Friday, September 18, 2026 05:21 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବନ୍ୟା ମୁକାବିଲା ନା ଦିଲ୍ଲୀ ଗସ୍ତ; କେଉଁଟା ପ୍ରାଥମିକତା?

ପ୍ରଶ୍ନ କଲା ବିଜେଡି

by Our Correspondent
30 Jul, 2026- 07:23 PM
in Latest News, News
1 min read
0
ବନ୍ୟା ମୁକାବିଲା ନା ଦିଲ୍ଲୀ ଗସ୍ତ; କେଉଁଟା ପ୍ରାଥମିକତା?

ଭୁବନେଶ୍ୱର: ଲଗାଣ ବର୍ଷା ପରେ ରାଜ୍ୟରେ ବନ୍ୟା ସ୍ଥିତି ଦିନକୁ ଦିନ ଉତ୍କଟ ହେଉଥିବା ବେଳେ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିଲ୍ଲୀରେ ଥିବାକୁ ନେଇ ପ୍ରଶ୍ନ ଉଠାଇଛି ବିଜେଡି । ରାଜ୍ୟର ଅନେକ ଅଞ୍ଚଳ ଜଳମଗ୍ନ ହୋଇଯିବା ପରେ ସେ ଅଞ୍ଚଳର ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ, ପ୍ରଭାବିତ ଲୋକ ମାନଙ୍କ ପାଖରେ ନିତ୍ୟ ଆବଶ୍ୟକୀୟ ଜିନିଷ ପହଞ୍ଚିପାରି ନାହିଁ । ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ, ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ରହିବା, ବନ୍ୟା ପ୍ରପୀଡ଼ିତଙ୍କୁ ଆବଶ୍ୟକ ସହଯୋଗ ଯୋଗାଇଦେବା ପାଇଁ ଆନ୍ତରିକତା ନାହିଁ ବୋଲି ବିଜେଡି କହିଛି ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ପ୍ରୀତି ରଞ୍ଜନ ଘଡ଼ାଇ କହିଥିଲେ, ବନ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ କୌଣସି ପ୍ରସ୍ତୁତି ନଥିବା ପରି ସ୍ପଷ୍ଟ ଜଣାପଡୁଛି । ବନ୍ୟାରେ ପ୍ରଭାବିତ ଅଞ୍ଚଳରେ ଶୁଖିଲା ଖାଦ୍ୟ ପହଞ୍ଚାଇବା ସରକାରଙ୍କ ପ୍ରାଥମିକ ଦାୟିତ୍ୱ, ଯେଉଁଥିରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଏହାଛଡା କୌଣସି ଅଞ୍ଚଳରେ ରନ୍ଧା ଖାଦ୍ୟ ପ୍ରଦାନ କରାଯିବା ପାଇଁ କୌଣସି ବ୍ୟବସ୍ଥା ନାହିଁ । ରାଜ୍ୟରେ ଲଗାଣ ବର୍ଷାକୁ ନେଇ ଏଭଳି ସ୍ଥିତି ଉପୁଜିବା କିଛି ନୂଆ କଥା ନୁହେଁ । କିନ୍ତୁ ବନ୍ୟା ଆଶଙ୍କା ଉପୁଜିବା ପାଇଁ ପୂର୍ବ ସୂଚନା ଥିବା ସତ୍ତ୍ୱେ, ସରକାରଙ୍କ କୌଣସି ପୂର୍ବ ପ୍ରସ୍ତୁତି ନଥିଲା । ବନ୍ୟା ବା କୌଣସି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ନବୀନ ସରକାରଙ୍କ ସମୟରେ ଏକ ସୁଦୃଢ଼ ବ୍ୟବସ୍ଥା ପ୍ରତିଷ୍ଠା ହୋଇଥିଲା । ଜିରୋ କାଜୁଆଲିଟି ନୀତି ଓ ବିପର୍ଯ୍ୟୟ ମୁକାବିଲା ପାଇଁ ଓଡିଶା ସମଗ୍ର ଦେଶ ତଥା ବିଶ୍ୱରେ ପ୍ରଶଂସିତ ହୋଇଥିଲା । କିନ୍ତୁ ରାଜ୍ୟରେ ସମସ୍ତ ବ୍ୟବସ୍ଥା ମହଜୁଦ ଥିବା ସତ୍ତ୍ୱେ, ରାଜ୍ୟ ସରକାରଙ୍କର ଇଚ୍ଛାଶକ୍ତି ଅଭାବ ଯୋଗୁଁ ବନ୍ୟା ପରିସ୍ଥିତିର ସଫଳ ମୁକାବିଲା କରିବାରେ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ।

ଶ୍ରୀ ଘଡ଼ାଇ ଆହୁରି କହିଥିଲେ ଯେ, ବନ୍ୟାକୁ ନେଇ ରାଜ୍ୟ ଏକ ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଥିଲା ବେଳେ, ରାଜ୍ୟର ମୁଖ୍ୟମନ୍ତ୍ରୀ ଏହାକୁ ମୁକାବିଲା କରିବା ପରିବର୍ତ୍ତେ ନିଜେ ଦିଲ୍ଲୀ ଗସ୍ତରେ ଅଛନ୍ତି । ବନ୍ୟା ମୁକାବିଲା ରାଜ୍ୟ ସରକାରଙ୍କ ପ୍ରାଥମିକତା ନାହିଁ ବୋଲି ଏଥିରୁ ସ୍ପଷ୍ଟ ହେଉଛି । ଦିଲ୍ଲୀରେ ବସି, ମୁଖ୍ୟମନ୍ତ୍ରୀ ବନ୍ୟା ପରିସ୍ଥିତି ଉପରେ ନଜର ରଖିଛୁ ବୋଲି ବିବୃତ୍ତି ଦେଇଛନ୍ତି । ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି ଯେ, ବନ୍ୟା ପରିସ୍ଥିତି ମୁକାବିଲା ନା ଦିଲ୍ଲୀ ଗସ୍ତ, କେଉଁଟା ପ୍ରାଥମିକତା? ରାଜ୍ୟ ବିଜେପି ସରକାରଙ୍କ କାମ କେବଳ ବିବୃତିରେ ସୀମିତ । ବଡ଼ ବଡ଼ ବିବୃତ୍ତି ଆସୁଛି, କିନ୍ତୁ କାମ ଘର ଶୂନ । ବନ୍ୟାରେ ପ୍ରଭାବିତ ହୋଇ ହନ୍ତସନ୍ତ ହେଉଥିବା ଲକ୍ଷ ଲକ୍ଷ ଲୋକଙ୍କୁ ସହାୟତା ପ୍ରଦାନରେ ସରକାର ବିଫଳ ହୋଇଛନ୍ତି । ସରକାରଙ୍କ ଏହି ବିଫଳତା ପାଇଁ ରାଜ୍ୟବାସୀ କେବେ କ୍ଷମା ଦେବେ ନାହିଁ, ଉଚିତ ସମୟରେ ଉଚିତ ଜବାବ ଦେବେ ।

ଅନ୍ୟପକ୍ଷରେ ବନ୍ୟା ସ୍ଥିତିର ପରିଚାଳନା ଓ ମୁକାବିଲା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବିବୃତି ଆସିଛି । ସେଥିରେ କୁହାଯାଇଛି-

ଓଡ୍ରାଫ୍, ଏନଡିଆରଏଫ୍ ଏବଂ ଅଗ୍ନିଶମ ବାହିନୀ ଦ୍ଵାରା ପ୍ରଭାବିତ ଜିଲ୍ଲାମାନଙ୍କରେ ଆବଶ୍ୟକ ଉଦ୍ଧାର ତଥା ସ୍ଥାନାନ୍ତରଣ କାର୍ଯ୍ୟ ଅବ୍ୟାହତ ରହିଛି । ରାଜ୍ୟସରକାରଙ୍କ ପକ୍ଷରୁ ନିୟମିତ ଜିଲ୍ଲାପ୍ରଶାସନ ସହ ସମନ୍ଵୟ ରକ୍ଷା କରି ଜନସାଧାରଣଙ୍କ ପ୍ରତିଟି ଅସୁବିଧା ତଥା ସମସ୍ୟାକୁ ଗୁରୁତ୍ଵର ସହ ବିଚାର କରି ତୁରନ୍ତ ସହଯୋଗ ପ୍ରଦାନ କରାଯାଉଛି । ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏବଂ ସ୍ଵତନ୍ତ୍ର ସହାୟତା ଆୟୁକ୍ତଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟାଳୟ ସାମ୍ପ୍ରତିକ ପରିସ୍ଥିତିର ସୁବ୍ୟବସ୍ଥିତ ମୁକାବିଲା ନିମିତ୍ତ ନିରନ୍ତର ଉଦ୍ୟମରତ ଅଛନ୍ତି । ଆମର ବିଶ୍ୱାସ ଯେ, ପ୍ରଶାସନିକସ୍ତରରେ ଆମର ସମ୍ମିଳିତ ପଦକ୍ଷେପ, କ୍ଷେତ୍ରସ୍ତରରେ କାର୍ଯ୍ୟରତ ଅଧିକାରୀମାନଙ୍କର ନିଷ୍ଠାପର ଦାୟିତ୍ଵ ସମ୍ପାଦନ ଏବଂ ସମସ୍ତ ଆବଶ୍ୟକ ସମୁଚିତ ସୂଚନା ଜନସାଧାରଣଙ୍କ ନିକଟରେ ଉପଲବ୍ଧ କରାଇବାରେ ଗଣମାଧ୍ୟମର ତତ୍ପରତା ତଥା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ ଦ୍ଵାରା ଆମେ ସଫଳତାର ସହ ସୁରକ୍ଷିତ ଓଡ଼ିଶା ସୁନିଶ୍ଚିତ କରିବାରେ ନିଶ୍ଚୟ ସଫଳ ହେବା ।

ରାଜ୍ୟରେ ବନ୍ୟା ବେଳେ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତକୁ ନେଇ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଟୁଇଟ୍ କରିଛନ୍ତି ।

Previous Post

ବନ୍ୟା ଛାଡ଼ି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ

Next Post

ଅଶୋକ ହୋଟେଲରେ ମୋହନଙ୍କ ପାର୍ଟି

Next Post
ଅଶୋକ ହୋଟେଲରେ ମୋହନଙ୍କ ପାର୍ଟି

ଅଶୋକ ହୋଟେଲରେ ମୋହନଙ୍କ ପାର୍ଟି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA