Friday, June 26, 2026 11:53 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଶ୍ରୀଜଗନ୍ନାଥ ମେଡିକାଲ୍ କଲେଜ ଲୋକାର୍ପିତ

ଓଡିଶାରେ MBBS ଆସନ ସଂଖ୍ୟା ହେଲା ୧୨୫୦

by Our Correspondent
11 Apr, 2022- 09:01 PM
in Latest News, News
1 min read
0
ଶ୍ରୀଜଗନ୍ନାଥ ମେଡିକାଲ୍ କଲେଜ ଲୋକାର୍ପିତ

ପୁରୀ: ପୁରୀ ଶ୍ରୀଜଗନ୍ନାଥ ମେଡିକାଲ୍ କଲେଜ ଆଜି ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖଲାଲ ମାଣ୍ଡଭ୍ୟ ଭିଡ଼ିଓ କନଫରେନ୍ସିଂ ଜରିଆରେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ପ୍ରାୟ ୫୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ମେଡିକାଲ୍ କଲେଜରେ ୧୦୦ଟି ଏମବିବିଏସ୍ ସିଟ୍ ରହିଛି । ଏହାକୁ ମିଶାଇ ବର୍ତ୍ତମାନ ସାରା ରାଜ୍ୟରେ ୮ଟି ସରକାରୀ ମେଡିକାଲ୍ କଲେଜରେ ସମୁଦାୟ ଏମବିବିଏସ୍ ଆସନ ସଂଖ୍ୟା ୧୨୫୦ କୁ ବୃଦ୍ଧି ପାଇଛି ।

ଆଜିର ଏହି ଅବସରକୁ ପୁରୀ ଜିଲ୍ଲା ପାଇଁ ଏକ ଐତିହାସିକର ଦିନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ରରେ ଏକ ଉନ୍ନତମାନର ମେଡିକାଲ୍ କଲେଜ ପ୍ରତିଷ୍ଠା ହୋଇଛି । ଏହାଦ୍ୱାରା ମେଧାବୀ ଛାତ୍ରଛାତ୍ରୀମାନେ ଡାକ୍ତରୀ ପାଠ ପଢ଼ିବା ସହିତ ପୁରୀ ଜିଲ୍ଲାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂଆ ଯୁଗ ଆରମ୍ଭ ହେଲା କହିଛନ୍ତି ମୁଖ୍ୟମନ୍ତ୍ରୀ ।

ନବାଗତ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇ ସେମାନଙ୍କ ସହ କଥା ହୋଇଥିଲେ । ଭବିଷ୍ୟତରେ ଭଲ ଡାକ୍ତର ହୋଇ ନିଷ୍ଠାପର ଭାବେ ଉତ୍ତମ ସ୍ୱମାସ୍ଥ୍ୟସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପରାମର୍ଶ ଦେଇଥିଲେ । ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ଉଦ୍ୟମରେ ଏହି କଲେଜ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିଜର ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମାଣ୍ଡଭ୍ୟ ମଧ୍ୟ ଛାତ୍ରଛାତ୍ରୀମାନଙ୍କ ସହ କଥା ହୋଇ ସେମାନଙ୍କୁ ଭଲ ପାଠ ପଢ଼ିବା ସହିତ ଦେଶର ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିଜର ବଳିଷ୍ଠ ଯୋଗଦାନ ରଖିବାକୁ ପରାମର୍ଶ ଦେଇଥିଲେ ।

ଆଲୋଚନାରେ ଭାଗ ନେଇଥିବା ମେଡିକାଲ୍ ଛାତ୍ର ବାଲେଶ୍ୱର ଜିଲ୍ଲାର ରାଧାବଲ୍ଲଭ ବେହେରା ଜଣେ ଭାଗଚାଷୀଙ୍କ ପୁଅ । ସେହିଭଳି ମୟୁରଭଞ୍ଜ ଜିଲ୍ଲାର ଭଟ୍ଟ ହେମ୍ବ୍ରମ୍ ମଧ୍ୟ ଜଣେ ଅତି ଗରିବ ପରିବାରର ପିଲା । ତାଙ୍କ ବାପାମା’ ଉଭୟ ଦିନ ମଜୁରିଆ ।ସରକାରୀ ବିଦ୍ୟାଳୟରେ ପାଠ ପଢ଼ୁଥିଲେ । ଓଡ଼ିଶା ସରକାରୀ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ୍ ଓ ଇଞ୍ଜିନିୟରିଂରେ ୧୫% ଆସନ ସଂରକ୍ଷଣ ନୀତି ଯୋଗୁଁ ସେମାନେ ଏମବିବିଏସ୍ ପଢ଼ିବାର ସୁଯୋଗ ପାଇଛନ୍ତି । 

ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ସାଂସଦ ପିନାକୀ ମିଶ୍ର, ପୁରୀ ଜିଲ୍ଲାର ବିଧାୟକଗଣ ଓ ଅନ୍ୟ ବରିଷ୍ଠ ନେତୃବୃନ୍ଦ ଯୋଗଦେଇଥିଲେ ।

ସୂଚନାଥାଉକି, ଏହି ମେଡିକାଲ୍ କଲେଜ ସହିତ ୬୫୦ ଆସନ ବିଶିଷ୍ଟ ଏକ ସାତ ମହଲାର ଶିକ୍ଷା ହସ୍ପିଟାଲ ନିର୍ମାଣ କାର୍ଯ୍ୟ ଚାଲିଛି । ୨୦୨୩ ଜୁଲାଇ ସୁଦ୍ଧା ଏହା ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ବର୍ତ୍ତମାନ ଏହି କଲେଜ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶିକ୍ଷା ହସ୍ପିଟାଲ୍ ଭାବେ କାର୍ଯ୍ୟ କରୁଛି । ପୁରୀକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସୁଥିବାରୁ ଏହି ମେଡିକାଲ୍ କଲେଜ ଓ ହସ୍ପିଟାଲ୍ ଜିଲ୍ଲାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କୁହାଯାଇଛି ।

Previous Post

ଗୁଇନ୍ଦା ନିର୍ଦ୍ଦେଶକଙ୍କ ଅଚାନକ ବଦଳି

Next Post

ଅସହାୟ ପରିବାରର ଦୁଃଖରେ ସାଥି ହେଲା ‘ଓଡ଼ିଶା ମୋ ପରିବାର’

Next Post
ଅସହାୟ ପରିବାରର ଦୁଃଖରେ ସାଥି ହେଲା ‘ଓଡ଼ିଶା ମୋ ପରିବାର’

ଅସହାୟ ପରିବାରର ଦୁଃଖରେ ସାଥି ହେଲା 'ଓଡ଼ିଶା ମୋ ପରିବାର'

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA