Saturday, August 1, 2026 02:41 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅଶୋକ ହୋଟେଲରେ ମୋହନଙ୍କ ପାର୍ଟି

ଦିଲ୍ଲୀ ଗସ୍ତର ଦ୍ୱିତୀୟ ଦିନ

by Samar Pradhan
31 Jul, 2026- 12:57 PM
in Latest News, News, Politics
1 min read
0
ଅଶୋକ ହୋଟେଲରେ ମୋହନଙ୍କ ପାର୍ଟି

ଭୁବନେଶ୍ୱର: ୪ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗସ୍ତର ପ୍ରଥମ ଦିନରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ଘରେ ଡିନର୍ ଭୋଜିରେ ଓଡ଼ିଶାର ବିଜେପି ସାଂସଦମାନଙ୍କ ସହ ଯୋଗଦେଇଥିଲେ । ଦ୍ୱିତୀୟ ଦିନରେ ଅଶୋକ ହୋଟେଲ୍ ରେ ସାଂସଦମାନଙ୍କୁ ଡିନର୍ ଭୋଜିରେ ଆପ୍ୟାୟିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ବନ୍ୟା ବିଭୀଷିକା ବେଳେ ମୁଖ୍ୟମନ୍ତ୍ରୀ ଅଚାନକ ଦିଲ୍ଲୀ ଯାଇ ସାଂସଦମାନଙ୍କ ସହ ଏମିତି ମେଳି କରିବା ବିଜେପି ଆଭ୍ୟନ୍ତରୀଣ ରାଜନୀତିକୁ ସରଗରମ କରିଛି ।

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦରେ କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ବିଦାୟ ନେଇଥିବା ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭୁବନେଶ୍ୱରରେ ୬ ଜଣ ମନ୍ତ୍ରୀ ଏବଂ ୨୫ ବିଧାୟକଙ୍କ ଭବ୍ୟ ସମ୍ବର୍ଦ୍ଧନାକୁ ଏକ ମାମୁଲି ଘଟଣା ଭାବରେ ବିଚାର କରାଯାଉନାହିଁ । ଏହାକୁ ନେଇ ବିଭିନ୍ନ ପ୍ରକାର ଆଲୋଚନା ଚାଲିଥିବା ବେଳେ ଧର୍ମେନ୍ଦ୍ରଙ୍କ ପଛେ ପଛେ ମୋହନଙ୍କ ଦିଲ୍ଲୀ ଗସ୍ତ ଏହି ଆଲୋଚନା ନିଆଁରେ ଘିଅ ଢ଼ାଳି ଦେଇଛି । ରାଜ୍ୟରେ ବନ୍ୟାର ତାଣ୍ଡବ ବେଳେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯିବା ଆଦୌ ସାଧାରଣ ଘଟଣା ନୁହେଁ । ଏହା ବି କୁହାଯାଉଛି ଯେ ମୁଖ୍ୟମନ୍ତ୍ରୀ ନିଜ ଇଚ୍ଛାରେ ଦିଲ୍ଲୀ ଯାଇନାହାନ୍ତି ।

ରୋଚକ କଥା ହେଉଛି, ଗତକାଲି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲଙ୍କ ଅଧ୍ୟକ୍ଷତାରେ ମହାନଦୀ ଜଳ ବିବାଦର ସମାଧାନ ନିମନ୍ତେ ଯେଉଁ ବୈଠକ ବସିଥିଲା ତାହା ପୂର୍ବ ସ୍ଥିରୀକୃତ ନ ଥିଲା । ମୋହନ ମାଝୀଙ୍କ ଦିଲ୍ଲୀ ଗସ୍ତର ଗୁରୁତ୍ୱ ରଖିବା ପାଇଁ ଶେଷ ମୁହୂର୍ତ୍ତରେ ଏହା ସ୍ଥିର ହୋଇଥିଲା । ସେଥିପାଇଁ ବୈଠକ ସଂକ୍ରାନ୍ତରେ ଓଡ଼ିଶାର ବିଜେପି ସାଂସଦମାନଙ୍କ ପାଖରେ ପୂର୍ବ ସୂଚନା ନ ଥିଲା । ରାଜ୍ୟରେ ବନ୍ୟା ବିପତ୍ତି ବେଳେ ମୁଖ୍ୟମନ୍ତ୍ରୀଙ୍କ ଅଚାନକ ଗସ୍ତକୁ ନେଇ ଓଲଟି ଅନେକ ସାଂସଦ ଆଶ୍ଚର୍ଯ୍ୟପ୍ରକଟ କରିଥିଲେ ।

ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦର ଆଲୋଚନା ବୈଠକ ନିଶ୍ଚିତ ଗୁରୁତ୍ୱପୂର୍ଣ୍ଣ । ମାତ୍ର ଅଧା ଓଡ଼ିଶା ବନ୍ୟାରେ ଉବୁଟୁବୁ ହେଉଥିବାରୁ ବୈଠକକୁ ଆଉ ୧୦ ଦିନ ଗଡ଼ା ଯାଇପାରିଥାନ୍ତା । ସେଥିରେ ଆକାଶ ଛିଣ୍ଡି ପଡ଼ି ନ ଥାନ୍ତା । ବରଂ ଦୁଇ ଦିନ ହେଲା ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ରାଜ୍ୟର ଦଳୀୟ ସାଂସଦମାନଙ୍କ ସହ ସୁସମ୍ପର୍କ ରକ୍ଷାରେ ବ୍ୟସ୍ତ ରହିବା ରାଜ୍ୟ ବିଜେପି ରାଜନୀତିର ଗହନ କଥାକୁ ଇଙ୍ଗିତ କରୁଛି । ଗତକାଲି ଅଶୋକ ହୋଟେଲ ଡିନର୍ ପାର୍ଟିରେ ମୁଖ୍ୟମନ୍ତ୍ରୀ ସାଂସଦମାନଙ୍କ ସହ ରାଜ୍ୟର ବିଭିନ୍ନ ବିକାଶମୂଳକ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି ।

ସୂଚନାଥାଉକି, ବନ୍ୟା ବେଳେ ମୁଖ୍ୟମନ୍ତ୍ରୀଙ୍କ ନୂଆଦିଲ୍ଲୀ ଗସ୍ତ ଏବଂ ବିଜେପି ନେତାମାନଙ୍କ ଭୋଜିକୁ ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସାରା ରାଜ୍ୟରେ ବନ୍ୟାର ସ୍ଥିତି ଦେଖାଦେଇଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସମେତ ବିଜେପିର ଶୀର୍ଷନେତା ତଥା ସାଂସଦମାନେ ଏବେ ଦିଲ୍ଲୀରେ । ଏପରି ଅସମୟରେ ନିଜ ଲୋକଙ୍କ ସୁରକ୍ଷାଠାରୁ ଅଧିକ ଗମ୍ଭୀର ବିଷୟ କ’ଣ ହୋଇପାରେ ବୋଲି ସେ ପ୍ରଶ୍ନ କରିବା ସହ ସରକାର ସମ୍ବେଦନହୀନ ନ ହୋଇ ଲୋକଙ୍କ ସହିତ ଛିଡ଼ା ହୋଇ ସୁରକ୍ଷା ଦିଅନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି ।

Previous Post

ବନ୍ୟା ମୁକାବିଲା ନା ଦିଲ୍ଲୀ ଗସ୍ତ; କେଉଁଟା ପ୍ରାଥମିକତା?

Next Post

ରାଜ୍ୟର ବନ୍ୟା ସ୍ଥିତି ସଙ୍ଗୀନ ବେଳେ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଭୋଜିଭାତରେ ବ୍ୟସ୍ତ: ବିଜେଡି

Next Post
ରାଜ୍ୟର ବନ୍ୟା ସ୍ଥିତି ସଙ୍ଗୀନ ବେଳେ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଭୋଜିଭାତରେ ବ୍ୟସ୍ତ: ବିଜେଡି

ରାଜ୍ୟର ବନ୍ୟା ସ୍ଥିତି ସଙ୍ଗୀନ ବେଳେ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଭୋଜିଭାତରେ ବ୍ୟସ୍ତ: ବିଜେଡି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA