Wednesday, June 24, 2026 10:04 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଶହେ ଦିନରେ ବିଜେପି ସରକାରଙ୍କ ବିଫଳତାର ତାଲିକା ଦେଲା ବିଜେଡି

ଓଡ଼ିଶାର ବିକାଶ ପଛକୁ ଯିବା ସ୍ପଷ୍ଟ: ଅରୁଣ ସାହୁ

by Our Correspondent
18 Sep, 2024- 08:06 PM
in Latest News, News
1 min read
0
ଶହେ ଦିନରେ ବିଜେପି ସରକାରଙ୍କ ବିଫଳତାର ତାଲିକା ଦେଲା ବିଜେଡି

ଭୁବନେଶ୍ୱର: କେନ୍ଦ୍ରରେ ତୃତୀୟ ପାଳି ମୋଦୀ ସରକାରଙ୍କ ୧୦୦ ଦିନ ପୂରିଛି । ଓଡ଼ିଶାରେ ମୋହନ ସରକାରଙ୍କ ୧୦୦ ଦିନ ଆସନ୍ତାକାଲି ପୂରିବ । ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ୧୦୦ ଦିନର ସଫଳ କାହାଣୀ ଲୋକଙ୍କୁ ଶୁଣାଉଛନ୍ତି । ଏତିକିବେଳେ ବିଜେପି ସରକାରଙ୍କ ୧୦୦ ଦିନର ବିଫଳତା ଲୋକଙ୍କ ସାମନାକୁ ଆଣିଛି ବିଜେଡି । ବିଜେପି ସରକାରଙ୍କ ୧୦୦ ଦିନର କାର୍ଯ୍ୟକ୍ରମରୁ ଓଡ଼ିଶାର ବିକାଶ ଦୁଇପାଦ ପଛକୁ ଯିବା ସ୍ପଷ୍ଟ ହୋଇଯାଇଛି ବୋଲି କହିଛନ୍ତି ଦଳର ମୁଖପାତ୍ର ତଥା ବରିଷ୍ଠ ବିଧାୟକ ଅରୁଣ ସାହୁ ।

ଆଜି ଶଙ୍ଖ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାହୁ ବିଜେପିର ନିର୍ବାଚନୀ ଇସ୍ତାହାର ପ୍ରତିଶ୍ରୁତିକୁ ମନେ ପକାଇ ଖଜୁରି ଗଛର କି ଗୁଣ ଗାଇବି ତାହା ମୂଳରୁ ପାହାଚ ପାହାଚ ବୋଲି କଟାକ୍ଷ କରିଥିଲେ । ୧୦୦ ଦିନରେ ବିଜେପି ସରକାରଙ୍କ ବିଫଳତାର ତାଲିକା ଦେଇଥିଲେ ।

– ବିଜେପି ତା’ର ନିର୍ବାଚନୀ ଇସ୍ତାହାରରେ ବାର୍ଦ୍ଧକ୍ୟ ଭତ୍ତା ୩ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ରାଜ୍ୟ ବଜେଟରେ କେବଳ ୮୦ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କ ପାଇଁ ମାସିକ ଭତ୍ତାକୁ ୩୫୦୦ ଟଙ୍କାକକୁ ବୃଦ୍ଧି କରାଯାଇଛି । ତେଣୁ ରାଜ୍ୟର ୮୦ ଭାଗ ଭତ୍ତାଧାରୀ ରାଜଚ୍ୟ ସରକାରଙ୍କ ପ୍ରବଞ୍ଚନାର ଶିକାର ହୋଇଛନ୍ତି ।

– ଓଡ଼ିଆ ଅସ୍ମିତାର ନାରା ଦେଇ ସରକାରକୁ ଆସିଥିବା ବିଜେପି ରାଜ୍ୟରେ ଓଡ଼ିଆଙ୍କୁ ନ୍ୟାୟ ଦେବାରେ ବିଫଳ ହେଉଛି । ରାଜ୍ୟପାଳଙ୍କ ପୁଅ ଜଣେ ଓଡ଼ିଆ ଅଧିକାରୀଙ୍କୁ ମାଡ଼ ମାରିବା ଭଳି ସମ୍ବେଦନଶୀଳ ଘଟଣାରେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ସମସ୍ତଙ୍କୁ ଜଣା । ରାଜ୍ୟ ସରକାର ଏହି ଘଟଣାରେ ନ୍ୟାୟ ପ୍ରଦାନ ଦୂରେ ଥାଉ, ସାମାନ୍ୟ କେସ୍ ଟିଏ ମଧ୍ୟ କରିପାରିଲେ ନାହିଁ ।

– ଚିକିଟି ମଦମୃତ୍ୟୁ ଘଟଣାରେ ୫ ଜଣଙ୍କ ଜୀବନ ଯିବା ରାଜ୍ୟ ସରକାରଙ୍କର ଆଉ ଏକ ବିଫଳତା । ଏହି ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରଙ୍କୁ ଏ ପର୍ଯ୍ୟନ୍ତ ସହାୟତା ରାଶି ପ୍ରଦାନ କରାଗଲା ନାହିଁ ।

– ରାଜ୍ୟରେ ବିଜେପି ସରକାର ଦାୟିତ୍ୱ ନେବା ପରେ ରାଜ୍ୟରେ ସାମ୍ପ୍ରଦାୟିକ ଉତ୍ତେଜନା ଓ ଦଙ୍ଗା ଭଳି ସ୍ଥିତି ଏକାଧିକ ସ୍ଥାନରେ ଉପୁଜିଥିଲା ।

– ୧୦୦ ଦିନ ଭିତରେ ରାଜ୍ୟରେ ଏକାଧିକ ନାବାଳିକା ଧର୍ଷଣ ଓ ହତ୍ୟା ଘଟଣା ଲୋକଲୋଚନକୁ ଆସିଛି । ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ଉପରେ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣ ନ ଥିବା ସ୍ପଷ୍ଟ ହେଉଛି । ଖୋଦ୍ ରାଜଧାନୀରେ ଜଣେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କ ଉପରେ ଅମାନବୀୟ ଅତ୍ୟାଚାର ରାଜ୍ୟ ପୁଲିସ ପ୍ରଶାସନର ସ୍ଥିତିକୁ ଦର୍ଶାଉଛି ।

– ନାମ ଓ ରଙ୍ଗ ପରିବର୍ତ୍ତନରେ ସିଦ୍ଧହସ୍ତ ହୋଇଥିବା ଏହି ସରକାରଙ୍କ ସମୟରେ ରାଜ୍ୟର ପୋଲିସ ଥାନା ଗୁଡିକ ମଧ୍ୟ ବିଜେପିର ଦ୍ଵିତୀୟ ଅଫିସରେ ପରିଣତ ହୋଇଛି।

– ରାଜ୍ୟର ଅନୁନ୍ୟ ପଚାଶ ହଜାର ଶିକ୍ଷକଙ୍କୁ ବିଜେପିର ସଦସ୍ୟତା ପ୍ରଦାନ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି।  ରାଜ୍ୟର ଶିକ୍ଷା ବ୍ୟବସ୍ଥା ଉପରେ କୁପ୍ରଭାବ ପଡିବ। ତାଛଡ଼ା, ଶିକ୍ଷକ ମାନେ ନିର୍ବାଚନ ଦାୟିତ୍ୱ ତୁଲାଉଥିବାରୁ, ନିରପେକ୍ଷ ନିର୍ବାଚନ ମଧ୍ୟ ସମ୍ଭବ ହେବ ନାହିଁ ।

– ରାଜ୍ୟ ବିଜେପି ସରକାର ସୁଭଦ୍ରା ଯୋଜନା ଉପରେ ଅନେକ ବାହାସ୍ପଟ ମାରୁଥିଲେହେଁ, ବାସ୍ତବରେ ସୁଭଦ୍ରା ଯୋଜନାରେ ସରକାର ରାଜ୍ୟର ମହିଳା ମାନଙ୍କୁ ପ୍ରତାରଣ କରିଛନ୍ତି। ବିଜେପିର ନିର୍ବାଚନୀ ଇସ୍ଥାହାରରେ ପ୍ରତି ମହିଳାଙ୍କୁ ଦୁଇ ବର୍ଷରେ ପଚାଶ ହଜାର ଟଙ୍କା ଦିଆଯିବ ବୋଲି କହିଥିଲେ କିନ୍ତୁ ଦୁଇ ବର୍ଷ ପରିବର୍ତ୍ତେ ପାଞ୍ଚ ବର୍ଷରେ ପଚାଶ ହଜାର ଦେବେ ବୋଲି କହିଛନ୍ତି, ତାହା ମଧ୍ୟ ସମସ୍ତ ମହିଳାଙ୍କୁ ନୁହେଁ କିଛି କିଛି ମହିଳାଙ୍କୁ ଦେବେ।

– ବିଜେପିର ନାରା ଥିଲା ଦୁଇ ଥର ପଦ୍ମ ଦୁଇ ଗୁଣ ଵିକାଶ। କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ପ୍ରତିଷ୍ଠା ହୋଇଥିଲେ ମଧ୍ୟ ଓଡିଶା ପ୍ରତି କେନ୍ଦ୍ରର ଅବହେଳା ବା ପାତର ଅନ୍ତର ଜାରି ରହିଛି। କେନ୍ଦ୍ର ସରକାର କେନ୍ଦ୍ର ବିଜେଟରେ ବିହାରକୁ ୨୬, ୦୦୦ କୋଟି ଟଙ୍କା ଓ ଆନ୍ଧ୍ର ପ୍ରଦେଶକୁ ପ୍ରାୟ ୧୬, ୦୦୦ କୋଟି ଟଙ୍କାର ସ୍ୱତନ୍ତ୍ର ଅନୁଦାନ ଦେଇଥିବା ବେଳେ ଓଡିଶାରୁ ବିଜେପି କୋଡିଏ ଏମପି ଜିତିବା ସତ୍ୱେ,ଓଡ଼ିଶାକୁ ସ୍ୱତନ୍ତ୍ର ଅନୁଦାନ ଦିଆ ଯାଇ ନାହି।

– ପୋଲଭରମ ପ୍ରକଳ୍ପକୁ ସମ୍ପୂର୍ଣ କରିବା ପାଇଁ କେନ୍ଦ୍ର ଆନ୍ଧ୍ରକୁ ୧୫, ୦୦୦ କୋଟି ଟଙ୍କାର ସ୍ୱତନ୍ତ୍ର ଅନୁଦାନ ଦେଇଥିବା ବେଳେ ଓଡ଼ିଶାର ମାଲକାନଗିରି ଜିଲ୍ଲାର ମୋଟୁ ଓ ପଡିଆ ଅଞ୍ଚଳ ସମ୍ପୂର୍ଣ ଜଳମଗ୍ନ ହେବାକୁ ଯାଉଥିବା ବେଳେ, ଓଡ଼ିଶାର ସ୍ୱାର୍ଥକୁ କେନ୍ଦ୍ର ସମ୍ପୂର୍ଣ ଅଣଦେଖା କରିଛି। ରାଜ୍ୟ ବିଜେପି ସରକାର ଏହି ପ୍ରସଙ୍ଗରେ ପଦଟିଏ ମଧ୍ୟ ମୁହଁ ଖୋଲି ନାହାନ୍ତି।

– ରାଜ୍ୟରେ ବିଜେପି ସରକାର କ୍ଷମତାସୀନ ହେବା ପରେ ଅତ୍ୟାବଶକୀୟ ଜିନିଷର ଦର ହୁ ହୁ ହୋଇ ବଢ଼ି ଚାଲିଛି। ପ୍ରଥମେ ଆଳୁ ଓ ପରେ ପିଆଜର ଅହେତୁକ ଦରବୃଦ୍ଧି ଯୋଗୁ ରାଜ୍ୟବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

– ନବୀନ ସରକାରଙ୍କ ସମୟରେ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଚୁକ୍ତିବଦ୍ଧ ହୋଇଥିବା ଶିଳ୍ପାନୁଷ୍ଠାନ ମାନେ ମଧ୍ୟରୁ ଅନେକ ଏବେ ଓଡିଶା ଛାଡିବାକୁ ବସିଲେଣି ।

– କେନ୍ଦ୍ରରେ ତୃତୀୟ ଥର ପାଇଁ ପ୍ରତିଷ୍ଠା ହୋଇଥିବା ବିଜେପି ସରକାର ଶହେ ଦିନ ପୁରା କରିଥିଲେ ମଧ୍ୟ କେନ୍ଦ୍ର ସରକାର ଵିକାଶ ରାସ୍ତାରେ ଆଗକୁ ନୁହେଁ ବରଂ ପଛୁଆ ଚାଲିଛନ୍ତି। କେନ୍ଦ୍ର ସରକାରଙ୍କ ଅପରିପକ୍ୱତା ନିଷ୍ପତ୍ତି ପାଇଁ, ବ୍ରଡକାଷ୍ଟିଙ୍ଗ ଵିଲକୁ ପ୍ରତ୍ୟାହାର କରିବାକୁ ପଡିଲା। ସେହିପରି ୱାକଅଫ ବୋର୍ଡ ଵିଲକୁ ମଧ୍ୟ ଜେପିସି କୁ ପଠାଇବାକୁ ବାଧ୍ୟ ହେଲେ।

– ବିଜେପି ଦ୍ୱାରା ୨୦୨୨ ସୁଦ୍ଧା ଭାରତରେ ସମସ୍ତ କଚା ଘରକୁ ପକ୍କା ଘରରେ ପରିଣତ କରାଯିବ ବୋଲି ଦିଆ ଯାଇଥିବା ପ୍ରତିଶ୍ରୁତି ମଧ୍ୟ ପାଣିର ଗାର ପାଲଟିଛି ବୋଲି ଶ୍ରୀ ସାହୁ କହିଥିଲେ।

Previous Post

ଅତ୍ୟାଚାରୀ ରାଜାଙ୍କୁ ବଳିଗଲା ପୁଲିସ

Next Post

ବାଲେଶ୍ୱର ବନ୍ୟାଞ୍ଚଳ ବୁଲି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

Next Post
ବାଲେଶ୍ୱର ବନ୍ୟାଞ୍ଚଳ ବୁଲି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱର ବନ୍ୟାଞ୍ଚଳ ବୁଲି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA