Wednesday, June 24, 2026 01:00 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅତ୍ୟାଚାରୀ ରାଜାଙ୍କୁ ବଳିଗଲା ପୁଲିସ

କ୍ୟାପଟେନ୍ ଓ ବାନ୍ଧବୀଙ୍କୁ ନିର୍ଯ୍ୟାତନା, ତାତିଲେ ସେନା ଭେଟେରାନ୍

by Our Correspondent
18 Sep, 2024- 06:23 PM
in Crime, Latest News, News
1 min read
0
ଅତ୍ୟାଚାରୀ ରାଜାଙ୍କୁ ବଳିଗଲା ପୁଲିସ

ଭରତପୁର ଥାନା ଆଇଆଇସିଙ୍କ ସମେତ ୫ ନିଲମ୍ବିତ

ଭୁବନେଶ୍ୱର: ଅସାମାଜିକ ଯୁବକଙ୍କ କବଳରୁ ରକ୍ଷା ପାଇବା ପାଇଁ ସହାୟତା ମାଗୁଥିବା ସେନାବାହିନୀର ଜଣେ କ୍ୟାପଟେନ୍ ଓ ତାଙ୍କ ବାନ୍ଧବୀଙ୍କୁ ରାଜଧାନୀର ଭରତପୁର ଥାନା ପୁଲିସ ଅକଥନୀୟ ନିର୍ଯ୍ୟାତନା ଦେବା ଘଟଣା ହଟଚମଟ ସୃଷ୍ଟି କରିଛି । କମିଶନରେଟ୍ ପୁଲିସ ଅଧିକାରୀମାନେ ସଂପୃକ୍ତ ଥାନା ବାବୁମାନଙ୍କୁ କ୍ଲିନଚିଟ୍ ଦେଇ ନିଜର ଦୋଷ ଝାଡ଼ିବାକୁ ଉଦ୍ୟମ କରିଥିବା ବେଳେ ସେନାବାହିନୀର ହସ୍ତକ୍ଷେପ ଯୋଗୁଁ ଅକଲ ଗୁଡୁମ୍ ହୋଇଯାଇଛି । ପୁଲିସ ଡିଜି ୱା.ବି.ଖୁରାନିଆ ଆଜି ଭରତପୁର ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ର, ଏସଆଇ ବୈଶାଳିନୀ ପଣ୍ଡା, ଏଏସଆଇ ସଲିଳାମୟୀ ସାହୁ, ଏଏସଆଇ ସାଗରିକା ରଥ ଏବଂ କନେଷ୍ଟବଳ ବଳରାମ ହାଁସଦାଙ୍କୁ ନିଲମ୍ବିତ କରିଛନ୍ତି ।

ତେବେ ପୁଲିସ ଡିଜିଙ୍କ ଏହି କାର୍ଯ୍ୟାନୁଷ୍ଠାନକୁ ଅବସରପ୍ରାପ୍ତ ସେନା ଅଧିକାରୀ ସଂଘ ଗ୍ରହଣ କରିନାହାନ୍ତି । ନିଲମ୍ବନ ଏକ ଦଣ୍ଡ ନୁହେଁ । ସଂପୃକ୍ତି ପୁଲିସ କର୍ମଚାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ ଦାବିରେ ସେମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି । ପୁଲିସ ସେବା ପ୍ରତିଷ୍ଠାନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ନିଜର ଦାବି ଜଣାଇଛନ୍ତି । ଅନ୍ୟପକ୍ଷରେ, ସେନା କର୍ତ୍ତୃପକ୍ଷ ଏହି ମାମଲା ଉପରେ ସମ୍ପୂର୍ଣ୍ଣ ନଜର ରଖିଛନ୍ତି । କାର୍ଯ୍ୟରତ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯ୍ୟାତନା ଦେଇଥିବା ପୁଲିସ କର୍ମଚାରୀଙ୍କ ପ୍ରତି କୋହଳ ମନୋଭାବକୁ ବରଦାସ୍ତ କରାଯିବ ନାହିଁ ବୋଲି ଜଣାଇ ଦିଆଯାଇଛି ।

ଶନିବାର ରାତିରେ ଘଟଣା ଘଟିଥିଲା । କୋଲକତାର ୨୨ ଶିଖ୍ ରେଜିମେଣ୍ଟର କ୍ୟାପଟେନ୍ ଗୁରୁବନ୍ତ ସିଂ ତାଙ୍କର ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ସହ ରାତ୍ରିଭୋଜନ ସାରି ପଟିଆ ଅଞ୍ଚଳରୁ କଳିଙ୍ଗନଗର ଫେରୁଥିଲେ । ଭରତପୁର ଥାନା ନିକଟସ୍ଥ ରାସ୍ତାରେ ଏକ ଅଜଣା ଗାଡ଼ି ସହ ସାଇଡ୍ ମରାକୁ ନେଇ କିଛି ଯୁବକ ତାଙ୍କୁ ନିସ୍ତୁକ ପିଟିବା ସହ ତାଙ୍କ ବାନ୍ଧବୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିଥିଲେ । ସେମାନଙ୍କ କବଳରୁ କୌଶଳକ୍ରମେ ଖସି ଗୁରୁବନ୍ତ ଓ ଅଙ୍କିତା ଥାନାକୁ ଅଭିଯୋଗ କରିବା ପାଇଁ ଯାଇଥିଲେ ।

ଅନୁସନ୍ଧାନରୁ ଜଣାପଡ଼ିଛି, ଗୁରୁବନ୍ତ ଓ ଅଙ୍କିତା ଥାନାରେ ପହଞ୍ଚି ଲା ପରେ ଡ୍ୟୁଟି ଅଫିସରଙ୍କୁ ଭେଟି ଘଟଣା ସମ୍ପର୍କରେ ଜଣାଇଥିଲେ ଏବଂ ଆତଙ୍କ ଚଳାଇଥିବା ସଂପୃକ୍ତ ଯୁବକମାନଙ୍କୁ ପିସିଆର ପଠାଇ ଧରିବା ପାଇଁ ଅନୁରୋଧ କରିଥିଲେ । ମାତ୍ର ଡ୍ୟୁଟି ଅଫିସରଙ୍କ ସମେତ ଉପସ୍ଥିତ ଅନ୍ୟ ପୁଲିସ କର୍ମଚାରୀମାନେ ସେମାନଙ୍କ ନେହୁରାକୁ କର୍ଣ୍ଣପାତ କରି ନ ଥିଲେ । ଲିଖିତ ଭାବେ ଜଣାଇଲା ପରେ ଯାଇ ଯାହା କାର୍ଯ୍ୟାନୁଷ୍ଠାନ ହେବ ବୋଲି ବେପରୁଆ ଢ଼ଙ୍ଗରେ କହିଥିଲେ । ମାତ୍ର ଲେଖା ସରିଲା ବେଳକୁ ସଂପୃକ୍ତ ଅସାମାଜିକ ଯୁବକମାନେ ରାସ୍ତାରୁ ପଳାଇଥିବେ ବୋଲି ଗୁରୁବନ୍ତ ଓ ଅଙ୍କିତା କହିବାରୁ ପୁଲିସ ବାବୁମାନେ ଚିହିଁକି ଉଠିଥିଲେ । ତମେ ଆମକୁ କ’ଣ ଜ୍ଞାନ ଦେଉଛ କହି ନାଲିଆଖି ଦେଖାଇଥିଲେ । ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।

ଏହି ସମୟରେ ଗୁରୁବନ୍ତ ତାଙ୍କ ମୋବାଇଲ୍ ଫୋନ୍ ରେ ଏହାକୁ ରେକର୍ଡିଂ କରିବାକୁ ଉଦ୍ୟମ କଲାରୁ ଉପସ୍ଥିତ ପୁଲିସ କର୍ମଚାରୀମାନେ ତାଙ୍କୁ ଠେଲି ଠେଲି ଥାନା ହାଜତ ଭିତରେ ପୂରାଇ ବାହାରୁ ତାଲା ଠୁଙ୍କି ଦେଇଥିଲେ । ସେପଟେ ବାନ୍ଧବୀ ଅଙ୍କିତା ଏହାର ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ପୁଲିସ ଠେଲାପେଲା କରିଥିଲା । ଏଥିରେ ଏକ କମ୍ପ୍ୟୁଟର ତଳେ ପଡ଼ି ଭାଙ୍ଗି ଯାଇଥିଲା । ଏହାପରେ ପୁଲିସ ଅଧିକ ଉତକ୍ଷିପ୍ତ ହୋଇ ଅଙ୍କିତାଙ୍କୁ ମାଡ଼ ମାରିବା ସହ ତାଙ୍କର ଅନ୍ତବସ୍ତ୍ର ଟାଣି ଅଶାଳୀନ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ମୁଥ ମାରୁଥିବା ଜଣେ ମହିଳା କନେଷ୍ଟବଳଙ୍କୁ ପ୍ରତିରୋଧ କରିବାକୁ ଯାଇ ଅଙ୍କିତା ତାଙ୍କ ହାତକୁ କାମୁଡ଼ି ଦେଇଥିଲେ । ଏଥିରେ ପୁଲିସର ରାଗ ପଞ୍ଚମକୁ ଉଠିଗଲା । ଥାନାକୁ ଅଭିଯୋଗ କରିବାକୁ ଆସିଥିବା ଇଏ ଜଣେ ଯୁବତୀ ବୋଲି ପୁଲିସ ଭୁଲିଗଲା ।

ଥାନାରେ ଏତେସବୁ କାଣ୍ଡ ଘଟିବା ପରେ ପାହାନ୍ତା ବେଳକୁ ଆସି ପହଞ୍ଚିଥିଲେ ଆଇଆଇସି ଦୀନକୃଷ୍ଣ ମିଶ୍ର । ସେତେବେଳକୁ ସେନାର ୧୨୦ ବାଟାଲିଅନ୍ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଖବର ଯାଇସାରିଥିଲା । ଏହା ଜାଣିପାରି ଆଇଆଇସି ଥାନା ହାଜତ ଭିତରେ ୪ ଘଣ୍ଟା ଧରି ବନ୍ଦୀ ଥିବା କ୍ୟାପଟେନ୍ ଗୁରୁବନ୍ତ ସିଂଙ୍କୁ ନୋଟିସ୍ ଦେଇ ଛାଡ଼ିଦେଇଥିଲେ । ମାତ୍ର ତାଙ୍କ ବାନ୍ଧବୀ ଅଙ୍କିତାଙ୍କୁ ପୁଲିସକୁ ଆକ୍ରମଣ ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରିଥିଲେ ।

ଅଙ୍କିତାଙ୍କ ବାପା ତଥା ଅବସରପ୍ରାପ୍ତ ସେନା ଅଧିକାରୀ ଅନ୍ତର୍ଯ୍ୟାମୀ ପ୍ରଧାନ ଏହି ମାମଲାକୁ ପୁଲିସ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆଣିବା ପରେ ଅଧିକାରୀମାନେ ବିଭାଗୀୟ କର୍ମଚାରୀଙ୍କୁ ସୁରକ୍ଷା ଦେବାକୁ ଲାଗିପଡ଼ିଲେ । ଘଟଣାର ସିସିଟିଭି ଫୁଟେଜ୍ ନ ଥିବା ସୁଯୋଗରେ ଗୁରୁବନ୍ତ ଓ ଅଙ୍କିତାଙ୍କୁ ଦୋଷୀ ଦର୍ଶାଇ ଭରତପୁର ଥାନାର ପୁଲିସ କର୍ମଚାରୀମାନଙ୍କୁ କ୍ଲିନଚିଟ୍ ଦେଇଥିଲେ । ତେବେ ମାନବାଧିକାର କର୍ମୀ ଜୟନ୍ତ କୁମାର ଦାସ ଏହି ଘଟଣାକୁ ମାନବାଧିକାର କମିସନଙ୍କ ଦୃଷ୍ଟିକୁ ଆଣିଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଥାନା ଓ ହାଜତରେ ସିସିଟିଭି କ୍ୟାମେରା ରହିବା ବାଧ୍ୟତାମୂଳକ ଥିଲା ବେଳେ ଭରତପୁର ଥାନାରେ କାହିଁକି ନାହିଁ ବୋଲି ପ୍ରଶ୍ନ କରିଥିଲେ ।

ସେପଟେ ଭାରତୀୟ ସେନା ଏହି ଘଟଣାକୁ ଅତି ଗମ୍ଭୀରତାର ସହ ଗ୍ରହଣ କରି ଟୁଇଟ୍ କରିବା ପରେ ଓଡ଼ିଶା ପୁଲିସରେ ଛନକା ପଶିଥିଲା । ଏହି ଘଟଣାକୁ ସମ୍ବେଦନଶୀଳ ବିଚାରକରି ପୁଲିସ ଡିଜି ଶ୍ରୀ ଖୁରାନିଆ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଡିଜିଙ୍କ ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚ ଡିଏସପି ନରେନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଏକ ୫ ଜଣିଆ ଟିମ୍ ଗତକାଲି ଭରତପୁର ଥାନାରେ ପହଞ୍ଚି ଘଟଣାର ଛାନଭିନ୍ କରିଥିଲେ ।

ଏହି ଘଟଣାରେ ଆଇଆଇସିଙ୍କ ସମେତ ୫ ଜଣ ସେମାନଙ୍କ କାର୍ଯ୍ୟରେ ଗୁରୁତର ଅବହେଳା(gross misconduct) କରିଥିବା ଡିଜି ତାଙ୍କ ନିଲମ୍ବନ ଆଦେଶରେ ଲେଖିଛନ୍ତି । ଅର୍ଥାତ୍ ପୁଲିସ ଆଗରୁ ଦେଇଥିବା କ୍ଲିନଚିଟ୍ ମିଛ ବୋଲି ଧରାପଡ଼ିଛି । ସେହିଭଳି ହାଇକୋର୍ଟରେ ଦାଖଲ ହୋଇଥିବା ରିପୋର୍ଟରୁ ଅଙ୍କିତାଙ୍କ ଶରୀରରେ ଗୁରୁତର ଆଘାତ ଲାଗିଥିବା ଜଣାପଡ଼ିଛି । ସୁତରାଂ ପୁଲିସ ତାଙ୍କୁ ଥାନାରେ ମାଡ଼ମାରିଥିବା ସ୍ପଷ୍ଟ ହୋଇଯାଇଛି ।

ମୋଟାମୋଟି କହିଲେ, ସେଦିନ ରାତିରେ କ୍ୟାପଟେନ୍ ଓ ତାଙ୍କ ବାନ୍ଧବୀଙ୍କୁ ରାସ୍ତାରେ ମାଡ଼ ମାରିଥିବା ଯୁବକମାନଙ୍କୁ ପିସିଆର ପଠାଇ ଧରିବା ବଦଳରେ ଥାନାକୁ ଅଭିଯୋଗ କରିବାକୁ ଯାଇଥିବା ଦୁଇ ଅଭିଯୋଗକାରୀଙ୍କୁ ଅଭିଯୁକ୍ତ ସଜାଇଦେଇଥିଲା ଭରତପୁର ପୁଲିସ । ଅଭିଯୋଗକାରୀ ସେନାବାହିନୀର ଜଣେ ଅଧିକାରୀ ବୋଲି ଜାଣିଲା ପରେ ବି ପୁଲିସ ତାଙ୍କୁ ଥାନା ହାଜତରେ ୪ ଘଣ୍ଟା ଧରି ବନ୍ଦୀ କରିଥିବା ବେଳେ ତାଙ୍କ ବାନ୍ଧବୀଙ୍କୁ ଅଶାଳୀନ ବ୍ୟବହାର କରିବା ସହ ମାଡ଼ ମାରି ଜେଲ୍ ପଠାଇଥିଲା ।

ଲୋକଙ୍କ ପୁଲିସର ନାରା ଦେଉଥିବା କମିଶନରେଟ୍ ପୁଲିସର ଏହି ଆଚରଣ ଏବେ ରାଜ୍ୟ ଭିତରେ ସୀମିତ ନ ରହି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି । ସମୁଦାୟ ବ୍ୟବସ୍ଥାକୁ ବଦନାମ କରି ଲୋକଙ୍କ ବିଶ୍ୱାସ ହରାଉଥିବା ଏଭଳି ଉଦ୍ଧତ ପୁଲିସ ଅଧିକାରୀମାନଙ୍କ ବିରୋଧରେ କଠୋର ଦଣ୍ଡବିଧାନ ପାଇଁ ସବୁଆଡୁ ଦାବି ହେଉଛି ।

Previous Post

ପ୍ରତିଶ୍ରୁତି ଚୂଲିରେ, ସୁଭଦ୍ରା ଜିନ୍ଦାବାଦ!

Next Post

ଶହେ ଦିନରେ ବିଜେପି ସରକାରଙ୍କ ବିଫଳତାର ତାଲିକା ଦେଲା ବିଜେଡି

Next Post
ଶହେ ଦିନରେ ବିଜେପି ସରକାରଙ୍କ ବିଫଳତାର ତାଲିକା ଦେଲା ବିଜେଡି

ଶହେ ଦିନରେ ବିଜେପି ସରକାରଙ୍କ ବିଫଳତାର ତାଲିକା ଦେଲା ବିଜେଡି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA