Wednesday, April 22, 2026 09:19 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପ୍ରତିଶ୍ରୁତି ଚୂଲିରେ, ସୁଭଦ୍ରା ଜିନ୍ଦାବାଦ!

ଟେରା କରିଦେଲା ସୁଭଦ୍ରା ପ୍ରଚାର

by Our Correspondent
17 Sep, 2024- 08:46 PM
in Latest News, News
1 min read
0
ପ୍ରତିଶ୍ରୁତି ଚୂଲିରେ, ସୁଭଦ୍ରା ଜିନ୍ଦାବାଦ!

ଭୁୁବନେଶ୍ୱର: ଓଡ଼ିଶାରେ ସୁଭଦ୍ରା ଯୋଜନାକୁ ନେଇ ଅଦ୍ଭୂତପୂର୍ବ ପ୍ରଚାର । ପ୍ରଚାର ଓ ପ୍ରସାରରେ ପାଣି ପରି ଟଙ୍କା ଖର୍ଚ୍ଚ ଚାଲିଛି । ସୁଭଦ୍ରା ଟଙ୍କା ପାଇଥିବା ମହିଳା ଓ ସେମାନଙ୍କ ପରିବାରରେ ଖୁସିର ମାହୋଲ । ଏହି ଯୋଜନା ଓଡ଼ିଶାର ମହିଳାମାନଙ୍କ ଶକ୍ତି ଓ ସାମର୍ଥ ବଢ଼ାଇବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଶା ରଖିଥିଲା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଯୋଜନାକୁ ଏକ ପ୍ରଗତିଶୀଳ ତଥା ବୈପ୍ଲବିକ ଯୋଜନା ଭାବେ ଅଭିହିତ କରିଛନ୍ତି ।

ଆଜି ଜନତା ମଇଦାନରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ମଞ୍ଚରୁ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ କହିଥିଲେ, ଆମ ସରକାର କ୍ଷମତାକୁ ଆସିବା ପୂର୍ବରୁ ମା’ ମାନଙ୍କ ପାଇଁ ସୁଭଦ୍ରା ଯୋଜନାର ପ୍ରତିଶ୍ରୁତି ଦେଇଥିଲୁ । ତାକୁ ୧୦୦ ଦିନ ମଧ୍ୟରେ ପୂରଣ କରିଛୁ ।

ସୁଭଦ୍ରା ଯୋଜନାକୁ ଆଉ ଟିକେ ବ୍ୟାଖ୍ୟା କରିବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଛନ୍ତି- ସୁଭଦ୍ରା ଯୋଜନା ସେହି ସବୁ ମା’ ମାନଙ୍କୁ ସାହାଯ୍ୟ କରିବ, ଯେଉଁମାନଙ୍କ ପାଖରେ ଉଦ୍ୟମ ପାଇଁ ଆଗ୍ରହ ଅଛି, କିନ୍ତୁ ସେମାନଙ୍କ ହାତରେ ପୁଞ୍ଜି ନାହିଁ । ମା’ ମାନେ କିଛି ରୋଜଗାର କରିବା ପାଇଁ ଇଚ୍ଛା ତ ରଖନ୍ତି, କିନ୍ତୁ କିଭଳି ଆରମ୍ଭ କରିବେ ଜାଣିପାରୁ ନ ଥିଲେ । ସୁଭଦ୍ରା ଯୋଜନା ଏଭଳି ମା’ ମାନଙ୍କୁ ସେମାନଙ୍କ ସ୍ୱପ୍ନ ପୂରଣରେ ସାହାଯ୍ୟ କରିବ । ସୁଭଦ୍ରା ଅର୍ଥକୁ ସେମାନେ କ୍ଷୁଦ୍ର ବ୍ୟବସାୟ, ଘରୋଇ ଉଦ୍ୟୋଗ ତଥା ପିଲାଙ୍କ ଶିକ୍ଷା ପାଇଁ ବିନିଯୋଗ କରିପାରିବେ ।

ତେବେ ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି କ’ଣ ଥିଲା ତାହା ବିଜେଡି ଓ କଂଗ୍ରେସ ବାରମ୍ବାର ମନେ ପକାଇ ସାରିଛନ୍ତି । ହୁଏତ ବିଜେପି ସରକାରଙ୍କ ବ୍ୟାପକ ପ୍ରଚାର ଭିତରେ ତାହା ଲୋକଙ୍କ ସ୍ମୃତିଶକ୍ତିକୁ ସତେଜ କରିପାରିନାହିଁ । କଥା ହେଉଛି, ନିର୍ବାଚନ ବେଳେ ରାଜ୍ୟ ବିଜେପି ପକ୍ଷରୁ ମୋଦୀ ଗ୍ୟାରେଣ୍ଟିରେ ୨୧ଟି ସଂକଳ୍ପ ରଖାଯାଇଥିଲା । ସେଥିରେ ସୁଭଦ୍ରା ଯୋଜନାରେ ପ୍ରତ୍ୟେକ ମହିଳାଙ୍କୁ ଦୁଇବର୍ଷରେ ୫୦ ହଜାର ଟଙ୍କାର ନଗଦ ଭାଉଚର ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ମାତ୍ର ବାସ୍ତବତା ଭିନ୍ନ ହୋଇଛି ।

ବାସ୍ତବତା ହେଉଛି, ସେମାନେ କହିଥିଲେ ଦୁଇବର୍ଷରେ ଦେବେ ୫୦ ହଜାର ଟଙ୍କା । ମାତ୍ର ଦେବେ ପାଞ୍ଚ ବର୍ଷରେ ୫୦ ହଜାର ଟଙ୍କା । ଅର୍ଥାତ ବର୍ଷକୁ ଦେବେ ୧୦ ହଜାର ଟଙ୍କା । ମାସକୁ ପଡ଼ିଲା ୮୩୩ ଟଙ୍କା । ଦିନକୁ ପଡ଼ିଲା ୨୭ ଟଙ୍କା । ସୁତରାଂ ସୁଭଦ୍ରା ଯୋଜନାରେ ଦୈନିକ ୨୭ ଟଙ୍କା ଦେଇ ମହିଳାଙ୍କୁ ସଶକ୍ତ କରିବାର ଯୋଜନା ରଖିଛନ୍ତି ରାଜ୍ୟର ବିଜେପି ସରକାର ।

ପୁଣି କେତେ ମହିଳା ସୁଭଦ୍ରା ଟଙ୍କା ପାଇବେ ତାହାର ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ । ସରକାର କହିଛନ୍ତି, ୧ କୋଟିରୁ ଅଧିକ ମହିଳା ଏହି ଯୋଜନାର ଲାଭ ନେବେ । ମାତ୍ର ଯୋଗ୍ୟତାର ଯେଉଁ ମାନଦଣ୍ଡ ରଖାଯାଇଛି ସେଥିରେ ୧ କୋଟି ମହିଳା ଯୋଗ୍ୟ ହେବେ ବୋଲି ବିଶ୍ୱାସ କରିହେଉନି । ପରିସଂଖାନ କହୁଛି, ରାଜ୍ୟରେ ୨୧ରୁ ୬୦ ବର୍ଷ ବୟସର ମହିଳାଙ୍କ ସଂଖ୍ୟା ହେଉଛି ୧ କୋଟି ୧୫ ଲକ୍ଷ । କିନ୍ତୁ ସୁଭଦ୍ରା ଟଙ୍କା ପାଇବାର ଯୋଗ୍ୟତା ମାନଦଣ୍ଡରେ ବିଚାର କଲେ ଏହାର ଅଧା ମହିଳା ହିଁ ହିତାଧିକାରୀ ହୋଇପାରିବେ । ମାତ୍ର ସରକାରଙ୍କ ଆକଳନରେ କୋଟିଏରୁ ଅଧିକ ମହିଳା କେମିତି ଉପକୃତ ହେବେ ତାହା ବୁଝାପଡୁନାହିଁ ।

ଅନ୍ୟପକ୍ଷରେ ଦିନକୁ ୨୭ ଟଙ୍କାରେ ମହିଳାମାନେ କିଭଳି ନିଜର ଶକ୍ତି ଓ ସାମର୍ଥ ବଢ଼ାଇବେ, କ୍ଷୁଦ୍ର ବ୍ୟବସାୟ କରି ସ୍ୱପ୍ନ ପୂରଣ କରିବେ ତାହା ବୁଝିହେଉନାହିଁ । ଦିନକୁ ୨୭ ଟଙ୍କା ଦେଇ ୨୦୨୭ ସୁଦ୍ଧା ଓଡ଼ିଶାରେ ୨୫ ଲକ୍ଷପତି ଦିଦି ସୃଷ୍ଟି କରିବାରେ ବିଜେପିର ସଂକଳ୍ପ ଏହାଦ୍ୱାରା କିଭଳି ସାଧିତ ହେବ ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ସୁୁଭଦ୍ରା ଯୋଜନାକୁ ବିଜେପି ସରକାରଙ୍କର ଆଉ ଏକ ଜୁମଲା କହି ବିଜେଡି ଓ କଂଗ୍ରେସ ସମାଲୋଚନା କରି ଆସୁଥିଲା ବେଳେ ଆଜି ବିଜେଡି ପକ୍ଷରୁ ପୁଣି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ପ୍ରସଙ୍ଗ ଉଠାଯାଇଥିଲା । ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଓ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, ସୁଭଦ୍ରା ଯୋଜନାରେ ୫୦ ହଜାର କହି ୫ ହଜାର ଦେବା ରାଜ୍ୟର ମହିଳାଙ୍କୁ ପ୍ରତାରଣା ଛଡ଼ା କିଛି ନୁହେଁ । ଯୋଗ୍ୟତାର ମାନଦଣ୍ଡରେ ଏହି ଯୋଜନାରୁ ଅନେକ ମହିଳା ବଞ୍ଚିତ ହେବେ ବୋଲି ଶ୍ରୀମତୀ ଛୁରିଆ କହିଛନ୍ତି । ସରକାରଙ୍କ ପକ୍ଷରୁ ଏହା ଉପରେ ସେ ସ୍ପଷ୍ଟୀକରଣ ମାଗିବା ସହ ମହିଳାମାନଙ୍କ ପ୍ରତି ଅନ୍ୟାୟ ହେଲେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ।

ତେବେ ଯାହା ବି ହେଉ, ସୁଭଦ୍ରା ଯୋଜନାକୁ ବ୍ୟାପକ ପ୍ରଚାର କରି ଲୋକଙ୍କ ମନରେ ଉନ୍ମାଦନା ସୃଷ୍ଟି କରିବାରେ ବିଜେପି ସରକାର ସଫଳ ହୋଇଛି । ନିର୍ବାଚନ ବେଳେ ସେମାନେ କ’ଣ ପ୍ରତିଶ୍ରୁତି ଦେଇଥିଲେ ତାହା ଲୋକଙ୍କ ପାଖରେ ପହଞ୍ଚାଇବାରେ ବିରୋଧୀ ଦଳ ବିଫଳ ହୋଇଛନ୍ତି ବୋଲି କୁହାଯିବ ।

ପୂର୍ବରୁ ବିଜେଡି ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ଆଖିଦୃଶିଆ ପ୍ରଚାର ଓ ପ୍ରସାରକୁ ନେଇ ଚର୍ଚ୍ଚା ହେଉଥିଲା । ମାତ୍ର ଏହି ଦୌଡ଼ରେ ନୂଆ ବିଜେପି ସରକାର ବିଜେଡିକୁ ଆରମ୍ଭରୁ ପଛରେ ପକାଇ ଦେଲାଣି । ରାଜକୋଷରୁ ବ୍ୟାପକ ଖର୍ଚ୍ଚରେ ସୁଭଦ୍ରା ଯୋଜନାର ପ୍ରଚାର ସମସ୍ତଙ୍କୁ ଟେରା କରିଦେଇଛି ।

Previous Post

ଗାଡ଼କଣ ଗାଁରେ ମୋଦୀ

Next Post

ଅତ୍ୟାଚାରୀ ରାଜାଙ୍କୁ ବଳିଗଲା ପୁଲିସ

Next Post
ଅତ୍ୟାଚାରୀ ରାଜାଙ୍କୁ ବଳିଗଲା ପୁଲିସ

ଅତ୍ୟାଚାରୀ ରାଜାଙ୍କୁ ବଳିଗଲା ପୁଲିସ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA