ଗୋଟିଏ ଗୋଡ ନ ଥିଲା। ଦୁର୍ଘଟଣାରେ ସେ ଗୋଟିଏ ଗୋଡ ହରାଇ ଥିଲେ। ତାଙ୍କୁ ଦେଖି ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କଲେ। ତାଙ୍କ ସମସ୍ୟା ବିଷୟରେ ଶୁଣିଲେ। ତାଙ୍କୁ ନିଜ ହାତରେ ମୁଖ୍ୟମନ୍ତ୍ରୀ ପାଣି ପିଆଇ ଅଧର୍ଯ୍ୟ ନ ହେବା ପାଇଁ ଶାନ୍ତ୍ୱନା ଦେଲେ । ଅର୍ଜୁନ ନିଜ ଆଖିକୁ ବିଶ୍ୱାସ କରି ପାରିଲେ ନାହିଁ। ତାଙ୍କ ଆଖିରୁ ଝରି ପଡୁଥାଏ ଅନନ୍ଦାଶ୍ରୁ। ଆଶା, ବିଶ୍ୱାସ ଓ ଭରସା ନେଇ ସେ ଫେରିଲେ।

ଗତ ୫ ଦିନ ଧରି ଏହିପରି ଅନେକ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କୁ ଭେଟୁଛନ୍ତି। ଖୁସି, ଆନନ୍ଦ, ବିଶ୍ୱାସ ଓ ଭରସା ନେଇ ଫେରୁଛନ୍ତି। ଗତ ଜୁନ ୧୨ ତାରିଖରେ ଦାୟିତ୍ଵ ନେବା ପରଠାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲଗାତର ଭାବେ ସାଧାରଣ ଲୋକଙ୍କ ସହ ମିଶୁଛନ୍ତି ।ନିଜ ବାସଗୃହଠାରୁ ଆରମ୍ଭ କରି ରାଜ୍ୟ ଅତିଥି ଭବନର ଅସ୍ଥାୟୀ କାର୍ଯାଳୟ ପର୍ଯ୍ୟନ୍ତ ସବୁଠାରେ ସାଧାରଣ ଲୋକଙ୍କୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର ସୁଯୋଗ ମିଳୁଛି । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ କୌଣସିଠାରେ ସାଧାରଣ ଲୋକଙ୍କ ପାଇଁ କୌଣସି ପ୍ରତିବନ୍ଧକ ନାହିଁ । ୧୨ ତାରିଖରୁ ଆଜି ସୁଦ୍ଧା ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସି ପ୍ରାୟ ୧ ଲକ୍ଷ ମହିଳା, ଛୋଟପିଲା ଏବଂ ସାଧାରଣ ଲୋକ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେଣି ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସାଧାରଣ ଲୋକଟିଏ ଅନୁଭବ କରୁଛି ଯେ ମୁଖ୍ୟମନ୍ତ୍ରୀ ମଧ୍ୟ ଆମ ଭିତରୁ ଜଣେ । ନାଁ ଅଛି ତାଙ୍କ ପାଖରେ କ୍ଷମତାର ଚାକଚକ୍ୟ ନାଁ ଅଛି ସରକାରୀ ଆଦବ କାଇଦା l ସମସ୍ତଙ୍କ ମୁହଁରେ ଗୋଟିଏ କଥା ଏ ହେଉଛନ୍ତି ଲୋକଙ୍କ ମୁଖ୍ୟମନ୍ତ୍ରୀ ।

ପୂର୍ବ ସରକାରରେ ଜଣେ ସାଧାରଣ ଲୋକ ସରକାରଙ୍କ ଏତେ ନିକଟତର ହେବା ସ୍ଵପ୍ନ ଥିଲା । ଆଜି ମୋହନ ମାଝୀଙ୍କ ସରକାରରେ ସାଧାରଣ ଲୋକଟିଏ ମୁଖ୍ୟମନ୍ତ୍ରୀଙ୍କ ନିକଟତର ହୋଇ ତାଙ୍କୁ ଶୁଭେଚ୍ଛା ଜଣାଇ ପାରୁଛି କିମ୍ବା ତା’ର ସମସ୍ୟା ବିଷୟରେ କହି ପାରୁଛି । ଘରେ, ବାହାରେ, ବିଭିନ୍ନ କାର୍ଯ୍ୟକ୍ରମରେ ସବୁଠି ଭେଟି ପାରୁଛନ୍ତି ଲୋକମାନେ। ସେଥିପାଇଁ ସେମାନଙ୍କ ମନ ଭିତରେ ଅପାର ଆନନ୍ଦ ଓ ଆତ୍ମତୃପ୍ତି ପରିଲକ୍ଷିତ ହେଉଛି । ଆଜି ପର୍ଯ୍ୟନ୍ତ କେହି ଜଣେ ବି ହେଲେ ମୁଖ୍ୟମନ୍ତ୍ରୀଙ୍କୁ ନ ଭେଟି ନିରାଶ ହୋଇ ଯାଇ ନାହାନ୍ତି, ସମସ୍ତେ ଶୃଙ୍ଖଳିତ ଭାବେ ଧାଡିରେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟୁଛନ୍ତି ଓ ଦୁଇପଦ କଥା ହେଉଛନ୍ତି ।

ମୁଖ୍ୟମନ୍ତ୍ରୀ ଭାବେ ବ୍ୟସ୍ତବହୁଳ ସରକାରୀ କାର୍ଯ୍ୟକ୍ରମ ତଥା ସରକାରୀ ଅଧିକାରୀମାନଙ୍କୁ ଭେଟିବା ଭିତରେ ମଧ୍ୟ ଲୋକଙ୍କ ପାଇଁ ତାଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ଅଛି । ସାଧାରଣ ଲୋକଟେ ଆସି ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଉଛନ୍ତି, ଫଟୋ ଉଠାଉଛନ୍ତି, ସେଲଫି ନେଇ ପାରୁଛନ୍ତି । ସାଧାରଣ ଜନତା ଓ ସରକାରଙ୍କ ମଧ୍ୟରେ ଥିବା ଦୂରତା ହଟି ଯାଇଛି।

ସାଧାରଣ ଲୋକଙ୍କ ସହ ମୁଖ୍ୟମନ୍ତ୍ରୀ ଯେତେ ସହଜରେ ମିଶୁଛନ୍ତି, ସେଥିରୁ ସେ ପ୍ରମାଣ କରୁଛନ୍ତି ଯେ ସେ ହେଉଛନ୍ତି ପ୍ରକୃତରେ ତାଙ୍କ ସରକାର ହେଉଛି ଲୋକଙ୍କ ସରକାର।

କେବଳ ସାଧାରଣ ଲୋକ ନୁହେଁ, ଗଣମାଧ୍ୟମ ପ୍ରତିନିଧି, ବିଭିନ୍ନ ସଂଗଠନର କର୍ମକର୍ତ୍ତା ତଥା ପ୍ରତିନିଧି, ଭିନ୍ନକ୍ଷମ ସମସ୍ତେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଆସି ଭେଟୁଛନ୍ତି, ସମସ୍ତେ ବୋଧେ ଚାହୁଁଥିଲେ ଏପରି ପରିବର୍ତ୍ତନ । ସମସ୍ତଙ୍କର ବୋଧେ ଆବଶ୍ୟକତା ଥିଲା ଏପରି ଜଣେ ମୁଖ୍ୟମନ୍ତ୍ରୀଙ୍କର ଯେକି ଲୋକଙ୍କ ସୁଖଦୁଃଖର ହୋଇଥିବେ, ଲୋକଙ୍କ ସହ ମିଶୁଥିବେ ।

ଲୋକଙ୍କ ଏହି ଭଲପାଇବା ବିଷୟରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ କହିଲେ ଯେ ଗତ ୨୪ ବର୍ଷ ଭିତରେ ଲୋକମାନେ ସେମାନଙ୍କ ସୁବିଧା ଅସୁବିଧା ସରକାରଙ୍କୁ ଜଣାଇବାକୁ ସୁଯୋଗ ପାଉନଥିଲେ । ସେମାନଙ୍କୁ ଯେଉଁ ନାୟ ମିଳିବା କଥା ତାହା ମିଳୁ ନଥିଲା । ମୁଁ ଗୋଟିଏ ସାଧାରଣ ପରିବାରରୁ ଆସି ମୁଖ୍ୟମନ୍ତ୍ରୀ ହୋଇଛି । ତଳ ସ୍ତରର ସମସ୍ୟା କଣ ରହିଛି ସେ ବିଷୟରେ ଭଲ ଭାବରେ ଜାଣିଛି । ଲୋକଙ୍କ ସହ ଭଲରେ ମିଶିଲେ ଯାଇ ତଳ ସ୍ତରର ସମସ୍ୟାର ସମାଧାନ ପାଇଁ ବାଟ ଫିଟିବ । ତେଣୁ ଲୋକମାନେ ତାଙ୍କ ସ୍ଵଇଚ୍ଛାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଆସୁଛନ୍ତି । ଲୋକମାନେ ବିକାଶ ଚାହୁଁ ଥିଲେ, ସେବା ଚାହୁଁ ଥିଲେ, ତେଣୁ ସେମାନେ ପରିବର୍ତ୍ତନ ଆଣିଲେ । ଏ ସରକାର ହେଉଛି ଲୋକଙ୍କ ସରକାର, ମୁଖ୍ୟମନ୍ତ୍ରୀ ମଧ୍ୟ ଲୋକଙ୍କ ମୁଖ୍ୟମନ୍ତ୍ରୀ । ଏବେ ଲୋକମାନେ ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ ଆମର, ମୁଖ୍ୟମନ୍ତ୍ରୀ ଆମକୁ ଦେଖାଦେବା ଦରକାର । ଲୋକମାନେ ଏଠାକୁ ଆସୁଛନ୍ତି ମୁଖ୍ୟମନ୍ତ୍ରୀଙ୍କୁ ଟିକେ ଭେଟିବା, କଥା ହେବା ଓ ଗୋଟେ ନୂଆ ଓଡିଶା ଗଢିବାର ଆଶା ନେଇ । ଲୋକମାନଙ୍କ ସହଯୋଗରେ ଆଗାମୀ ୫ ବର୍ଷ ମଧ୍ୟରେ ଲୋକଙ୍କ ୫୦ ବର୍ଷର ସମସ୍ୟାର ସମାଧାନ ସହିତ ସେମାନଙ୍କ ବିକାଶର ସ୍ଵପ୍ନ ମଧ୍ୟ ନିଶ୍ଚିତ ରୂପେ ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢତାର ସହ କହିଛନ୍ତି ।

ପ୍ରତ୍ୟେକ ସଭା, ସମିତି ଓ କାର୍ଯ୍ୟକ୍ରମରେ ଓଡିଆ ଅସ୍ମିତା, ପରମ୍ପରା ଓ ସଂସ୍କୃତିକୁ ଅଧିକ ଗୁରୁତ୍ଵ ଦେଉଛନ୍ତି । ଜଣେ ଖାଣ୍ଟି ଓଡିଆଭାବେ ତାଙ୍କ ମନରେ ରହିଛି ଓଡିଆ ଅସ୍ମିତା ଓ ସଂସ୍କୃତି ପ୍ରତି ଅନେକ ସ୍ଵାଭିମାନ। ଏସବୁ ଦେଖି ସାଧାରଣ ଲୋକଟିଏ ଆଜି କହୁଛି ଏତେ ଦିନ ପରେ ଆମେ ଆମ ଭିତରୁ ଜଣେ ସାଧାରଣ ଲୋକଙ୍କୁ ଆମ ମୁଖ୍ୟମନ୍ତ୍ରୀ ଭାବେ ପାଇଛୁ ।

Previous Post

ନୂଆ ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ

Next Post

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା

Next Post
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA