Wednesday, June 24, 2026 04:51 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବାଲେଶ୍ୱର ବନ୍ୟାଞ୍ଚଳ ବୁଲି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ପ୍ରଭାବିତ ଲୋକଙ୍କୁ ରନ୍ଧାଖାଦ୍ୟ, ରିଲିଫ୍ ପ୍ରଦାନ ପାଇଁ ନିର୍ଦ୍ଦେଶ

by Our Correspondent
18 Sep, 2024- 08:31 PM
in Latest News
1 min read
0
ବାଲେଶ୍ୱର ବନ୍ୟାଞ୍ଚଳ ବୁଲି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବାଲେଶ୍ୱର ଜିଲ୍ଲା ଗସ୍ତ କରି ବାଲିଆପାଳ ଓ ଭୋଗରାଇ ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଜନିତ ବନ୍ୟା କ୍ଷୟକ୍ଷତିର ସ୍ଥିତିକୁ ଆକାଶ ମାର୍ଗରୁ ଅନୁଧ୍ୟାନ କରିବା ସହିତ ଏହାର ସମୀକ୍ଷା କରିଛନ୍ତି। ଏହି ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ ମୁକେଶ ମହାଲିଙ୍ଗ, ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ଉପମୁଖ୍ୟ ସଚେତକ ଗୋବିନ୍ଦ ଦାସ, ଜିଲ୍ଲାର ବିଧାୟକ ବୃନ୍ଦ, ଆରଡିସି, ଜିଲ୍ଲାପାଳ ଏବଂ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ବୈଠକରେ ବନ୍ୟା ଦ୍ୱାରା କୃଷିକ୍ଷେତ୍ରରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା ହୋଇଥିଲା, ପ୍ରଭାବିତ ଲୋକଙ୍କୁ ଜଳ ଜନିତ ରୋଗରୁ ସୁରକ୍ଷା ଦେବା ପାଇଁ ଜିଲ୍ଲା ସ୍ତରୀୟ ଏକ ସ୍ୱାସ୍ଥ୍ୟ ସେବା ଟିମ୍ ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ବନ୍ୟାଘେରରେ ଥିବା ବାସଗୃହ ଓ ସ୍କୁଲ ଘର ଗୁଡିକୁ ବିଶୋଧନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ପ୍ରଭାବିତ ଲୋକମାନଙ୍କୁ ଠିକ୍ ଭାବେ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି କି ନାହିଁ ସେ ସମ୍ପର୍କରେ ବୁଝିଥିଲେ। ଆବଶ୍ୟକ ସ୍ଥଳେ ଏହି ରନ୍ଧାଖାଦ୍ୟ ଯୋଗାଣ ବ୍ୟବସ୍ଥାକୁ ଆଉ ଅଧିକ ଦିନ ବଢାଇବା ପାଇଁ କହିଥିଲେ। ଘର ଭାଙ୍ଗିଥିବା ଲୋକମାନଙ୍କୁ ପଲିଥିନ ଯୋଗାଇଦେବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ କହିଥିଲେ।

ବୈଠକ ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ବିବୃତି ରଖି କହିଲେ ଯେ ବାଲେଶ୍ୱର ଜିଲ୍ଲାରେ ଏହି ବର୍ଷା ଜନିତ ବନ୍ୟାରେ ଜିଲ୍ଲାର ୬ଟି ବ୍ଲକ ପ୍ରଭାବିତ ହୋଇଛନ୍ତି ଏବଂ ୮ହଜାର ହେକ୍ଟର ଜମି ଜଳ ମଗ୍ନ ଅବସ୍ଥାରେ ଅଛି। ବିଶେଷ କରି ଭୋଗରାଇ, ଜଳେଶ୍ୱର ଓ ବାଲିଆପାଳ ବ୍ଲକର ୩୫ଟି ଗ୍ରାମ ପଞ୍ଚାୟତ ବହୁଳ ଭାବେ ପ୍ରଭାବିତ ହୋଇଛି। ପୂର୍ଣ୍ଣିମା ଯୋଗୁଁ ସମୁଦ୍ରରେ ଜୁଆର ଥିବାରୁ ସମୁଦ୍ରକୁ ଜଳ ନିଷ୍କାସନ ହୋଇ ପାରୁନାହିଁ। ପୂର୍ଣ୍ଣିମା ପରେ ଆଉ ଗୋଟିଏ ଦିନ ଭିତରେ ସ୍ଥିତିରେ ସୁଧାର ଆସିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ତଳିଆ ଅଞ୍ଚଳରେ ପାଣି ପଶିଥିବା ଗ୍ରାମରୁ ପ୍ରାୟ ୨ହଜାର ଲୋକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ସେଠାରେ ରନ୍ଧା ଖାଦ୍ୟ ଓ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯାଉଛି। ଯୋଗାଯୋଗ ବିଛିନ୍ନ ହୋଇଥିବା ଗ୍ରାମ ଗୁଡିକରେ ଉଦ୍ଧାର କାର୍ଯ୍ୟ ପାଇଁ ୮ଟି ଅଗ୍ନିଶମ ବାହିନୀ, ୩ଟି ଓଡ୍ରାଫ ବାହିନୀ ଓ ଗୋଟିଏ ଏନଡିଆରଏଫ ଟିମ୍ ନିୟୋଜିତ ଅଛନ୍ତି। ଆବଶ୍ୟକ ସ୍ଥଳେ ଆଉ ଅଧିକ ଟିମ୍ ନିୟୋଜିତ ହେବେ। ସୁବର୍ଣ୍ଣରେଖା ଓ ଜଳକା ନଦୀର ଗତିବିଧିକୁ ନଜର ରଖି ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସନର ଅଧିକାରୀ ମାନେ ୨୪ ଘଣ୍ଟା ଏହାର ସ୍ଥିତି ଅନୁଧ୍ୟାନ କରୁଛନ୍ତି। କ୍ଷୟକ୍ଷତି, ରିଲିଫ ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ସାଂସଦ, ମନ୍ତ୍ରୀ ଓ ବିଧାୟକଙ୍କ ମତ ନିଆଯାଇଛି । ଜିଲ୍ଲାପାଳ ମଧ୍ୟ ତାଙ୍କ ରିପୋର୍ଟ ପ୍ରଦାନ କରିଛନ୍ତି। ବନ୍ୟା ପ୍ରଭାବିତ ଲୋକଙ୍କ ପାଖରେ ତୁରନ୍ତ ପହଞ୍ଚି ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Previous Post

ଶହେ ଦିନରେ ବିଜେପି ସରକାରଙ୍କ ବିଫଳତାର ତାଲିକା ଦେଲା ବିଜେଡି

Next Post

ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସୋଆର ୩୨ ଗବେଷକ

Next Post
ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସୋଆର ୩୨ ଗବେଷକ

ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସୋଆର ୩୨ ଗବେଷକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA