ଭୁବନେଶ୍ୱର: ଆଇପିଏସ୍ ସ୍ତରରେ ଆଗକୁ ଏକ ବଡ଼ ଧରଣର ଅଦଳବଦଳ ହେବାକୁ ଥିବା ବେଳେ ଗୁଇନ୍ଦା ନିର୍ଦ୍ଦେଶକ ଲଳିତ ଦାସଙ୍କୁ ଅଚାନକ ଆଜି ତାଙ୍କ ପଦରୁ ହଟାଇ ଦିଆଯାଇଛି । ୧୯୯୨ ବ୍ୟାଚ୍ ର ଏହି ବରିଷ୍ଠ ଆଇପିଏସ୍ ଙ୍କୁ ଗୃହ ବିଭାଗର ଓଏସଡ଼ି ଭାବେ ନିଯୁକ୍ତି ଦିଆଯାଇଛି । ଗୃହ ବିଭାଗ ପକ୍ଷରୁ ଏହି ସିଙ୍ଗିଲ୍ ବଦଳି ଅର୍ଡର ବାହାରିଛି । ଅତିରିକ୍ତ ଡିଜି(ଏସଏପି) ତଥା ୧୯୯୩ ବ୍ୟାଚ୍ ଅଧିକାରୀ ଆର.ପି.କୋଚେଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।