Wednesday, April 22, 2026 12:58 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଶାଳୀର ଝୁମ୍ପୁଡ଼ି ଘରେ ଲୁଚାଇଥିଲେ ନଗଦ ୧.୪୧ କୋଟି

ଦୁର୍ନୀତିରେ ରେକର୍ଡ କଲେ ଲାଞ୍ଚୁଆ କାର୍ତ୍ତିକେଶ୍ୱର

by Our Correspondent
09 Apr, 2022- 12:52 PM
in Latest News, News
1 min read
0
ଶାଳୀର ଝୁମ୍ପୁଡ଼ି ଘରେ ଲୁଚାଇଥିଲେ ନଗଦ ୧.୪୧ କୋଟି

ଭୁବନେଶ୍ୱର: ଜଣେ ଅସାଧୁ ସହକାରୀ ଯନ୍ତ୍ରୀ କେତେ ଉପୁରି କମାଇ ପାରନ୍ତି ତାହାର ଉଦାହରଣ ହେଉଛନ୍ତି କାର୍ତ୍ତିକେଶ୍ୱର ରାଉଳ । ଦ୍ୱିତୀୟ ପତ୍ନୀଙ୍କୁ ରଖୁଥିବା ଘରୁ ନଗଦ ୨ କୋଟିରୁ ଅଧିକ ଟଙ୍କା ମିଳିଥିଲା । ଏବେ ସେହି ପତ୍ନୀଙ୍କ ଭଉଣୀ ଘରୁ ମିଳିଛି ଆଉ ୧ କୋଟି ୪୧ ଲକ୍ଷ ୬୨ ହଜାର ୪୦୦ ଟଙ୍କା । ଏହାକୁ ମିଶାଇଲେ ରାଉଳଙ୍କର ଠାବ ହୋଇଥିବା ନଗଦ ଟଙ୍କା ପରିମାଣ ହେଉଛି ୩ କୋଟି ୪୧ ଲକ୍ଷ ୬୬ ହଜାର ୨୮୦ ଟଙ୍କା । ଦୁର୍ନୀତିରେ ରେକର୍ଡ କରିଛନ୍ତି ଏହି ବାବୁ ।

ଭିଜିଲାନସ୍ ନଜର ହଟାଇବା ପାଇଁ ସାଲିଆସାହି ହାତିଆଶୁଣିବସ୍ତିର ଏକ ଝୁମ୍ପୁଡ଼ି ଘରେ ରହି ନିର୍ମାଣ ଶ୍ରମିକ କାମ କରୁଥିବା ଶାଳୀଙ୍କ ଘରେ ଏହି ଟଙ୍କା ଲୁଚାଇ ରଖିଥିଲେ ରାଉଳ । ଆଜି ସକାଳୁ ଭିଜିଲାନସ୍ ଟିମ୍ ଚଢ଼ାଉ କରି ଏକ ବ୍ୟାଗ୍ ରୁ ଟଙ୍କା ବିଡ଼ା ସବୁ ଜବତ କରିଛି ।

ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କୁ ଗତକାଲି ଭିଜିଲାନସ୍ ଗିରଫ କରିଥିଲା । କୋର୍ଟରେ ଜାମିନ୍ ନାମଞ୍ଜୁର ହେବାରୁ ଝାରପଡ଼ା ଜେଲ୍ ହାଜତରେ ପଶିଛନ୍ତି । ଦୁଇଦିନ ଧରି ଚଢ଼ଉରେ ତାଙ୍କର ୫ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଥିଲା । ଯାହା ତାଙ୍କ ଆୟଠାରୁ ୭୪୧ ଗୁଣ ଅଧିକ ବୋଲି ଭିଜିଲାନସ୍ ପକ୍ଷରୁ କୁହାଯାଇଥିଲା । ତାଙ୍କର ସମ୍ପତ୍ତି ଆହୁରି ଅଧିକ ହେବ ବୋଲି ମଧ୍ୟ ଅନୁମାନ କରାଯାଇଥିଲା ।

କାର୍ତ୍ତିକେଶ୍ୱରଙ୍କ ଦ୍ୱିତୀୟ ପତ୍ନୀ କଳ୍ପନା ପ୍ରଧାନ ରହୁଛନ୍ତି କଳିଙ୍ଗବିହାରସ୍ଥିତ ଟାଟା ଆରିଆନା ଫ୍ଲାଟ୍ ରୁମ୍ ନଂ ୦୫୦୫ରେ । ଅଫିସ୍ ରୁ ଯାହା ମାରି ଆଣୁଥିଲେ ସେଥିରୁ ସିଂହଭାଗ ଏହି ଦ୍ୱିତୀୟ ପତ୍ନୀଙ୍କ ପାଖରେ ଠୁଳ କରୁଥିଲେ । ଗତ ୭ ତାରିଖ ସଂଧ୍ୟାରେ ଭିଜିଲାନସ୍ ଟିମ୍ ଏହି ଘରେ ଚଢ଼ାଉ କରିଥିଲା । ଗୋଟିଏ ବ୍ୟାଗ୍ ରେ ୨ କୋଟିରୁ ଅଧିକ ନଗଦ ଟଙ୍କା ସହ ୫୮୦ ଗ୍ରାମ ଓଜନର ୨୦ ଟି ସୁନା ବିସ୍କୁଟ୍ ର ସନ୍ଧାନ ପାଇଥିଲା ଭିଜିଲାନସ୍ । ଆହୁରି ଅଧିକ ପୋତାଧନ ସନ୍ଦେହ କରି କଳ୍ପନାଙ୍କୁ ଜେରା କରାଯାଇଥିଲା । ଏହି ଜେରା ବେଳେ କଳ୍ପନା ସାଲିଆସାହିରେ ରହୁଥିବା ଭଉଣୀ ଘରର ଠିକଣା ଦେଇଥିଲେ ।

ଏହି ଚଢ଼ାଉରୁ ନଗଦ ୧ କୋଟି ୪୧ ଲକ୍ଷ ୬୨ ହଜାର ୪୦୦ ଟଙ୍କା, ୩୫୪ ଗ୍ରାମର ସୁନା, ପୋଖରୀପୁଟସ୍ଥିତ କେଶରୀ ଇଷ୍ଟେଟ୍ ପ୍ରାଇଭେଟ୍ ଲିମିଟେଡ଼ଠାରୁ କିଣିଥିବା ଏକ ଟ୍ରିପ୍ଲେକ୍ସ ଘରର କାଗଜପତ୍ରର ସନ୍ଧାନ ମିଳିଛି । ତଦନ୍ତ ଚାଲିଥିବାରୁ ପୁଣି ଅଧିକ ସମ୍ପତ୍ତି ଠାବ ହୋଇପାରେ ବୋଲି କୁହାଯାଇଛି । ତାଙ୍କ ପ୍ରଥମ ପତ୍ନୀଙ୍କ ପାଖରେ କେତେ ସମ୍ପତ୍ତି ରଖିଛନ୍ତି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନି ।

ଚଢ଼ଉର ପ୍ରଥମ ଦିନରେ ରାଉଳଙ୍କ ଖଣ୍ଡଗିରି ଜାଗମରାରେ ଦୁଇ ମହଲା କୋଠା, ଡୁମୁଡୁମା ତୁଷ୍ଟି ରେସିଡେନ୍ସିରେ ୩-ବିଏଚକେ ଫ୍ଲାଟ୍, କସମୋପଲିସିରେ ୨ ବିଏଚକେ ଫ୍ଲାଟ୍, ଭୁବନେଶ୍ୱରରେ ଦୁଇଟି ଏବଂ ଖଲ୍ଲିକୋଟରେ ୫ ଟି ଜମି, ୩୭ ଲକ୍ଷ ୨୩ ହଜାର ଟଙ୍କାର ବ୍ୟଶଙ୍କ ଜମା ଏବଂ ବୀମା ପଲିସି, ନଗଦ ୨ ଲକ୍ଷ ୫୦ ହଜାର ଟଙ୍କା ମିଳିଥିଲା ।

Previous Post

ଭୁବନେଶ୍ୱର ଡେପୁଟି ମେୟର୍ ଚକମା

Next Post

ଗୁଇନ୍ଦା ନିର୍ଦ୍ଦେଶକଙ୍କ ଅଚାନକ ବଦଳି

Next Post
ଗୁଇନ୍ଦା ନିର୍ଦ୍ଦେଶକଙ୍କ ଅଚାନକ ବଦଳି

ଗୁଇନ୍ଦା ନିର୍ଦ୍ଦେଶକଙ୍କ ଅଚାନକ ବଦଳି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA