ଭୁୁବନେଶ୍ୱର: ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା ହେବେ ରାଜ୍ୟର ମୁଖ୍ୟ ଶାସନ ସଚିବ । ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆସନ୍ତା ୨୮ ତାରିଖରେ ଅବସର ଗ୍ରହଣ କରୁଥିବାରୁ ତାଙ୍କ ଜାଗାରେ ୧୯୮୯ ବ୍ୟାଚ୍ ଆଇଏଏସ୍ ପ୍ରଦୀପ ଜେନାଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି ।
ସେହିଭଳି ୧୯୯୧ ବ୍ୟାଚ୍ ଆଇଏଏସ୍ ତଥା ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ଉନ୍ନୟନ କମିସନର ଭାବେ ନିଯୁକ୍ତି ଦିଆଯାଇଛି । ଏହି ନୂଆ ଦାୟିତ୍ୱ ସହ ସେ ଜଳସମ୍ପଦ ବିଭାଗର ଦାୟିତ୍ୱ ମଧ୍ୟ ପୂର୍ବଭଳି ସମ୍ଭାଳିବେ ।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି ।