Tuesday, February 10, 2026 09:40 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପୂର୍ବ ସରକାରଙ୍କ ଲିଗାସୀକୁ ଭାଙ୍ଗିବାକୁ ପଡ଼ିବ: ମୁଖ୍ୟମନ୍ତ୍ରୀ

ବିଧାନସଭାରେ ମୋହନ ମାଝୀଙ୍କ ବକ୍ତବ୍ୟ

by Our Correspondent
06 Dec, 2024- 09:31 PM
in Latest News, News
1 min read
0
ପୂର୍ବ ସରକାରଙ୍କ ଲିଗାସୀକୁ ଭାଙ୍ଗିବାକୁ ପଡ଼ିବ: ମୁଖ୍ୟମନ୍ତ୍ରୀ

ଓଡିଶା ସାର୍ବଜନୀନ ପରୀକ୍ଷା ( ଅନୁଚିତ ସାଧନର ନିବାରଣ) ବିଧେୟକ, ୨୦୨୪ ଉପସ୍ଥାପନ କରିବା ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ

ମାନ୍ୟବର ବାଚସ୍ପତି ମହୋଦୟା

ଓଡିଶା ସାର୍ବଜନୀନ ପରୀକ୍ଷା ( ଅନୁଚିତ ସାଧନର ନିବାରଣ) ବିଧେୟକ, ୨୦୨୪କୁ ବିଧାନସଭା ପଟଳରେ ପ୍ରସ୍ତୁତ କଲାବେଳେ ମୋ ମନରେ ଦୀର୍ଘଦିନରୁ ଆନ୍ଦୋଳିତ ହେଉଥିବା ପ୍ରଶ୍ନଗୁଡିକ ପ୍ରକାଶ କରିବାକୁ ମୁଁ ଆପଣଙ୍କ ଅନୁମତି ପ୍ରାର୍ଥନା କରୁଛି। ଦୀର୍ଘଦିନର ତ୍ୟାଗ, ତପସ୍ୟା ଓ ଅକଥନୀୟ ପରିଶ୍ରମର ଫଳ ମିଳିଛି, ଲୋକଙ୍କ ସରକାର ଆମ ସରକାର। ଯଶ୍ୱସୀ ପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦୀଙ୍କ ଅକୁଣ୍ଠିତ ପ୍ରେରଣା ଏବଂ ପରିଶ୍ରମ, ସାଢ଼େ ଚାରି କୋଟି ଓଡିଶାବାସୀଙ୍କ ଆଶୀର୍ବାଦ ପାଇ ଆମ ସରକାର ସଫଳତାର ସହିତ ୬ ମାସ ପୂରଣ କରିବ । ଆମେ ଦେଇଥିବା ସମସ୍ତ ପ୍ରତିଶୃତି ପାଳନ କରିବାରେ ଆମେ ଆଗଭର ହେଉଛୁ । ସାଢ଼େ ଚାରି କୋଟି ଓଡ଼ିଆଙ୍କ ଆଶା ଆକାଂକ୍ଷାକୁ ପୂର୍ଣ୍ଣ କରି ଏକ ସମୃଦ୍ଧ, ବିକଶିତ, ପ୍ରଗତିଶୀଳ ଏବଂ ସମ୍ପୂର୍ଣ୍ଣ ଓଡ଼ିଶା ଗଠନ କରିବା ପାଇଁ ଆମ ସରକାର ବଦ୍ଧ ପରିକର ।

ଆପଣ ମାନେ ଜାଣିଛନ୍ତି ପୂର୍ବ ସରକାର ଅକୁଣ୍ଠିତ ଜନ ସମର୍ଥନ ଏବଂ ନିରଙ୍କୁଶ ଶାସନର ସୁଯୋଗ ପାଇଥିଲେ ମଧ୍ୟ ଓଡ଼ିଶାକୁ ସେମାନେ ଛଳନା ଓ ପ୍ରତାରଣାର ଲାବୋରେଟରୀରେ ପରିଣତ କରିଦେଇ ଥିଲେ। କିଛି ମୁଷ୍ଟିମେୟ ଲୋକ ସାମ୍ବିଧାନିକ ବ୍ୟବସ୍ଥାକୁ ଅତି ସନ୍ତର୍ପଣରେ ହାତୁଡି ପ୍ରହାର କରିଚାଲିଥିଲେ। ଯାହାର ଜବାବ ଆମ ରାଜ୍ୟବାସୀ, ଏ ନିର୍ବାଚ଼ନରେ ଦେଇଛନ୍ତି । ଦିନ ଦ୍ଵିପ୍ରହରରେ ରାହାଜାନୀ କରିବାକୁ ବାହାରିଥିବା ଚକ୍ରାନ୍ତକାରୀମାନେ ବେନକାବ ହୋଇଛନ୍ତି। ପ୍ରଭୁ ଜଗନ୍ନାଥଙ୍କ ଅପାର କୃପାରୁ ଲୋକଙ୍କ ସରକାର ଆସିଛି ।
ମୋ ସରକାର ଏକ ଉତ୍ତରଦାୟୀ ସରକାର । ଏ ସରକାର ସ୍ଵଚ୍ଛତା, ସାଧୁତା, ନିରପେକ୍ଷତା ଏବଂ ସମାନତାରେ ବିଶ୍ୱାସ କରେ ।

ଗୋଟିଏ ଜାତି ଆଗକୁ ବଢିବା ପାଇଁ ଅନେକ ଉପାଦାନ ଆବଶ୍ୟକ କରେ । ଓଡିଆ ଜାତିକୁ ମଧ୍ୟ ଇନ୍ଧନ ଦରକାର । ବିଗତ ପଚିଶ ବର୍ଷର ସରକାରୀ ଉଦାସୀନତା ଅନେକ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ସୁଯୋଗ ଦେବାରୁ ବଞ୍ଚିତ କରିଛି । ସରକାରୀ କ୍ଷେତ୍ରରେ ନିଯୁକ୍ତି ବ୍ୟବସ୍ଥାକୁ ସ୍ଥାଣୁ କରିଦେଇଥିବା ପୂର୍ବ ସରକାରଙ୍କ legacyକୁ ଭାଙ୍ଗିବାକୁ ପଡିବ । କେବଳ ନିଯୁକ୍ତି କିମ୍ଵା ବୈଷୟିକ ଶିକ୍ଷା ନୁହେଁ, ଏ ପ୍ରକ୍ରିୟ। କିଭଳି ପାରଦର୍ଶୀ ହେବ, ତାର ପରିଣାମ ଆଜିର ଏହି ବିଧେୟକ । ଏହି ବିଧେୟକ ଆଇନ୍‌ରେ ପରିଣତ ହେବା ମାତ୍ରେ ଲକ୍ଷ ଲକ୍ଷ ମେଧାବୀ ଛାତ୍ରଛାତ୍ରୀଙ୍କ ଆଶା ଆକାଂକ୍ଷା ପୁରଣ କରିବାରେ ସହାୟକ ହେବ।

ପୂର୍ବ ସରକାର ଅମଳରେ ହୋଇଥିବା ନିଯୁକ୍ତି ପ୍ରକ୍ରିୟା ସ୍ୱଚ୍ଛ ଏବଂ ପାରଦର୍ଶୀ ଥିଲା ବୋଲି କେହି ବି ଦମ୍ଭରେ କହିପାରିବେ ନାହିଁ । ପ୍ରତି ନିଯୁକ୍ତି ତାଲିକା ସହିତ, ଚାପା ଗୁଞ୍ଜରଣ, ମେଧାବୀ ଛାତ୍ରଛାତ୍ରୀଙ୍କ ଆତ୍ମ ଫଳକ, ଛଦ୍ମ ପରିକ୍ଷାର୍ଥୀ, ନକଲ, ଉତ୍ତରପତ୍ର ଚଞ୍ଚକତା, ପ୍ରଶ୍ନପତ୍ର ପ୍ରଘଟ ଇତ୍ୟାଦି ଆଲୋଚନାର ବିଷୟ ବସ୍ତୁ ପାଲଟିବାର ନଜିର ରହିଅଛି।

ମୋ ଓଡିଶାର ପ୍ରଗତିର ବାହକ ଲକ୍ଷ ଲକ୍ଷ ମେଧାବୀ ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ମୁଁ ପ୍ରତିଶୃତିବଦ୍ଧ। ଏହି ବିଧେୟକ ଏକ deterrent force ଭଳି।

ବିଗତ ଦିନ ମାନଙ୍କରେ ନିଯୁକ୍ତି ଚୟନ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ହେବା, ମୌଖିକ ପରୀକ୍ଷାରେ ପାତର ଅନ୍ତର ହେବା,ନିୟମ ଅନୁଯାୟୀ ପରୀକ୍ଷା ପରିଚାଳନା ହେବା, ପରୀକ୍ଷାରେ ଲାଂଚ କାରବାର ହେବା ଇତ୍ୟାଦି ଅନେକ ଅନିୟମତତା ସମ୍ବନ୍ଧରେ ଅଭିଯୋଗ ଆସିଅଛି | ପରୀକ୍ଷା ପରିଚାଳନାରେ ବିଭିନ୍ନ ଅସାଧୁ ଉପାୟ ଅବଲମ୍ବନ ହେବା ଓ ପରୀକ୍ଷା ପ୍ରକ୍ରିୟାରେ ପକ୍ଷପାତିତା ସମ୍ପର୍କରେ ଗଣମାଧ୍ୟମରେ ଶିରୋନାମାରେ ଆସିବା ପୁର୍ବ ସରକାରରେ ଏକ ସାଧାରଣ ଘଟଣା ଥିଲା ।

ODISHA STAFF SELECTION COMMISSION ଅଧ୍ୟକ୍ଷକଙ୍କ ବ୍ୟକ୍ତିଗତ ସହାୟକ ଲାଂଚ ଗ୍ରହଣ କରି ଅଯୋଗ୍ୟ ବ୍ୟକ୍ତିବିଶେଷଙ୍କୁ ଚାକିରୀ କରାଇବା ଭଳି ସଂଗିନ୍ ଅଭିଯୋଗ ବିଷୟ ସାରା ଓଡ଼ିଶାବାସୀଙ୍କ ପାଇଁ ଅଭୁଲା ହୋଇ ରହିଅଛି | ସେହିପରି ୨୦୨୩ ମସିହାରେ JE (Civil) ପରୀକ୍ଷାରେ ପ୍ରଶ୍ନ ପତ୍ର ପ୍ରଘଟ କାରଣରୁ ଏହି ପରୀକ୍ଷାକୁ ବାତିଲ୍ କରାଯାଇଥିଲା । ଉପରୋକ୍ତ ପରୀକ୍ଷା ପରିଚାଳନାରେ ଘୋର ଅନିୟମତତା ସାରା ରାଜ୍ୟର ପରୀକ୍ଷା ବ୍ୟବସ୍ତାରେ କଲାଦାଗ ବୋଲି ବିବେଚନା କରାଯାଇପାରେ ।

ମାନନୀୟ ବାଚସ୍ପତି ମହୋଦୟା, ମୁଁ ଏଠାରେ ଜଣାଇବାକୁ ଚାହେଁ ଯେ ଛାତ୍ରଛାତ୍ରୀମନେ ସାର୍ବଜନୀନ ପରୀକ୍ଷା ପାଇଁ ବର୍ଷ ବର୍ଷ ଧରି ପ୍ରସ୍ତୁତି କରିଥାନ୍ତି । ଅଶାୟୀ ଛାତ୍ରଛାତ୍ରୀମାନେ ପରୀକ୍ଷା ପ୍ରସ୍ତୁତି ପାଇଁ Coaching Institute ରେ admission କରୁଛନ୍ତି ଯାହାକି ଏବେ ବହୁତ ବ୍ୟୟ ବହୁଳ ହୋଇଯାଇଛି । ବାପା ମାଆ ଓ ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ ପରୀକ୍ଷା ପ୍ରସ୍ତୁତି ପାଇଁ ରାଜ୍ୟର ପ୍ରମୁଖ ସହର ମାନଙ୍କୁ ଏହି ବ୍ୟୟ ବହୁଳ Coaching Instituteକୁ ପଠାଉଛନ୍ତି । ଏଥି ପାଇଁ ସେମାନେ ନିଜର କଷ୍ଟଲବ୍ଧ ଅର୍ଥକୁ ଖର୍ଚ୍ଚ କରୁଛନ୍ତି । କେତେକ ଗରିବ ବାପା ମାଆ ମଧ୍ୟ ନିଜର ସ୍ବଳ୍ପ ଜମିବାଡିକୁ ବିକ୍ରୟ କରି ପିଲାଙ୍କର ଏହି ପ୍ରସ୍ତୁତି ପାଇଁ ବ୍ୟୟ କରୁଛନ୍ତି, ଆଉ କେତେକ LOAN ମଧ୍ୟ କରୁଛନ୍ତି ।

ମାତ୍ର, ବିଡମ୍ବନାର ବିଷୟ ଏହି କି ଯେ ପରୀକ୍ଷା ପରିଚାଳନାରେ ଅନିୟମିତତା କାରଣରୁ ଛାତ୍ରଛାତ୍ରୀମାନଂକର ଏହି ବର୍ଷ ବର୍ଷର କଠୋର ପରିଶ୍ରମ ନିମିଷେକ ମଧ୍ୟରେ ନଷ୍ଟ ହୋଇଯାଏ , ସେମାନଂକର ପିତା ମାତାମାନଙ୍କର ସ୍ବପ୍ନ ଭାଂଗୀ ଚୁରମାର ହୋଇଯାଏ । ଏହା ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ମାନସିକ ସ୍ତରରେ ଗଭୀର ଆଘାତ ଦେଇଥାଏ । ଅସାଧୁ ଉପାୟ ଅବଲମ୍ବନ କରି ନ୍ୟାସ୍ତସ୍ବାର୍ଥ ଗୋଷ୍ଠୀ ଅଯୋଗ୍ୟ ପରୀକ୍ଷାର୍ଥୀମାନଙ୍କୁ ସଫଳ କରାଇବା ଦ୍ବାରା ମେଧାବୀ ପରିଶ୍ରମୀ ଛାତ୍ରଛାତ୍ରୀ ମାନେ ଭାଂଗୀ ପଡନ୍ତି । ଥରେ ପରୀକ୍ଷା ବାତିଲ୍ ହେଲେ ପରୀକ୍ଷାର୍ଥୀ ଓ ସେମାନଂକ ବର୍ଷ ବର୍ଷର ପରିଶ୍ରମ ମାଟିରେ ମିଶି ଯାଏ । ଏହା ସେମାନଂକ ମନୋବଳକୁ ଭାଂଗୀ ଦିଏ । ଅନେକ ପରୀକ୍ଷାର୍ଥୀ ପୁନଶ୍ଚ ପରୀକ୍ଷା ଦେବାକୁ ଅଶା ସଂଚାର କରିପାରନ୍ତି ନାହିଁ ଏବଂ ଗରିବ ବାପା ମାଆ ପୁଣି ପାଇସା ଖର୍ଚ୍ଚ କରି ପାରନ୍ତି ନାହିଁ । ସେମାନଂକ ସାରା ଜୀବନର ଆଶା ଆଶାରେ ହିଁ ରହିଯାଏ । ଏମିତି ଘଟଣା ମଧ୍ୟ ଗଣ ମାଧ୍ୟମରେ ଆମେ ଦେଖିବାକୁ ପାଉ ଯେ କିଛି ପରୀକ୍ଷାର୍ଥୀ ଆତ୍ମହତ୍ୟା କରିବାକୁ ପଛାନ୍ତି ନାହିଁ । ଏହା ଫଳରେ ସାରା ପରିବାର ତଳି ତଳାନ୍ତ ହୋଇଯାଏ ।

ପୂର୍ବବର୍ଷ NEET ପରୀକ୍ଷାରେ ଅନିୟମିତତା ଏକ ପ୍ରମୁଖ ପ୍ରସଙ୍ଗ ହୋଇଥିଲା । ତେଣୁ କେନ୍ଦ୍ର ସରକାର ଏପରି ଘଟଣାକୁ ରୋକିବା ପାଇଁ ଏକ ଆଇନ୍ ଆଣିଥିଲେ । ଅନ୍ୟ କେତେକ ରାଜ୍ୟ ହରିଆଣା, ଆସାମ ଓ ମହାରାଷ୍ଟ୍ର ମଧ୍ୟ ଏହି ଆଇନ୍ ପ୍ରଣୟନ କରିଛନ୍ତି । ଆମ ରାଜ୍ୟ ମଧ୍ୟ ଭବିଷ୍ୟତରେ ଏଭଳି କିଛି ଘଟଣା ଘଟିବା ପର୍ଯ୍ୟନ୍ତ ହାତବାନ୍ଧି ବସିପାରିବ ନାହିଁ। ତେଣୁ ଏବେ ଠାରୁ ଏହା ବିରୋଧରେ ପ୍ରତିଷେଧକ ବ୍ୟବସ୍ଥା ପାଇଁ ପଦକ୍ଷେପ ଗ୍ରହଣ ସ୍ୱରୂପ ଏହି ଆଇନ ଆଣିଛନ୍ତି ।

ଏହି ଆଇନ୍‌ରେ କଠୋର ଦଣ୍ଡ ବ୍ୟବସ୍ଥା କରାଯାଇଛି ।ଏହା ପରୀକ୍ଷା ବ୍ୟବସ୍ଥାରେ ବ୍ୟାଘାତ ସୃଷ୍ଟିକାରୀ ତଥା ଅନ୍ୟାନ୍ୟ ଉପାଦାନକୁ ଚିହ୍ନଟ କରିବାରେ ସହାୟକ ହେବ । ପରୀକ୍ଷାରେ ସଂଗଠିତ ଅପରାଧକୁ ରୋକିବାରେ ଏହା ସଫଳ ହେବ । ଏହା ପରୀକ୍ଷା ବ୍ୟବସ୍ଥାରେ ବ୍ୟାଘାତ ସୃଷ୍ଟିକାରି ତଥା ଅନ୍ୟାନ୍ୟ ଉପାଦାନକୁ ଚିହ୍ନଟ କରିବାରେ ସହାୟକ ହେବ । ଏହି ପ୍ରସ୍ତାବିତ ଆଇନରେ ଉଭୟ ଆର୍ଥିକ ଓ ଅପରାଧିକ ଦଣ୍ଡ ବ୍ୟବସ୍ଥାକୁ ଏତେ ଅଧିକ କଠୋର କରାଯାଇଛି ଯେ ଅପରାଧୀ ଗୋଷ୍ଠୀ ଅପରାଧ କରିବା ପୂର୍ବରୁ ପୁନର୍ବିଚାର କରିବା ପାଇଁ ବାଧ୍ୟ ହେବେ ।

ମୁଁ ଏଠାରେ ଏହି ପବିତ୍ର ଗୃହକୁ ଜଣାଇବାକୁ ଚାହେଁ ଯେ ଆମ ସରକାରର ପ୍ରାଥମିକତା ହେଉଛି ସ୍ବଚ୍ଛତା, ନିରପେକ୍ଷତା, ସାଧୁତା ଓ ପାରଦର୍ଶିତା । ଏହା ଏକ ଉତ୍ତରଦାୟୀ ସରକାର । ଆମ ରାଜ୍ୟର ଲକ୍ଷ ଲକ୍ଷ ମେଧାବୀ ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତକୁ ସୁରକ୍ଷିତ ରଖିବା ଆମ ସରକାରର ପରମ କର୍ତ୍ତବ୍ୟ । ସେମାନେ ତଥା ସେମାନଙ୍କର ପିତାମାତାଙ୍କର ସ୍ଵପ୍ନକୁ ସାକାର କରିବା ହେଉଛି ଆମର ପ୍ରାଥମିକତା। ତେଣୁ, ପରୀକ୍ଷା ପରିଚାଳନାରେ ବିଭ୍ରାଟ ସୃଷ୍ଟି କରୁଥିବା ଅସାଧୁ ଗୋଷ୍ଠୀଙ୍କୁ ସମୁଚିତ ଦଣ୍ଡ ଦେବା ଏବଂ ପରିଶ୍ରମୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରିବା ପାଇଁ ଆମ ରାଜ୍ୟ ସରକାର ପ୍ରତିବଦ୍ଧ । ଆମ ସରକାର ଭବିଷ୍ୟତରେ ଦେଢ ଲକ୍ଷ ସରକାରୀ ନିଯୁକ୍ତି ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି ଏବଂ ଏ ସମସ୍ତ ନିଯୁକ୍ତି ପରୀକ୍ଷାକୁ ସ୍ଵଚ୍ଛ ଓ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ ଏକ ସୁଦୃଢ ଆଇନର ଆବଶ୍ୟକତା ରହିଛି। ତେଣୁ ମୁଁ ଏ ଗୃହର ସମସ୍ତ ସଦସ୍ୟ ସଦସ୍ୟାଙ୍କୁ ଅନୁରୋଧ କରୁଛି ଯେ ସେମାନେ ଏହି ବିଲକୁ ପାରିତ କରି ଆଇନରେ ପରିଣତ କରାନ୍ତୁ।

Previous Post

ପ୍ରଫୁଲ୍ଲ ସାମଲଙ୍କୁ ଛାମୁଆ ସଂଗଠନ ଦାୟିତ୍ୱ

Next Post

କିଟ୍ ରେ କେ-ଆଇ୩ ଫେଷ୍ଟ ଉଦ୍‍ଘାଟିତ

Next Post
କିଟ୍ ରେ କେ-ଆଇ୩ ଫେଷ୍ଟ ଉଦ୍‍ଘାଟିତ

କିଟ୍ ରେ କେ-ଆଇ୩ ଫେଷ୍ଟ ଉଦ୍‍ଘାଟିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19159 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16596 shares
    Share 6638 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5482 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA