ଭୁବନେଶ୍ୱର: ମୋହନ ମାଝୀଙ୍କ ସରକାରଙ୍କ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ ହୋଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିଜ ହାତରେ ଗୃହ ଓ ସାଧାରଣ ପ୍ରଶାସନ ବିଭାଗ ସହ ସୂଚନା ଓ ଲୋକସମ୍ପର୍କ ବିଭାଗ ରଖିଛନ୍ତି । ଦୁଇ ମୁଖ୍ୟମନ୍ତ୍ରୀଙ୍କ ହାତରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗ କୃଷି ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ଦାୟିତ୍ୱ ଧରାଇଛନ୍ତି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅର୍ଥ ବିଭାଗର ଦାୟିତ୍ୱ ମୁଖ୍ୟମନ୍ତ୍ରୀ ନିଜ ହାତରେ ରଖିଛନ୍ତି । ମନ୍ତ୍ରିମଣ୍ଡଳରେ ଖାଲିଥିବା ୬ଟି ସ୍ଥାନ ପୂରଣ କରି ସେମାନଙ୍କ ମଧ୍ୟରୁ ମୁଖ୍ୟମନ୍ତ୍ରୀ କାହାରି ହାତକୁ ଏହି ଦାୟିତ୍ୱ ହସ୍ତାନ୍ତର କରିବେ ବୋଲି ଜଣାପଡ଼ିଛି ।
କାହାର କେଉଁ ବିଭାଗ
୧. ମୋହନ ଚରଣ ମାଝୀ- ଗୃହ, ସାଧାରଣ ପ୍ରଶାସନ ଏବଂ ସାଧାରଣ ଆପତ୍ତି, ସୂଚନା ଏବଂ ଲୋକ ସମ୍ପର୍କ, ଯୋଜନା ଓ ସଂଯୋଜନ
ଉପମୁଖ୍ୟମନ୍ତ୍ରୀ
୨. କନକ ବର୍ଦ୍ଧନ ସିଂହଦେଓ- କୃଷି ଓ କୃଷକ ସଶକ୍ତିକରଣ, କର୍ମନିଯୁକ୍ତି, ଶକ୍ତି
୩. ପ୍ରଭାତୀ ପରିଡ଼ା- ମହିଳା ଏବଂ ଶିଶୁ କଲ୍ୟାଣ, ମିଶନ ଶକ୍ତି, ପର୍ଯ୍ୟଟନ
କ୍ୟାବିନେଟ୍
୪. ସୁରେଶ ପୂଜାରୀ- ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା
୫. ରବି ନାରାୟଣ ନାଏକ- ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ, ପାନୀୟ ଜଳ
୬. ନିତ୍ୟାନନ୍ଦ ଗଣ୍ଡ- ବିଦ୍ୟାଳୟ ଓ ଗଣଶିକ୍ଷା, ଏସଟି/ଏସସି ଉନ୍ନୟନ, ସଂଖ୍ୟାଲଘୁ ଏବଂ ପଛୁଆବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ
୭. କୃଷ୍ଣଚନ୍ଦ୍ର ପାତ୍ର- ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ କାରିଗରୀ
୮. ପୃଥ୍ୱୀରାଜ ହରିଚନ୍ଦନ- ଆଇନ, ପୂର୍ତ୍ତ, ଅବକାରୀ
୯. ଡ. ମୁକେଶ ମହାଲିଙ୍ଗ- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି
୧୦. ବିଭୂତି ଭୂଷଣ ଜେନା- ବାଣିଜ୍ୟ ଓ ପରିବହନ, ଇସ୍ପାତ ଏବଂ ଖଣି
୧୧. ଡ. କୃଷ୍ଣଚନ୍ଦ୍ର ମହାପାତ୍ର- ଗୃହ ଓ ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ
ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ)
୧୨. ଗଣେଶ ରାମ ସିଂଖୁଣ୍ଟିଆ- ଜଙ୍ଗଲ, ପରିବେଶ ଏବଂ ପାଣିପାଗ ପରିବର୍ତ୍ତନ
୧୩. ସୂର୍ଯ୍ୟବଂଶୀ ସୂରଜ- ଉଚ୍ଚଶିକ୍ଷା, କ୍ରୀଡ଼ା ଏବଂ ଯୁବ ବ୍ୟାପାର, ଓଡ଼ିଆ ଭାଷା ଓ ସଂସ୍କୃତି
୧୪. ପ୍ରଦୀପ ବଳସାମନ୍ତ- ସମବାୟ, ହସ୍ତତନ୍ତ ଓ ବୟନଶିଳ୍ପ
୧୫. ଗୋକୁଳାନନ୍ଦ ମଲ୍ଲିକ- ମତ୍ସ୍ୟ ଏବଂ ପଶୁସମ୍ପଦ ବିକାଶ,ଏମଏସଏମଇ
୧୬. ସମ୍ପଦ ଚରଣ ସ୍ୱାଇଁ- ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା