Saturday, August 1, 2026 02:43 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରାଜ୍ୟର ବନ୍ୟା ସ୍ଥିତି ସଙ୍ଗୀନ ବେଳେ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଭୋଜିଭାତରେ ବ୍ୟସ୍ତ: ବିଜେଡି

ବନ୍ୟାରେ ୭ ଜଣଙ୍କ ଜୀବନହାନୀ, ୧୩୮୦ ଗୃହପାଳିତ ପଶୁଙ୍କ ମୃତ୍ୟୁ

by Our Correspondent
31 Jul, 2026- 11:44 PM
in Latest News, News
1 min read
0
ରାଜ୍ୟର ବନ୍ୟା ସ୍ଥିତି ସଙ୍ଗୀନ ବେଳେ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଭୋଜିଭାତରେ ବ୍ୟସ୍ତ: ବିଜେଡି

ଭୁବନେଶ୍ୱର: ରାଜ୍ୟରେ ୨୦ରୁ ଉଦ୍ଧ୍ୱର୍ର୍ ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇ ସ୍ଥିତି ସଂଗୀନ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଓ ବିଜେପିର ବରିଷ୍ଠ ନେତୃବୃନ୍ଦ ନୂଆଦିଲ୍ଲୀରେ ଭୋଜିଭାତରେ ବ୍ୟସ୍ତ ଅଛନ୍ତି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି । ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଓ ପୂର୍ବତନ ମନ୍ତ୍ରୀ ତଥା ଉପସଭାପତି ଅତନୁ ସବ୍ୟସାଚୀ ନାୟକ, ବନ୍ୟାରେ ପ୍ରଭାବିତ ଲୋକଙ୍କୁ ସହାୟତା ପ୍ରଦାନରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି କହିଥିଲେ ।

ଶ୍ରୀ ମିଶ୍ର କହିଥିଲେ, ସାରା ରାଜ୍ୟରେ ବନ୍ୟା ସ୍ଥିତି ସଂଗୀନ ହୋଇଛି । ଗତ ସରକାରଙ୍କ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଏକ ସୁଦୃଢ଼ ବ୍ୟବସ୍ଥା ହୋଇଥିଲା, ଯେଉଁଥି ପାଇଁ ଓଡିଶା ସମଗ୍ର ଦେଶ ଓ ବିଶ୍ୱରେ ପ୍ରଶଂସିତ ହୋଇଥିଲା । ଚଳିତ ବନ୍ୟାରେ ରାଜ୍ୟରେ ୭ ଜଣ ପ୍ରାଣ ହରାଇଥିବା ବେଳେ ୧୩୮୦ ଗୃହ ପାଳିତ ପଶୁ ପ୍ରାଣ ହରାଇଛନ୍ତି ଓ ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି । ରାଜ୍ୟର ସ୍ଥିତି ସଙ୍ଗୀନ ଥିବା ବେଳେ ମୁଖ୍ୟମନ୍ତ୍ରୀ ଓ ବିଜେପିର ବରିଷ୍ଠ ମାନେ ନୂଆଦିଲ୍ଲୀରେ ଭୋଜି ଭାତରେ ମାତିଛନ୍ତି । ନବୀନଙ୍କ ପ୍ରତ୍ୟେକ ଜୀବନ ମୂଲ୍ୟବାନ ନୀତି ଆଜି ବିଜେପି ସରକାରଙ୍କ ପାଇଁ ଅଦରକାରୀ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜିରୋ କାଜୁଆଲିଟି କଥା କହୁଛନ୍ତି, କିନ୍ତୁ ତାହା କାମରେ ଲାଗୁନାହିଁ ।

ଶ୍ରୀ ନାୟକ କହିଥିଲେ, ରାଜ୍ୟର ୨୦ରୁ ଅଧିକ ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଛି । ଏହି ଘଡିସନ୍ଧି ମୁହୂର୍ତ୍ତରେ ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । ଅପରପକ୍ଷରେ, ରାଜ୍ୟର ମୁଖ୍ୟମନ୍ତ୍ରୀ ବିଜେପି ସାଂସଦ ମାନଙ୍କୁ ହୋଟେଲ ଅଶୋକରେ ଭୋଜି ଦେଉଛନ୍ତି । ରୋମ ଜଳୁଥିଲା ବେଳେ ନ୍ୟୁରୋ ବଂଶୀ ବାଦନ କରୁଥିବା ଭଳି ବନ୍ୟା ଦାଉରୁ ରକ୍ଷା ପାଇବା ପାଇଁ ରାଜ୍ୟବାସୀ ଡହଳବିକଳ ହେଉଥିବା ବେଳେ ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀରେ ଭୋଜିଭାତରେ ମାତିଛନ୍ତି । ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଆସିଲେ, ସ୍ୱାଭାବିକ ଭାବେ ନବୀନ ପଟ୍ଟନାୟକ ମନେ ପଡ଼ନ୍ତି । ତାଙ୍କର ପ୍ରତ୍ୟେକ ଜୀବନ ମୂଲ୍ୟବାନ ଓ ଜିରୋ କାଜୁଆଲିଟି ନୀତି ଲୋକଙ୍କ ସ୍ମରଣରେ ଆସେ । କିନ୍ତୁ, ବନ୍ୟା ସ୍ଥିତି ଉତ୍କଟ ହୋଇଥିବା ବେଳେ, ପ୍ରଭାବିତ ଲୋକମାନେ ସହାୟତା ପାଇଁ ଅନାଇ ବସିଛନ୍ତି । ଅଧିକାଂଶ ଜାଗାରେ ଶୁଖିଲା ଖାଦ୍ୟ ପହଞ୍ଚି ପାରିନାହିଁ । ବନ୍ୟା ଅଞ୍ଚଳରେ ରନ୍ଧା ଖାଦ୍ୟ ପ୍ରଦାନ କରିବାର ବ୍ୟବସ୍ଥା ଥିବା ସତ୍ତ୍ୱେ, ତାହା ଏ ପର୍ଯ୍ୟନ୍ତ ଆରମ୍ଭ ହୋଇପାରି ନାହିଁ ବୋଲି ବିଜେଡି ଅଭିଯୋଗ କରିଛି ।

Previous Post

ଅଶୋକ ହୋଟେଲରେ ମୋହନଙ୍କ ପାର୍ଟି

Next Post

ଶାହ, ବୈଷ୍ଣବଙ୍କୁ ଭେଟିଲେ ମୋହନ

Next Post
ଶାହ, ବୈଷ୍ଣବଙ୍କୁ ଭେଟିଲେ ମୋହନ

ଶାହ, ବୈଷ୍ଣବଙ୍କୁ ଭେଟିଲେ ମୋହନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA