ଭୁବନେଶ୍ୱର: ବିଜେଡିର ଚର୍ଚ୍ଚିତ ଚେହେରା ଜୁନାଗଡ଼ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପୁଣି ବାହା ହୋଇଛନ୍ତି । ନିଜ ନିର୍ବାଚନମଣ୍ଡଳୀର ପ୍ରିୟଙ୍କା ଅଗସ୍ତିଙ୍କୁ ଜୀବନ ସାଥୀ କରିଛନ୍ତି । ପେଶାରେ ସଫ୍ଟୱେୟର ଇଂଜିନିୟର ଥିବା ପ୍ରିୟଙ୍କାଙ୍କ ଘର ଜୁନାଗଡ଼ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ୍ ଦେକୋଟ ଗାଁରେ । ଏହା ଉଭୟଙ୍କର ଦ୍ୱିତୀୟ ବିବାହ ।
ପୁରୀ ଜିଲ୍ଲା ପିପିଲି ନିକଟସ୍ଥ ଆଭେଞ୍ଜର କନଭେନସନରେ ଏହି ବିବାହ ସମ୍ପନ୍ନ ହୋଇଛି । ବିବାହ ପୂର୍ବରୁ ଆଜି ପ୍ରଥମେ ଉଭୟଙ୍କର ନିର୍ବନ୍ଧ ହୋଇଥିଲା । ଅପରାହ୍ନ ତିନିଟାରେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ ସମ୍ପନ୍ନ ହୋଇଥିଲା । ଏହି ବିବାହ ଉତ୍ସବରେ କେବଳ ଉଭୟଙ୍କ ପରିବାର ସଦସ୍ୟ ଏବଂ ଅନ୍ତରଙ୍ଗ ବନ୍ଧୁମାନେ ଯୋଗଦେଇଥିଲେ । କୌଣସି ରାଜନେତାଙ୍କୁ ସେଠାରେ ଦେଖିବାକୁ ମିଳିନାହିଁ । ସାମ୍ବାଦିକମାନଙ୍କୁ ମଧ୍ୟ ଛଡ଼ାଯାଇନାହିଁ । ଆଜି ସଂଧ୍ୟାରେ ସେଠାରେ ରିସେପସନ୍ ପାର୍ଟିର ଆୟୋଜନ ହୋଇଥିବା ଜଣାପଡ଼ିଛି ।
ସୂଚନାଥାଉକି, ଦିବ୍ୟଶଙ୍କର ପୂର୍ବରୁ ଜୟପାଟଣାରେ ବିବାହ କରିଥିଲେ । କୌଣସି କାରଣରୁ ତାଙ୍କର ଛାଡ଼ପତ୍ର ହୋଇଥିଲା । ତାଙ୍କର ଏକ ପୁଅ ଅଛି । ପୁଅ ଦୁବାଇରେ ପାଠ ପଢ଼ୁଛି ।