Tuesday, June 30, 2026 02:25 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଓଡ଼ିଶାକୁ ପୁଣି ସ୍ପୋର୍ଟସ ଷ୍ଟାର୍ ଆୱାର୍ଡ

ମୁମ୍ବାଇରେ ପୁରସ୍କାର ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ

by Our Correspondent
27 Feb, 2023- 08:56 PM
in Latest News, News, Sports
1 min read
0
ଓଡ଼ିଶାକୁ ପୁଣି ସ୍ପୋର୍ଟସ ଷ୍ଟାର୍ ଆୱାର୍ଡ

ଭୁବନେଶ୍ୱର: କ୍ରୀଡ଼ାର ବିକାଶରେ ଶ୍ରେଷ୍ଠ ରାଜ୍ୟ ଭାବେ ଓଡ଼ିଶାକୁ ମିଳିଛି ସ୍ପୋର୍ଟସ ଷ୍ଟାର୍ ଏସେସ୍ ଆୱାର୍ଡସ୍ ୨୦୨୩ । କ୍ରମାଗତ ଭାବେ ଚତୁର୍ଥ ଥର ପାଇଁ ରାଜ୍ୟକୁ ଏହି ପୁରସ୍କାର ମିଳିଛି । ସ୍ପୋର୍ଟସ ଷ୍ଟାର୍ ପକ୍ଷରୁ ଆଜି ସଂଧ୍ୟାରେ ମୁମ୍ବାଇରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର ଗ୍ରହଣ କରିଛନ୍ତି । କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କଠାରୁ ମୁଖ୍ୟମନ୍ତ୍ରୀ ପୁରସ୍କାର ଗ୍ରହଣ କରିଥିଲେ । ଏହି ଉତ୍ସବରେ ଦେଶର ନାମୀଦାମୀ ଖେଳାଳୀ ଓ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

ଏହି ପୁରସ୍କାର ପାଇଁ ବିଚାରକମଣ୍ଡଳୀରେ ସୁନୀଲ ଗାଭାସ୍କରଙ୍କ ନେତୃତ୍ୱରେ ଅନେକ ବିଶିଷ୍ଟ କ୍ରୀଡାବିତ ଅଭିନବ ବିନ୍ଦ୍ରା, ଅପର୍ଣ୍ଣା ପୋପଟ, ଅଞ୍ଜଳୀ ଭଗବତ, ବାଇଚୁଙ୍ଗ ଭୂତିଆ, ଏମ.ଏମ ସୌମ୍ୟା ଓ ବିଶ୍ୱନାଥନ ଆନନ୍ଦ ପ୍ରମୁଖ ସଦସ୍ୟ ରହିଥିଲେ । ପୁରସ୍କାର ପାଇଁ ହିନ୍ଦୁ ଗ୍ରୁପ ତଥା ସ୍ପୋର୍ଟସ ଷ୍ଟାରକୁ ଧନ୍ୟବାଦ ଦେଇ ମୁଖ୍ୟମନ୍ତ୍ରୀ ଏହି ପୁରସ୍କାରକୁ ଓଡିଶାର ଜନସାଧାରଣଙ୍କୁ ଉତ୍ସର୍ଗ କରିଥିଲେ ।

କ୍ରୀଡାବିତ୍‌ ମାନଙ୍କୁ ସମ୍ମାନିତ କରିବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ସ୍ପୋର୍ଟସ ଷ୍ଟାର କର୍ତ୍ତୃପକ୍ଷଙ୍କୁ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ବିଶ୍ୱ କ୍ରୀଡା କ୍ଷେତ୍ରରେ କ୍ରୀଡାବିତ୍‌ ମାନଙ୍କ ଅବଦାନକୁ ମର୍ଯ୍ୟଦା ପ୍ରଦାନ କରିବା କ୍ଷେତ୍ରରେ ଏହି କାର୍ଯ୍ୟକ୍ରମ ଏକ ସୁନ୍ଦର ପ୍ଲାଟଫର୍ମ। ଏହା ଆମର ଆଗାମୀ ଦିନର ପ୍ରତିଭାବାନ କ୍ରୀଡାବିତ୍‌ ମାନଙ୍କୁ ମଧ୍ୟ ପ୍ରୋତ୍ସାହିତ କରିବ। କ୍ରୀଡାବିତ ମାନେ ହେଉଛନ୍ତି ଆମର ପ୍ରକୃତ ରାଷ୍ଟ୍ରଦୂତ। ସେମାନଙ୍କୁ ସହଯୋଗ ଯୋଗାଇଦେବା ଏବଂ ସେମାନଙ୍କୁ ସବୁ କ୍ଷେତ୍ରରେ ଉତ୍ସାହିତ କରିବା ଆମର ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ କ୍ରୀଡା କ୍ଷେତ୍ରରେ ଆମେ ବିପୁଳ ସମ୍ବଳ ବିନିଯୋଗ କରୁଛୁ । କାରଣ ଯୁବସମାଜ ପାଇଁ ସମ୍ବଳ ବିନିଯୋଗ କରିବା ଅର୍ଥ ହେଉଛି ଆମ ଭବିଷ୍ୟତ ପାଇଁ ସମ୍ବଳର ବିନିଯୋଗ। ଗତ ୫ ବର୍ଷ ମଧ୍ୟରେ ଆମ କ୍ରୀଡା ବଜେଟ ୧୦ ଗୁଣ ବଢିଛି। ଆସନ୍ତା ଆର୍ଥିକ ବର୍ଷରେ ଏହା ୧୨୦୦ କୋଟିରୁ ଅଧିକ ରହିଛି । ହକି ବିଶ୍ୱ କପ ସହିତ ଆମେ ଅନେକ ଆନ୍ତର୍ଜାତିକ ଟୁର୍ଣ୍ଣାମେଣ୍ଟକୁ ସଫଳତାର ସହ ଆୟୋଜନ କରିଛୁ । ଖେଳାଳୀ ମାନଙ୍କ ପାଇଁ ଆମେ ବିଶ୍ୱସ୍ତରୀୟ ଭିତ୍ତିଭୂମି ସୁବିଧା ନିର୍ମାଣ କରିବା ସହିତ ବିଭିନ୍ନ ହାଇ ପରଫରମାନସ ସେଣ୍ଟର ଓ ପ୍ରତିଯୋଗିତା ଜରିଆରେ ଖେଳାଳୀ ମାନଙ୍କ ପ୍ରତିଭାକୁ ବିକଶିତ କରିବା ପାଇଁ ଉଦ୍ୟମ କରୁଛୁ । କ୍ରୀଡା କ୍ଷେତ୍ରରେ ଓଡିଶାର ଜୟଯାତ୍ରାରେ ସାମିଲ ହେବା ପାଇଁ ମୁଁ ଆପଣମାନଙ୍କୁ ନିବେଦନ କରୁଛି ଏବଂ ଆମେ ସମସ୍ତେ ମିଶି ଭାରତୀୟ କ୍ରୀଡା ପାଇଁ ବିଶ୍ବସ୍ତରରେ ଗୌରବ ହାସଲ କରିପାରିବା ବୋଲି ସେ କହିଥିଲେ। ଅଲମ୍ପିକ୍‌ସରେ ଦେଶର ପତାକାକୁ ଉଚ୍ଚ ରଖିବା ହେଉଛି ସବୁ ଭାରତୀୟ ମାନଙ୍କର ସାମୁହିକ ସ୍ୱପ୍ନ। ଏଥିପାଇଁ ଆମେ ସମସ୍ତେ ମିଶି ଉଦ୍ୟମ କରି ଏହାକୁ ବାସ୍ତବତାରେ ପରିଣତ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସୂଚନାଥାଉକି, କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ହୋଇଛି ମଡେଲ ରାଜ୍ୟ । ଯାହାର ମୂଳମନ୍ତ୍ର ହୋଇଛି ପ୍ରତିଭା ସମ୍ପନ୍ନ ଖେଳାଳୀଙ୍କୁ ପ୍ରୋତ୍ସାହନ, ସହଭାଗିତା, ପ୍ରତିଯୋଗିତା, ପ୍ରଶିକ୍ଷଣ, ଭିତ୍ତିଭୂମି ଏବଂ କଲ୍ୟାଣକାରୀ ଯୋଜନା । ଓଡ଼ିଆ ଖେଳାଳୀମାନେ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସଫଳତା ପାଇ ରାଜ୍ୟକୁ ଗୌରବ ଆଣିଛନ୍ତି । ଭୁବନେଶ୍ୱର ଓ ରାଉରକେଲାରେ ୨୦୨୩ ପୁରୁଷ ବିଶ୍ୱକପ୍ ହକିର ସଫଳ ଆୟୋଜନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।

କେବଳ ଗତବର୍ଷ ଏକାଧିକ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ଆୟୋଜନ କରି ଓଡ଼ିଶା ରେକର୍ଡ ସୃଷ୍ଟି କରିଛି । ଅନ୍ତର୍ଜାତୀୟ କ୍ରୀଡ଼ା ମଧ୍ୟରେ ଥିଲା ଓଡ଼ିଶା ଓପନ୍, ସାଫ ଅଣ୍ଡର ଯୋଣ୍ଟି (ୟୁ୨୦) ଚମ୍ପିଅନସିପ୍, ଫିଫା ୟୁ୧୭ ମହିଳା ବିଶ୍ୱକପ୍, ଫିବା ୨୦୨୨, ଏଫଆଇଏଚ ହକି ପ୍ରୋ ଲିଗ୍ । ସେହିଭଳି ଭାରତୀୟ ମହିଳା ଲିଗ୍, ଆକ୍ୱାଟିକ୍ ଜୁନିୟର୍ ନ୍ୟାସନାଲସ୍, ଆଇଡବ୍ଲୁଏଲଏଫ ୟୁଥ୍ ଜୁନିୟର୍ସ ଏବଂ ସିନିୟର ନ୍ୟାସନାଲ୍ ୱେଟଲିଫ୍ଟିଂ ଚମ୍ପିଅନସିପ୍, ପାରା ଆଥଲେଟିକସ୍ ଚମ୍ପିଅନସିପ୍ ଏବଂ ପାରା ବ୍ୟାଡମିଣ୍ଟନ ନ୍ୟାସନାଲସ୍ ଭଳି ଜାତୀୟ କ୍ରୀଡ଼ାର ଆୟୋଜନ କରିଥିଲା ।

କ୍ରୀଡ଼ା ଭିତ୍ତିଭୂମିରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଉପରେ ବିଶେଷ ଗୁରୁତ୍ୱ ଦେଇଛନ୍ତି । ସବୁ ଦୃଷ୍ଟିକୋଣରୁ କଳିଙ୍ଗ ସ୍ପୋଟର୍ସ କମ୍ପ୍ଲେକ୍ସ ଦେଶର ସର୍ବୋକୃଷ୍ଠ ହୋଇପାରିଛି । ଭାରତର ପ୍ରଥମ ଇନଡୋର ଆଥଲେଟିକସ୍ ସେଣ୍ଟରଠାରୁ ଆରମ୍ଭ କରି ଟେନିସ୍ କୋର୍ଟ, ଇନଡୋର୍ ଆକ୍ୱାଟିକସ୍ ସେଣ୍ଟର, ହକି ହାଇପରଫରମାନଓ ସେଣ୍ଟର ଏବଂ ସ୍ପୋଟସ୍ ସାଇନସ୍ ସେଣ୍ଟରର ନିର୍ମାଣ ପ୍ରାୟତଃ ସମ୍ପୂର୍ଣ୍ଣ ହୋଇସାରିଛି ।

ସେହିଭଳି ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ବିଶ୍ୱର ସର୍ବବୃହତ୍ତ ହକି ଷ୍ଟାଡିୟମ୍ ଭାବେ ନିକଟରେ ଗିନିଜ୍ ବୁକ୍ ଅଫ ୱାଲର୍ଡ ରେକର୍ଡରେ ସ୍ଥାନ ପାଇଛି । ମହାମାରୀ କୋଭିଡ୍ ସତ୍ତ୍ୱେ ମାତ୍ର ୧୫ ମାସରେ ଏହାର ନିର୍ମାଣ ସମ୍ପୂର୍ଣ୍ଣ ହେବା ଉଲ୍ଲେଖନୀୟ ଘଟଣା ଥିଲା । ସେଠାରେ ନିର୍ମିତ ଅଲିମ୍ପିକ୍ ହକି ଭିଲେଜ୍ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।

କେବଳ ଭୁବନେଶ୍ୱର କି ରାଉରକେଲା ନୁହେଁ, କ୍ରୀଡ଼ାର ବିକାଶ ପାଇଁ ସାରା ରାଜ୍ୟରେ ଭିତ୍ତିଭୂମି ବିକାଶ କାର୍ଯ୍ୟ କରାଯାଉଛି । ସହରାଞ୍ଚଳରେ ୯୦ଟି ଇନଡୋର ହଲ୍ ନିର୍ମାଣ ହେଉଛି । ଏହା ମଧ୍ୟରେ ସୁଇମିଂ ପୁଲ୍ ଠାରୁ ଫୁଟବଲ୍ ଓ ହକି ଟ୍ରେନିଂ ସେଣ୍ଟର ଏବଂ ସ୍ପୋର୍ଟସ୍ କମ୍ପ୍ଲେକ୍ସ ରହିଛି ।

Previous Post

ପ୍ରଦୀପ ଜେନା ନୂଆ ମୁଖ୍ୟ ଶାସନ ସଚିବ

Next Post

ମୁକେଶ ଅମ୍ବାନୀଙ୍କୁ ଭେଟିଲେ ନବୀନ

Next Post
ମୁକେଶ ଅମ୍ବାନୀଙ୍କୁ ଭେଟିଲେ ନବୀନ

ମୁକେଶ ଅମ୍ବାନୀଙ୍କୁ ଭେଟିଲେ ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA