Monday, October 5, 2026 07:28 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କଳିଙ୍ଗ ଷ୍ଟାଡିୟମ୍ ବୁଲିଲେ ମୁଖ୍ୟମନ୍ତ୍ରୀ

ନିର୍ମାଣାଧୀନ ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା

by Our Correspondent
16 Dec, 2021- 10:25 PM
in Latest News, News
1 min read
0
କଳିଙ୍ଗ ଷ୍ଟାଡିୟମ୍ ବୁଲିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୬୧୩୧ ନବନିଯୁକ୍ତ ଶିକ୍ଷକଙ୍କ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳିଙ୍ଗ ଷ୍ଟାଡିୟମ୍ ବୁଲିଥିଲେ । ସେଠାରେ ଚାଲିଥିବା ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ସାଙ୍ଗରେ ଥିଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା, ଉନ୍ନୟନ କମିଶନର ପ୍ରଦୀପ ଜେନା, ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍, କ୍ରୀଡ଼ା ସଚିବ ଆର. ଭିନୀଲ୍ କ୍ରିଷ୍ଣା ଏବଂ ଅନ୍ୟାନ୍ୟ ଅଧିକାରୀ ।

କଳିଙ୍ଗ ଷ୍ଟାଡିୟମ୍ ରେ ଆକ୍ୱିଏଟିକ୍ ସେଣ୍ଟର ଏବଂ ଇନଡୋର୍ ଆଥଲେଟିକ୍ ଷ୍ଟାଡିୟମ୍ ର ନିର୍ମାଣ କାର୍ଯ୍ୟକୁ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଏହାର ଅଗ୍ରଗତି ନେଇ ସନ୍ତୋଷ ପ୍ରକାଶ କରିବା ସହ କଳିଙ୍ଗ ଷ୍ଟାଡିୟମ୍ କୁ କ୍ରୀଡ଼ା ଭିତ୍ତିଭୂମିରେ ଏହା ସମଗ୍ର ଦେଶରେ ଅଗ୍ରଣୀ ସ୍ଥାନ ଦେବ ବୋଲି ଆଶା ରଖିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ୫ଟି କ୍ରୀଡ଼ା ଭିତ୍ତିଭୂମି ସୁବିଧାର ଉଦଘାଟନ କରିବା ସହ ୮୯ ବହୁମୁଖୀ ବା ମଲଟି ପରପୋଜ୍ ଇନଡୋର ହଲ୍ ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଉଦଘାଟିତ ପ୍ରକଳ୍ପ ମଧ୍ୟରେ ରହିଛି କଳିଙ୍ଗ ଷ୍ଟାଡିୟମ୍ ରେ ବିଜୁ ପଟ୍ଟନାୟକ ୱେଟଲିଫ୍ଟିଂ ହଲ୍ ଏବଂ ନୂଆ ସ୍ପୋର୍ଟସ୍ ହଷ୍ଟେଲ୍ । ଅନୁଗୁଳ ଓ ବାରିପଦାରେ ଗୋଟିଏ ଲେଖାଏଁ ସୁଇମିଂ ପୁଲ୍ ଏବଂ ରାଉରକେଲାରେ ଏକ ଇନଡୋର ଷ୍ଟାଡିୟମ୍ ।

୮୯ ଟି ବହୁମୁଖୀ ଇନଡୋର୍ ଷ୍ଟାଡିୟମ୍ ନିର୍ମାଣ ପାଇଁ ଜାଗା ଚିହ୍ନଟ ହେବା ସହ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି । ୫୦ ଟି ଷ୍ଟାଡିୟମ୍ ପାଇଁ ଟେଣ୍ଡର ଚୂଡ଼ାନ୍ତ ହୋଇଗଲାଣି ଏବଂ ଖୁବ୍ ଶୀଘ୍ର କାମ ଆରମ୍ଭ ହେବ । ୨୦୨୨-୨୩ ସୁଦ୍ଧା ସବୁତକ ଷ୍ଟାଡିୟମ୍ କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି । ଉକ୍ତ ଷ୍ଟାଡ଼ିୟମ୍ ରେ ବ୍ୟାଡମି୍ଟନ୍, ଟେବୁଲ୍ ଟେନିସ୍, ୱେଟଲିଫ୍ଟିଂ ସୁବିଧା ରହିବ । ପ୍ରାକୃତିକ ବିପର୍ଯ୍ୟୟ, ମହାମାରୀ ବେଳେ ଏହା ଆଶ୍ରୟସ୍ଥଳୀ ଏବଂ ହସ୍ପିଟାଲ୍ ଭାବେ ମଧ୍ୟ କାର୍ଯ୍ୟ କରିବ ।

Previous Post

ରେକର୍ଡ: ଏକାଥରକେ ନିଯୁକ୍ତି ପାଇଲେ ୬୧୩୧ ଶିକ୍ଷକ

Next Post

କିଟ୍‍ ଓ କିସ୍ ରେ କଳାକୁମ୍ଭ ଉଦ୍‍ଯାପିତ

Next Post
କିଟ୍‍ ଓ କିସ୍ ରେ କଳାକୁମ୍ଭ ଉଦ୍‍ଯାପିତ

କିଟ୍‍ ଓ କିସ୍ ରେ କଳାକୁମ୍ଭ ଉଦ୍‍ଯାପିତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA