Monday, July 7, 2025 08:06 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଗିରଫ ହେବେ କି ‘ଜଗା ଭାଇ’?

ଅଫିସରଙ୍କୁ ମାଡ଼: ୫ ଗିରଫ, ବିଜେପିରୁ ନିଲମ୍ବିତ

by Our Correspondent
01 Jul, 2025- 10:12 PM
in Latest News, News
1 min read
0
ଗିରଫ ହେବେ କି ‘ଜଗା ଭାଇ’?

ଭୁବନେଶ୍ୱର: ବିଜେପି ଗୁଣ୍ଡାଙ୍କ ଦ୍ୱାରା ବିଏମସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କ ଉପରେ ହୋଇଥିବା ଅମାନୁଷିକ ଆକ୍ରମଣର ପ୍ରତିବାଦର ନିଆଁ ସାରା ରାଜ୍ୟକୁ ବ୍ୟାପିଯାଇଛି । ବିଏମସି କର୍ମଚାରୀମାନେ ଆଜି କଲମ ଛାଡ଼ ଆନ୍ଦୋଳନ କରିଥିବା ବେଳେ ସଫେଇ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ୧୪ ଜିଲ୍ଲାରେ ଓଏଏସ୍ ଏବଂ ଓଆରଏସ୍ ଅଫିସରମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଯାଇଛନ୍ତି । ଏହି ଘଟଣା ପଛର ଖଳନାୟକଙ୍କୁ ଗିରଫ ଏବଂ ଅପରାଧୀମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନ ହେବା ଯାଏଁ ସେମାନେ ଛୁଟିରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି ।

ଏହି ଘଟଣାରେ ଓଏଏସ୍ ସଂଘ ପକ୍ଷରୁ ଆଜିଠାରୁ ସମୂହ ଛୁଟି ନିଷ୍ପତ୍ତି ନିଆଯାଇଥିଲା । ମାତ୍ର ଗତକାଲି ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସଂଘର କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରିଥିଲେ । ବୈଠକରେ ମୁଖ୍ୟ ଶାସନ ସଚିବ, ପୁଲିସ ଡିଜି, ପୁଲିସ କମିସନର ପ୍ରମୁଖ ଉପସ୍ଥିତ ଥିଲେ । ନିଷ୍ପତ୍ତି ହୋଇଥିଲା ଯେ ଯେଉଁମାନେ ଏହି ଘଟଣାରେ ଜଡ଼ିତ, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ । ଘଟଣା ପଛରେ ବ୍ୟକ୍ତିଙ୍କୁ ବି ଛଡ଼ାଯିବ ନାହିଁ । ମୁଖ୍ୟମନ୍ତ୍ରୀଙ୍କଠାରୁ ଏହି ପ୍ରତିଶ୍ରୁତି ପାଇଲା ପରେ ଓଏଏସ୍ ସଂଘ ସମୂହ ଛୁଟି ନିଷ୍ପତ୍ତିକୁ ସ୍ଥଗିତ ରଖିଥିଲେ । ମାତ୍ର ତାହାକୁ ଭରସା କରିନାହାନ୍ତି ୧୪ ଜିଲ୍ଲା ଓଏଏସ୍ ଏବଂ ଓଆରଏସ୍ ଅଫିସରମାନେ ।

ଏପଟେ ରତ୍ନାକର ସାହୁଙ୍କୁ ଘୋଷାରି ଘୋଷାରି ପିଟିଥିବା ଆଉ ଦୁଇ ଜଣ ‘ଜଗା ଭାଇ’ ଚେଲା ସଚ୍ଚିକାନ୍ତ ସ୍ୱାଇଁ ଏବଂ ସଂଜୀବ ମିଶ୍ରଙ୍କୁ ପୁଲିସ ଗିରଫ କରିଛି । ଗତକାଲି କର୍ପୋରେଟର ଜୀବନ ରାଉତ, ରଶ୍ମିରଂଜନ ମହାପାତ୍ର ଏବଂ ଦେବାଶିଷ ପ୍ରଧାନଙ୍କୁ ଗିରଫ କରାଯାଇଥିଲା । ସୁତରାଂ ଏହି ଘଟଣାରେ ଏ ପର୍ଯ୍ୟନ୍ତ ୫ ଜଣ ଗିରଫ ହୋଇଛନ୍ତି । ଏମାନଙ୍କୁ ଆଜି ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବନ କରାଯାଇଛି । ରାଜ୍ୟ ସଭାପତି ମନମୋହନ ସାମଲ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ତେବେ ଏହି ଘଟଣା ପଛର ଖଳନାୟକ କୁହାଯାଉଥିବା ଜଗନ୍ନାଥ ପ୍ରଧାନ ଓରଫ୍ ‘ଜଗା ଭାଇ’ ଙ୍କୁ ପୁଲିସ ଏ ପର୍ଯ୍ୟନ୍ତ ଗିରଫ ନ କରିବା ଓଏଏସ୍ ସାଥୀଭାଇମାନଙ୍କୁ କ୍ଷୁବ୍ଧ କରିଛି । ବିଜେଡି ଏବଂ କଂଗ୍ରେସ ମଧ୍ୟ ତାଙ୍କର ଗିରଫ ଦାବି କରିଛନ୍ତି । ତାଙ୍କ ଇଙ୍ଗିତରେ ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଅମାନୁଷିକ ଆକ୍ରମଣ ହୋଇଥିବା ସେମାନେ ସିଧାସଳଖ ଅଭିଯୋଗ କରିଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ଓଏଏସ୍ ସଂଘ ପକ୍ଷରୁ ଘଟଣା ପଛର ବ୍ୟକ୍ତିଙ୍କ ଗିରଫ ମୁଖ୍ୟ ଦାବି ଥିଲା । ମୁଖ୍ୟମନ୍ତ୍ରୀ ମଧ୍ୟ ଏଥିରେ ସମ୍ମତି ପ୍ରକାଶ କରିଥିଲେ । ମାତ୍ର ଏ ପର୍ଯ୍ୟନ୍ତ ‘ଜଗା ଭାଇ’ ଙ୍କ ପାଖରେ ପୁଲିସ ପହଞ୍ଚି ପାରିନି ।

ଏ ପଟେ ‘ଜଗା ଭାଇ’ କିନ୍ତୁ କାହାକୁ ଡରିନାହାନ୍ତି । ସାମ୍ବାଦିକ ସମ୍ମିଳନୀ କରି ଓଲଟି ବିଏମସି ଅଧିକାରୀ ରତ୍ନାକର ସାହୁଙ୍କୁ ବିଜେଡି ଏଜେଣ୍ଟ ବୋଲି ଆଖ୍ୟା ଦେଇଛନ୍ତି । ତାଙ୍କ ପ୍ରତି ଫୋନ୍ ରେ ସେ ଦୁର୍ବ୍ୟବହାର କରିଥିବା କହିଛନ୍ତି । ତାଙ୍କୁ ମାଡ଼ମରା ଘଟଣା ଉପରେ ତାଙ୍କର ପ୍ରତିକ୍ରିୟା ହେଉଛି- ଗୋଟିଏ ହାତରେ ତାଳି ବାଜେ ନାହିଁ । ଅନ୍ୟପକ୍ଷରେ ଜଗନ୍ନାଥଙ୍କ ଅଭିଯୋଗକୁ ମିଛ ବୋଲି କହିଛନ୍ତି ମାଡ଼ ଖାଇଥିବା ଅତିରିକ୍ତ କମିସନର । ସତ କ’ଣ ତାହା ପଦାକୁ ଆସୁ । ଆଇନ ଉପରେ ତାଙ୍କର ଭରସା ଅଛି ବୋଲି ସେ କହିଛନ୍ତି ।

୩୪ ନମ୍ବର ୱାର୍ଡରେ କାର୍ଯ୍ୟରତ ସ୍ୱଚ୍ଛସାଥୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଧମକରୁ ଏହି ଘଟଣାର ସୂତ୍ରପାତ ହୋଇଥିବା ଗତକାଲି “ମିଡ ଡେ ଓଡ଼ିଶା” ପ୍ରଥମେ ଖବର ପରିବେଷଣ କରିଥିଲା । ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଜଗନ୍ନାଥ ପ୍ରଧାନ ଆଜି ତାଙ୍କ ମୁହଁରେ ଏହାର ଖୁଲାସା କରିଛନ୍ତି । ତେବେ ଏହାକୁ ରାଜନୀତିରେ ନିକିତିରେ ତଉଲି ନାଟକବାଜି କରିଛନ୍ତି । ସେପଟେ ତାଙ୍କର ବିଜେଡି ପ୍ରତିପକ୍ଷ ବିଧାୟକ ଅନନ୍ତ ନାରାୟଣ ଜେନା ମଧ୍ୟ ଏହି ଘଟଣାରୁ ଫାଇଦା ଉଠାଇବା ପାଇଁ ନିଜକୁ ହୀରୋ କରିବାକୁ ଚେଷ୍ଟା କରିଛନ୍ତି ।

ବିଶ୍ୱସ୍ତ ସୂତ୍ରର ସୂଚନା ଅନୁଯାୟୀ, ୩୪ ନମ୍ବର ୱାର୍ଡର ସଫେଇ ଦାୟିତ୍ୱରେ ଥିବା ସ୍ୱଚ୍ଛସାଥୀ ରେବତୀ ରାଉତ ଏବଂ ସୁପରଭାଇଜର ମନୋରଂଜନ ନାୟକ ଓରଫ୍ ସାଗରଙ୍କ ନାଁରେ ଏକ ଦୋକାନୀଠାରୁ ଅଳିଆ ପକାଇବା ପାଇଁ ମାସିକ ୨ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗ ଥିଲା । ଖାସ୍ କରି ସାଗରଙ୍କ ବିରୋଧରେ ଏହାର ଯଥେଷ୍ଟ ପ୍ରମାଣ ମଧ୍ୟ ରହିଛି । ଏକଦା ସେମାନଙ୍କୁ ସୁରକ୍ଷା ଢ଼ାଲରେ ରଖିଥିବା ସ୍ଥାନୀୟ କର୍ପୋରେଟର ପୁଷ୍ପାଞ୍ଜଳି ସେଠୀ ଗତ ବିଏମସି ବୈଠକରେ ଏହି ପ୍ରସଙ୍ଗ ଉତଥାପନ କରିଥିଲେ । ଏହାକୁ ନେଇ ହୋ ହଲ୍ଲା ହେବା ପରେ କମିସନର ଏହି ଅଭିଯୋଗର ତଦନ୍ତ ପାଇଁ ନିଷ୍ପତ୍ତି ନେଇଥିଲେ । ଅତିରିକ୍ତ କମିସନର ରତ୍ନାକର ସାହୁଙ୍କ ଅଧ୍ୟକ୍ଷତାରେ ୪ ଜଣିଆ କମିଟି ଉପରେ ତଦନ୍ତ ଭାର ନ୍ୟସ୍ତ କରିଥିଲେ ।

କମିଟି ଏହାର ତଦନ୍ତ କରି ଦୁଇଦିନରେ ରିପୋର୍ଟ ଦେଇଥିଲେ । ଉଭୟଙ୍କ ବିରୋଧରେ ଆସିଥିବା ଅଭିଯୋଗ ଆପାତତଃ ସତ୍ୟ ବୋଲି ରିପୋର୍ଟରେ ଦର୍ଶାଯାଇଥିଲା । ଦୁହିଁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଧ୍ୟକ୍ଷ ଶ୍ରୀ ସାହୁ ସୁପାରିଶ କରିଥିଲେ ।

ଅତିରିକ୍ତ କମିସନରଙ୍କ ଏହି ସୁପାରିଶ ସମ୍ପର୍କରେ ଜାଣି ସ୍ୱଚ୍ଛସାଥୀ ଶ୍ରୀମତୀ ରାଉତ ନିଜର ଚାକିରି ବଞ୍ଚାଇବା ପାଇଁ ଜଗନ୍ନାଥ ପ୍ରଧାନଙ୍କ ପାଖରେ ଫେରାଦ ହୋଇଥିଲେ । ପ୍ରତିପକ୍ଷ ବିଧାୟକ ବୁନୁ ଜେନାଙ୍କର ଏହି ସ୍ୱଚ୍ଛସାଥୀ ଜଣେ ଦୃଢ଼ ସମର୍ଥକ ବୋଲି ଶ୍ରୀ ପ୍ରଧାନ ଜାଣିଥିବା ସତ୍ତ୍ୱେ ବସ୍ତି(ଦୁର୍ଗାମଣ୍ଡପ)ଭୋଟକୁ ହାତେଇ ରଖିବା ପାଇଁ ଏହାକୁ ଏକ ସୁଯୋଗ ବୋଲି ଭାବିନେଲେ । ରେବତୀଙ୍କ ପାଇଁ ସେ ରତ୍ନାକର ସାହୁଙ୍କୁ ଫୋନ୍ କରିଥିଲେ । ତେବେ ରତ୍ନାକର ବାବୁ ତାଙ୍କ ଫୋନକୁ ଖାତିର କଲେନି । ଓଲଟି ଆପଣ କିଏ ବୋଲି ପ୍ରଶ୍ନ କଲେ । ଅତିରିକ୍ତ କମିସନରଙ୍କ ବେଖାତିର ଠାଣି ଜଗା ଭାଇଙ୍କ ମୁଣ୍ଡ ଗରମ କରିଦେଲା । ଆଉ ପରବର୍ତ୍ତୀ ସମୟରେ ଯାହା ଘଟଣା ଘଟିଲା ତାହା ଓଡ଼ିଶାବାସୀ ଦେଖିଲେ ।

ସୂଚନାଥାଉକି, ଅତିରିକ୍ତ କମିସନରଙ୍କୁ ଅଫିସ ଭିତରୁ ଘୋଷାରି ଘୋଷାରି ବିଧା ଗୋଇଠା ମାରିଥିବା ଯୁବକମାନେ ହେଉଛନ୍ତି ଜଗା ଭାଇଙ୍କ ଖାସ୍ ଲୋକ । ୨୯ ନଂ କର୍ପୋରେଟର(ବିଜେପି) ଜୀବନ ରାଉତ ଦୁଇବର୍ଷ ତଳେ ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ମାଡ଼ ମାରି ଚର୍ଚ୍ଚାକୁ ଆସିଥିଲେ । ଗୁଣ୍ଡାଗର୍ଦ୍ଦିରେ ତାଙ୍କର ନାଁ ଅଛି । ପୂର୍ବରୁ ଦୁଇ ଦୁଇ ଥର ଗିରଫ ହୋଇ ଜେଲ୍ ଯାଇଛନ୍ତି ।

ଅନ୍ୟତମ ଅଭିଯୁକ୍ତ ରଶ୍ମୀରଂଜନ ମହାପାତ୍ର ଜଗା ଭାଇଙ୍କର ବାଁ ହାତ ଭାବେ ଜଣାଶୁଣା । ବୁଦ୍ଧେଶ୍ୱରୀ ଅଞ୍ଚଳରୁ ଦୁଇ ଦୁଇ ଥର କର୍ପୋରେଟର ଲଢ଼ି ହାରିଛନ୍ତି ।

ଅନ୍ୟତମ ଅଭିଯୁକ୍ତ ସଚ୍ଚିକାନ୍ତ ସ୍ୱାଇଁ ଜଗା ଭାଇଙ୍କର ଡାହାଣ ହାତ ଭାବେ ଜଣାଶୁଣା । ଜଗା ଭାଇଙ୍କୁ ଭେଟି ନ ପାରିଲେ ଲୋକେ ତାଙ୍କୁ ଭେଟୁଥିଲେ । ବିଜେପି କ୍ଷମତାକୁ ଆସିଲା ଦିନୁଁ ସଚ୍ଚିକାନ୍ତଙ୍କର ଖାଦି ଆକାଶ ଛୁଇଁଛି । କାହାକୁ ଖାତିର କରନ୍ତି ନାହିଁ । ମନ୍ତ୍ରୀମାନଙ୍କ ଅଫିସ ଏବଂ ଘରକୁ ତାଙ୍କର ଅବାଧ ପ୍ରବେଶ ।

‘ଜଗା ଭାଇ’ ଙ୍କର ଏହି ଡାହାଣ ଏବଂ ବାମ ହାତ ଲକ୍ଷ୍ମୀସାଗର ଥାନାକୁ ନିୟନ୍ତ୍ରଣ କରୁଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହୁଏ ।

Continue Reading
Previous Post

କ୍ଷମତା ଅହଂକାରର ଭୟଙ୍କର ରୂପ

Next Post

ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବୈଠକ

Next Post
ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବୈଠକ

ପୁରୀରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବୈଠକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19067 shares
    Share 7627 Tweet 4767
  • ନବୀନ..ନବୀନ, ମୋହନ..ମୋହନ

    16583 shares
    Share 6633 Tweet 4146
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5780 shares
    Share 2312 Tweet 1445
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5465 shares
    Share 2186 Tweet 1366

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA