Tuesday, June 23, 2026 09:30 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନୂଆପଡ଼ା ବିକାଶରେ ନୂଆ ଅଧ୍ୟାୟ

୨୩୩୭ କୋଟିର ପ୍ରକଳ୍ପ ଭେଟିଦେଲେ ମୁଖ୍ୟମନ୍ତ୍ରୀ

by Our Correspondent
10 Mar, 2021- 03:04 PM
in Latest News, News
1 min read
0
ନୂଆପଡ଼ା ବିକାଶରେ ନୂଆ ଅଧ୍ୟାୟ

ନୂଆପଡ଼ା/ଭୁବନେଶ୍ୱର: ନୂଆପଡ଼ା ବିକାଶରେ ଯୋଡି ହୋଇଛି ନୂଆ ଅଧ୍ୟାୟ । ଜିଲ୍ଲାରେ ମୁଖ୍ୟ ତିନୋଟି ସମସ୍ୟା ପିଇବା ପାଣି, ଜଳ ସେଚନ ଓ ଯୋଗାଯୋଗର ସମାଧାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପିଇବା ପାଣି, ଜଳସେଚନଠାରୁ ଆରମ୍ଭ କରି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଆଦି ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୨୩୩୭ କୋଟି ୧୫ ଲକ୍ଷ ଟଙ୍କାର ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ସେଥିମଧ୍ୟରେ ଅଛି ବହୁ ପ୍ରତୀକ୍ଷିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ।

କଳାହାଣ୍ଡି, ସୁନ୍ଦରଗଡ଼ ପରେ ପଶ୍ଚିମ ଓଡ଼ିଶାର ତୃତୀୟ ଜିଲ୍ଲା ଭାବେ ମୁଖ୍ୟମନ୍ତ୍ରୀ ଆଜି ନୂଆପଡ଼ା ଗସ୍ତ କରିଥିଲେ । ବିକାଶ ପ୍ୟାକେଜ୍ ଧରି ଆସିଥିବା ମୁଖ୍ୟମନ୍ତ୍ରୀଙ୍କର ଏହି ଗସ୍ତକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ମୁଖ୍ୟମନ୍ତ୍ରୀ ପ୍ରଥମେ ତିଖାଲି ଗୌତମା ଏୟାରଷ୍ଟ୍ରିପ୍ ରେ ପହଞ୍ଚିଥିଲେ । ୧୯୨୫ କୋଟି ୬୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ବହୁ ପ୍ରତୀକ୍ଷିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ସେଠାରେ ସୁଇଚ୍ ଟିପି ଲୋକାର୍ପିତ କରିଥିଲେ । ଉକ୍ତ ପ୍ରକଳ୍ପ ଦ୍ୱାରା ୩୦ ହଜାର ହେକ୍ଟର ଜମି ଜଳସେଚିତ ହେବ ଏବଂ ୨୦୦ରୁ ଅଧିକ ଗାଁ ଉପକୃତ ହେବେ ।

ଏହାପରେ ମୁଖ୍ୟମନ୍ତ୍ରୀ ଖଡ଼ିଆଳ ଆସି ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ପଡ଼ିଆରେ ଆୟୋଜିତ ଜନ ସମାବେଶକୁ ସମ୍ବୋଧିତ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ନୂଆପଡ଼ାବାସୀଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ଏହାର ସମାଧାନ ପାଇଁ ତାଙ୍କ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ଅବତାରଣା କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ, ନୂଆପଡ଼ାବାସୀ ଫ୍ଲୋରାଇଡ ପାଣି ଯୋଗୁଁ ବହୁତ ସମସ୍ୟାର ସମ୍ମୁଖୀନ ହେଉଥିଲେ । ଭଲ ପିଇବା ପାଇଁ ମା’ ମାନଙ୍କୁ ମାଇଲ୍ ମାଇଲ୍ ବାଟ ଯିବାକୁ ପଡୁଥିଲା । ଆଜି ସେ ସମସ୍ୟା ନାହିଁ । ଆଜି ନୂଆପଡ଼ାର ଏକ ଲକ୍ଷ ପରିବାର ପାଖରେ ପାଇପ୍ ପାଣି ପହଞ୍ଚି ପାରିଛି । ପାଣିରୁ ଫ୍ଲୋରାଇଡ ଦୂର କରିବା ପାଇଁ ୧୧୦୦ରୁ ଅଧିକ ପ୍ଲାଣ୍ଟ ସ୍ଥାପନ କରାଯାଇଛି । ୯୦୦ ରୁ ଅଧିକ ଗାଁକୁ ସମ୍ପୂର୍ଣ୍ଣ ଭାବେ ଫ୍ଲୋରାଇଡମୁକ୍ତ କରାଯାଇଛି ।

୨୦୨୨ ସୁଦ୍ଧା ନୂଆପଡ଼ାର ସବୁ ପରିବାରକୁ ଶତ ପ୍ରତିଶତ ପାଇପ ପାଣି ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏଥିପାଇଁ ୭୦୦ କୋଟି ଟଙ୍କା ବ୍ୟୟରେ ୨୦୫ଟି ପାଇପ୍ ପାଣି ଯୋଗାଣ ପ୍ରକଳ୍ପ ଏବଂ ଗୋଟିଏ ମେଗା ପାଇପ୍ ପାଣି ଯୋଗାଣ ପ୍ରକଳ୍ପ କାମ ଚାଲିଛି ।

ଅନ୍ୟପକ୍ଷରେ, ଲୋୟର ଇନ୍ଦ୍ର ପ୍ରକଳ୍ପ ଦ୍ୱାରା ମରୁଡ଼ି ପ୍ରପୀଡ଼ିତ ନୂଆପଡ଼ାରେ ସବୁଜିମା ସୃଷ୍ଟି ହୋଇ ବିକାଶର ନୂଆ ଇତିହାସ ଲେଖିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ପ୍ରକଳ୍ପ ଦ୍ୱାରା ନୂଆପଡ଼ାର କୋମନା, ଖଡ଼ିଆଳ ଓ ବଲାଙ୍ଗୀରର ବଙ୍ଗୋମୁଣ୍ଡା, ମୁରିବାହାଲ ଓ ଟିଟିଲାଗଡ଼ ବ୍ଲକ୍ ର ୨୦୦ଟି ଗାଁର ୧ ଲକ୍ଷ ୮୦ ହଜାର ଲୋକ ଉପକାର ପାଇବେ । ଉକ୍ତ ପ୍ରକଳ୍ପ ପାଇଁ ଜମି ଦେଇଥିବା ଲୋକମାନଙ୍କୁ ସେମାନଙ୍କ ତ୍ୟାଗ ପାଇଁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇଥିଲେ ।

ଲୋୟର ଇନ୍ଦ୍ର ପ୍ରକଳ୍ପ ଅଣ୍ଡରଗ୍ରାଉଣ୍ଡ ପାଇପଲାଇନ୍ ଟେକ୍ନୋଲୋଜି ରେ ନିର୍ମିତ ହୋଇଥିବାରୁ ଏହି ପ୍ରକଳ୍ପରୁ ଆଉ ୭୫୦୦ ଏକର ଜମିକୁ ପାଣି ଯୋଗାଇବା ପାଇଁ କାମ ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

ନୂଆପଡ଼ାରେ ଚାଲିଥିବା ୨୨୦ କୋଟି ଟଙ୍କାର ମେଗା ଉଠାଜଳସେଚନ ପ୍ରକଳ୍ପ ଏବର୍ଷ ଡିସେମ୍ବର ସୁଦ୍ଧା ଶେଷ ହେବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ । ଏହାଦ୍ୱାରା କୋମନା, ନୂଆପଡ଼ା, ସିନାପାଲୀ ଓ ବୋଡେନ ଅଞ୍ଚଳର ୧୮ ହଜାର ଏକରରୁ ଅଧିକ ଜମିକୁ ପାଣି ମିଳିପାରିବ ।

ଲୋୟର ଇନ୍ଦ୍ର ଅଞ୍ଚଳରେ ୩ କୋଟି ଟଙ୍କା ବ୍ୟୟରେ ଏକ ସାଇନସ୍ ପାର୍କ ଓ ମୁ୍ୟଜିୟମ୍ କରାଯିବ । ସେହିପରି ନୂଆପଡ଼ା ଓ ଖଡ଼ିଆଳ ଏନଏସିରେ ଦୁଇଟି ଇନଡୋର ଷ୍ଟାଡିୟମ୍ ସହିତ ଖଡ଼ିଆଳ ସ୍ୱୟଂଶାସିତ କଲେଜରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ନୂଆପଡା ଜିଲ୍ଲାର ଭେଲା ଗାଁ ର ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଭେଲା ର ସଂଗ୍ରାମୀ ମାନଙ୍କୁ ସମ୍ମାନ ଜଣାଇ ସେଠାରେ ଏକ ସ୍ମାରକ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ନୂଆପଡା ଜିଲ୍ଲାର ବିଧାୟକ ମାନେ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଜଳସମ୍ପଦ ବିଭାଗ ପ୍ରମୁଖ ସଚିବ ଶ୍ରୀମତୀ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀ ଙ୍କ ସଚିବ 5T ଭି.କେ.ପାଣ୍ଡିଆନ୍ ଯୋଗ ଦେଇଥିଲେ।

ନୂଆପଡ଼ା ସହ ବିଜୁବାବୁଙ୍କ ସମ୍ପର୍କ ମନେ ପକାଇଲେ ନବୀନ

ନୂଆପଡା ସହ ବିଜୁବାବୁଙ୍କ ସମ୍ପର୍କ ବିଷୟରେ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ନୂଆପଡା କୁ ବିଜୁବାବୁ ଏକ ସ୍ଵତନ୍ତ୍ର ଜିଲ୍ଲା ଘୋଷଣା କଲେ । ସେତେବେଳେ କିଛି ଲୋକ ତାଙ୍କୁ ପ୍ରଶ୍ନ କରିଥିଲେ ଯେ ଆପଣ ଏତେ ଛୋଟ ଅଞ୍ଚଳକୁ କାହିଁକି ଜିଲ୍ଲା କଲେ ? ସେତେବେଳେ ବିଜୁବାବୁ କହିଥିଲେ, ”ନୂଆପଡା ଓଡିଶା ମା ର ସବୁଠାରୁ ସାନ ପିଲା । ସେ ପୁଣି ଦୂରରେ ଅଛି । ସବୁ ବାପା ମା ଯେପରି ଦୂରରେ ଥିବା ପିଲାକୁ ଅଧିକ ଭଲ ପାଆନ୍ତି , ମୁ ମଧ୍ୟ ସେପରି ନୂଆପଦକୁ ସ୍ଵତନ୍ତ୍ର ଧ୍ୟାନ ଦେଉଛି” । ଆଜି ନୂଆପଡାର ରୂପାନ୍ତର କୁ ଆପଣ ମାନେ ଦେଖି ପାରୁଛନ୍ତି ଓ ଅନୁଭବ କରିପାରୁଛନ୍ତି । ବିଜୁବାବୁଙ୍କର ସେଦିନର ସାନ ପିଲା ”ନୂଆପଡା” ଆଜି ବଡ ହୋଇଛି । ସଶକ୍ତ ହୋଇଛି । ସବୁଜ ହୋଇଛି । ଓଡିଶାର ବିକାଶ ଯାତ୍ରାରେ ନିଜ ପାଇଁ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏଥିପାଇଁ ମୁଁ ବହୁତ ଖୁସି । ନୂଆପଡା ରେ ବିକାଶର ଏ ଧାରା ଆହୁରି ଆଗକୁ ବଢିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

।

Previous Post

IDCO+IOCL: ପାରାଦ୍ୱୀପରେ ଅତ୍ୟାଧୁନିକ ପ୍ଲାଷ୍ଟିକ୍ ପାର୍କ

Next Post

୯ କିଟ୍ ଲ’ ସ୍କୁଲ ଛାତ୍ରଛାତ୍ରୀ ପାଇଲେ ଓଜେଏସ୍

Next Post
୯ କିଟ୍ ଲ’ ସ୍କୁଲ ଛାତ୍ରଛାତ୍ରୀ ପାଇଲେ ଓଜେଏସ୍

୯ କିଟ୍ ଲ' ସ୍କୁଲ ଛାତ୍ରଛାତ୍ରୀ ପାଇଲେ ଓଜେଏସ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA