Wednesday, June 24, 2026 06:28 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବୈଠକ

'ମହାପ୍ରଭୁଙ୍କ କାମ ଆମ ମାନଙ୍କ ପାଇଁ ଡ୍ୟୁଟି ନୁହେଁ ସୌଭାଗ୍ୟର ବିଷୟ'

by Our Correspondent
01 Jul, 2025- 11:41 PM
in Latest News, News
1 min read
0
ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବୈଠକ

ଭୁବନେଶ୍ୱର: ଆଜି ପୁରୀ ସ୍ୱତନ୍ତ୍ର ସର୍କିଟ ହାଉସ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ସୁରକ୍ଷା ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ମୁଖ୍ୟମନ୍ତ୍ରୀ ସୁରକ୍ଷାର ତିନୋଟି ଦିଗ ଉପରେ ଯଥା ସୁରୁଖୁରୁରେ ରଥ ପରିଚାଳନା ଓ ଭକ୍ତଙ୍କ ସୁରକ୍ଷା, ଟ୍ରାଫିକ ନିୟନ୍ତ୍ରଣ ଏବଂ ଅଗ୍ନିଶମ ସେବା ପ୍ରତି ଗୁରୁତ୍ୱଆରୋପ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ, ରଥଯାତ୍ରାର ଚାରିଗୋଟି ଉତ୍ସବ ମଧ୍ୟରୁ ଏବେବି ଆଉ ତିନୋଟି ବଡ ଓ ମହତ୍ୱପୂର୍ଣ୍ଣ ଉତ୍ସବ ବାହୁଡା଼, ସୁନାବେଶ ଓ ନୀଳାଦ୍ରୀ ବିଜେ ବାକି ଅଛି। ଅନୁକୂଳ ପାଗ ଯୋଗୁଁ ଏହି ତିନି ଦିନ ବହୁତ ଭକ୍ତ ଆସିବେ। ବିଶେଷ କରି ସୁନାବେଶ ଦିନ। ଏଣୁ ଏହି ବଡ ସମାଗମରେ ସୁରକ୍ଷା ବ୍ୟବସ୍ଥାର ପରିଚାଳନା ପାଇଁ ଏବଂ ସବୁବେଳେ ସବୁ ସମୟରେ କିଛି ଅପ୍ରତ୍ୟାଶିତ ଘଟଣା ପାଇଁ ପ୍ରସ୍ତୁତ ରହିବା ଅତ୍ୟନ୍ତ ଜରୁରୀ।

ଯାତ୍ରୀ ମାନଙ୍କ ସୁରକ୍ଷା ପାଇଁ ନିର୍ଭୁଲ କ୍ରାଉଡ଼ ଏସ୍ଟିମେଶନ ହେଉଛି ପ୍ରଥମ ଷ୍ଟେଜ। ତେଣୁ ଆଗାମୀ ତିନିଗୋଟି ବଡ ଉତ୍ସବକୁ ନିର୍ଭୁଲ ଭାବେ advance crowd estimation real time basis ରେ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ରଥଯାତ୍ରା ବେଳେ ବିଭିନ୍ନ ସ୍ଥାନରେ ସୁରକ୍ଷା ପାଇଁ ଷ୍ଟାଣ୍ଡାର୍ଡ SoP ରହିଛି। ଏହି SoP କୁ letter ଆଣ୍ଡ spirit ରେ କଡାକଡି ଭାବେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

କର୍ଡନ ଭିତରେ ଗହଳି ହ୍ରାସ କରିବା ପାଇଁ କର୍ଡନ ପାସ ପ୍ରଦାନକୁ କାଣ୍ଟ ଛାଣ୍ଟ କରିବା ପାଇଁ ସେ କହିଥିଲେ। ମହାରଣା ସେବକ ଓ ଭୋଇ ସେବକ ମାନଙ୍କ ପରାମର୍ଶ ନେଇ, ରଥ ଟଣା ନୀତି କରିବା ଆବଶ୍ୟକ ବୋଲି ସେ କହିଥିଲେ।

ବାହୁଡା଼, ସୁନାବେଶ ପାଇଁ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ସ୍ଥଳେ ଅଧିକ ଫୋର୍ସ requisition କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ।  ଟ୍ରାଫିକ କଣ୍ଟ୍ରୋଲ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ସହିତ ଆଗାମୀ ଦିନ ମାନଙ୍କରେ ଯାହା ସବୁ ମହାପ୍ରଭୁଙ୍କ କାର୍ଯ୍ୟକ୍ରମ ଅଛି ସେଗୁଡିକ ଯେଭଳି ସୁରୁଖୁରୁରେ ସମ୍ପାଦିତ ହେବ ସେଥିପ୍ରତି ଅଧିକ ଯତ୍ନବାନ ହେବା ପାଇଁ ସେ କହିଥିଲେ।

ବାକି ଥିବା ତିନୋଟି ଉତ୍ସବରେ ଅସଂଖ୍ୟ ଲୋକ ବେଳାଭୂମିରେ ସମୟ ଅତିବାହିତ କରିବେ ତେଣୁ ବେଳାଭୂମିକୁ ସୁରକ୍ଷିତ ରଖିବା ପାଇଁ ପୋଲିସ ବିଭାଗ ସହିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ପାଇଁ ସେ ଅଗ୍ନିଶମ ବିଭାଗକୁ କହିଥିଲେ।

ଶେଷରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଅଧିକାରୀ ମାନଙ୍କୁ ପୁରୀ ଭୁବନେଶ୍ୱର ରାସ୍ତା ସମେତ ବେଳାଭୂମି, ରେଳ ଷ୍ଟେସନ, ବସଷ୍ଟାଣ୍ଡ, ମନ୍ଦିର ସମୁଖ ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କୁ, କଡା ନଜର ରଖି ସମସ୍ତେ କାମ କରିବା ପାଇଁ ପରାମର୍ଶ ଦେଇଥିଲେ ଓ କହିଥିଲେ, ଏହି କାମ ଆମ ମାନଙ୍କ ପାଇଁ ଏକ ଡ୍ୟୁଟି ନୁହେଁ ଏହା ହେଉଛି ସୌଭାଗ୍ୟର ବିଷୟ। ସମର୍ପଣ ଭାବ ସହିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ପାଇଁ ସେ ସମସ୍ତ ଉପସ୍ଥିତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

କାର୍ଯ୍ୟକ୍ରମରେ ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀ ମହାପ୍ରଭୁଙ୍କ ଶୃଙ୍ଖଳିତ ନୀତିକାନ୍ତି ସମାପନ ବିଷୟରେ ବିବରଣୀ ରଖିଥିଲେ ଓ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ନିମନ୍ତେ ଆଡପ ମଣ୍ଡପ ଦର୍ଶନ ପାଇଁ ଉତ୍ତମ ବ୍ୟବସ୍ଥା କରାଯାଇଛି ବୋଲି କହିଥିଲେ।

ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ଟ୍ରାଫିକ ନିୟନ୍ତ୍ରଣ ଓ ରଥଯାତ୍ରା ସମାପ୍ତ ହେବା ପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପର ବିବରଣୀ ପ୍ରଦାନ କରିଥିଲେ।

ବୈଠକରେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ, ପୁରୀ ସାଂସଦ ଡଃ ସମ୍ବିତ ପାତ୍ର, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୋଲିସ ମହାନିର୍ଦ୍ଦେଶକ ୱାଇ. ବି. ଖୁରାନିଆ, ରଥଯାତ୍ରା ପାଇଁ ସ୍ୱତନ୍ତ୍ର ଦାୟିତ୍ୱରେ ଥିବା କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ ପ୍ରମୁଖ ସୁରକ୍ଷା ବ୍ୟବସ୍ଥାର ବିଭିନ୍ନ ଦିଗ ଉପରେ ସୁଚିନ୍ତିତ ମତାମତ ରଖିଥିଲେ।

ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ସ୍ରୋତ ପ୍ରକାଶ ମିଶ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓଁ ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟକ ଉପାସନା ମହାପାତ୍ର, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର,  ଆରକ୍ଷୀ ମହା ନିର୍ଦ୍ଦେଶକ (ଅଗ୍ନିଶମ) ସୁଧାଂଶୁ ଷଡ଼ଙ୍ଗୀ, ଅତିରିକ୍ତ ଆରକ୍ଷୀ ମହା ନିର୍ଦ୍ଦେଶକ ଦୟାଲ ମଙ୍ଗୁଆର ଓ ପୁରୀ ଏସପି ପିନାକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ଜିଲ୍ଲାପାଳ ଚଞ୍ଚଳ ରାଣା ସମସ୍ତଙ୍କୁ ସ୍ୱାଗତ କରିଥିଲେ।

Previous Post

ଗିରଫ ହେବେ କି ‘ଜଗା ଭାଇ’?

Next Post

ମହାପ୍ରଭୁଙ୍କ ସେବାୟତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

Next Post
ମହାପ୍ରଭୁଙ୍କ ସେବାୟତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ମହାପ୍ରଭୁଙ୍କ ସେବାୟତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA