Friday, June 26, 2026 12:17 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କୋଟିଆ ଯିବେ ମୁଖ୍ୟମନ୍ତ୍ରୀ

୧୮ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ , ଆଦର୍ଶ ପଞ୍ଚାୟତ ଭାବେ ଗଢ଼ିବାକୁ ଘୋଷଣା

by Our Correspondent
05 Feb, 2021- 06:17 PM
in Latest News, News
1 min read
0
କୋଟିଆ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋରାପୁଟ ଜିଲ୍ଲା କୋଟିଆର ତିନୋଟି ଗାଁର ନାଁ ବଦଳେଇ ଆନ୍ଧ୍ର ସେଠି ପଞ୍ଚାୟତ ନିର୍ବାଚନ କରିବାକୁ ବସିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରକାରନ୍ତରେ ତାହାର କଡ଼ା ଜବାବ ରଖିଛନ୍ତି । କୋଟିଆ ପଞ୍ଚାୟତରେ ୧୮ କୋଟି ଟଙ୍କା ପ୍ରକଳ୍ପର ଶୁଭାରମ୍ଭ କରି ଏହାକୁ ଆଦର୍ଶ ପଞ୍ଚାୟତ ଭାବେ ଗଢ଼ିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଖାଲି ସେତିକି ନୁହେଁ, ଖୁବ୍ ଶୀଘ୍ର କୋଟିଆ ଅଞ୍ଚଳକୁ ଯାଇ ଲୋକଙ୍କୁ ଭେଟିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଆଜି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କୋଟିଆ ପାଇଁ ୧୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ସେଥିମଧ୍ୟରୁ ୧୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ହୋଇଥିବା ବେଳେ ୫ କୋଟି ଟଙ୍କାର ହାଇ ଲେଭଲ୍ ସେତୁ ପାଇଁ ଭିତ୍ତିପ୍ରସ୍ତର ଥିଲା । ଏହାପୂର୍ବରୁ ୨୦୧୮ ରେ ମୁଖ୍ୟମନ୍ତ୍ରୀ କୋଟିଆ ପଞ୍ଚାୟତର ବିକାଶ ପାଇଁ ୧୫୦ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଥିଲେ । ଯାହାର କାର୍ଯ୍ୟ ଜାରି ରହିଥିବା କୁହାଯାଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କୋଟିଆକୁ ଏକ ଆଦର୍ଶ ପଞ୍ଚାୟତ ଭାବରେ ଗଠନ କରାଯିବ ବୋଲି ଘୋଷଣା କରି ପଞ୍ଚାୟତରେ ଶିକ୍ଷା, ସ୍ୱାସ୍ଥ୍ୟ, ଯୋଗାଯୋଗ, ପିଇବା ପାଣି, ବିଜୁଳି ଆଦିର ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ । ଲୋକଙ୍କୁ ଖାଦ୍ୟ ସୁରକ୍ଷାଠାରୁ ଆରମ୍ଭ କରି ସାମାଜିକ ନିରାପତ୍ତା ଏବଂ ଜୀବନଜୀବିକା ପାଇଁ ପଦକ୍ଷେପ ନିଆଯାଇଥିବା କହିଥିଲେ ।

କୋରାପୁଟ ଅଞ୍ଚଳବାସୀଙ୍କ ସହ ଭାବଗତ ଭାବରେ ଯୋଡିହେବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶା ଆମର ମା । ଓଡ଼ିଆ ଆମର ଭାଷା । ମହାପ୍ରଭୁ ଜଗନ୍ନାଥ ଆମର ବଡ ଠାକୁର । ଜଗନ୍ନାଥ ସଂସ୍କୃତି ଆମର ସଂସ୍କୃତି । କୋରାପୁଟକୁ ଆମେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବୋଲି କହିଥାଉ ।

ସେହିଭଳି ଭାବେ ସ୍ୱାଧୀନତା ସଂଗ୍ରାମରେ କୋରାପୁଟର ଭୁମିକା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରି ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପଦ୍ମିନୀ ଦିଆନ, କୋରାପୁଟ ଓ ପଟାଙ୍ଗୀର ବିଧାୟକଙ୍କ ସମେତ କୋଟିଆ ପଞ୍ଚାୟତର ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନେ ଉପସ୍ଥିତ ରହି ସେମାନଙ୍କ ମତାମତ ରଖିଥିଲେ । କୋରାପୁଟ ଜିଲ୍ଲାପାଳ ସ୍ୱାଗତ ଭାଷଣ ଦେଇଥିଲେ ।

କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ.ପାଣ୍ଡିଆନ୍ ସଂଯୋଜନା କରିଥିଲେ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଏବଂ ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ ମୀନା ପ୍ରମୁଖ ଉପସ୍ଥିତ ଥିଲେ ।

ସୂଚନାଥାଉକି, କୋଟିଆର ୩ ଗାଁ କୁ ଏକ ପ୍ରକାର ନିଜ କବଜାକୁ ନେଇଗଲେଣି ଆନ୍ଧ୍ର ସରକାର । ଆଗାମୀ ପଞ୍ଚାୟତ ନିର୍ବାଚନ ମାନଚିତ୍ରରେ କୋଟିଆର ତଳଗଞ୍ଜେଇପଦର, ଫାଟୁସିନେରୀ ଓ ଫଗୁଣସିନେରୀ ଗାଁ କୁ ସାମିଲ କରି ଆନ୍ଧ୍ର ସରକାର ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଚଳାଇଛନ୍ତି । ଆଜି ସୁଦ୍ଧା ଏହି ତିନୋଟି ଗାଁରୁ ୧୫ ଜଣ ନାମାଙ୍କନପତ୍ର ଦାଖଲ କଲେଣି ।

ଆଶ୍ଚର୍ଯ୍ୟର କଥା, ଆନ୍ଧ୍ରର ଏହି ମାରାତ୍ମକ କାର୍ଯ୍ୟ ସମ୍ପର୍କରେ ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ଗୁଇନ୍ଦା ବିଭାଗ ପର୍ଯ୍ୟନ୍ତ କାହାରି ପାଖରେ ଖବର ନ ରହିବା ରାଜ୍ୟବାସୀଙ୍କ ମଧ୍ୟରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି କରିଛି । ରାଜ୍ୟ ସରକାରଙ୍କ ଉଦାସୀନତାକୁ ବିରୋଧୀ ଦଳ କଟୁ ସମାଲୋଚନା କରୁଥିଲା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଗମ୍ଭୀରତାର ସହ ଗ୍ରହଣ କରି ଗତକାଲି କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ରାତାରାତି ବଦଳି କରିଥିଲେ । ନିଜେ କୋଟିଆ ଅଞ୍ଚଳକୁ ଯାଇ ଲୋକଙ୍କୁ ଭେଟିବେ ବୋଲି ଆଜି ମୁଖ୍ୟମନ୍ତ୍ରୀ ଜଣାଇବା ପରେ ପ୍ରଶାସନ କଳ ତତ୍ପର ହୋଇଛନ୍ତି ।

ଓଡ଼ିଶାବାସୀ ଏକ୍ ହୋଇ ହୋଇ ଉଦ୍ୟମ କରିବା: ଧର୍ମେନ୍ଦ୍ର

କୋଟିଆ ଅଞ୍ଚଳରେ ଆନ୍ଦ୍ର ସରକାରଙ୍କ ନିର୍ବାଚନ କରିବା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରିଛନ୍ତି । ଆନ୍ଧ୍ର ସରକାର କୋଟିଆ ଉପରେ ଅଧିକାର ଜାହିର କରିବା ଆରମ୍ଭ କରିଥିବା ବେଳେ ଦଳ ମତ ନିର୍ବିଶେଷରେ ଆମେ ସମସ୍ତେ ଓଡ଼ିଶାବାସୀ ଏକ ହୋଇ ଏହି ସମସ୍ୟାର ସମାଧାନ ବାହାର କରିବାକୁ ସମୟର ସୁଦୂପଯୋଗ ଜରୁରୀ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

‘କୋଟିଆ ଓ ଅନ୍ୟାନ୍ୟ ସୀମା ବିବାଦ ପ୍ରସଙ୍ଗରେ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲି । କୋଟିଆ ଯାଇ ସ୍ଥାନୀୟ ଲୋକଙ୍କ ସହ ବ୍ୟକ୍ତିଗତ ଭାବରେ ଆଲୋଚନା କରିଥିଲି । ବୋଧହୁଏ କୋଟିଆ ପ୍ରସଙ୍ଗକୁ ଯେତେ ଗୁରୁତ୍ୱର ସହ ନେବା କଥା ଆମେ ତାହା କରିବାରେ ସଫଳ ହୋଇନାହୁଁ । ଏହି ଅଞ୍ଚଳର ବିକାଶ ତଥା ସ୍ଥାନୀୟ ଭଉଣୀମାନଙ୍କୁ ଭାବଗତ ଭାବରେ ଯୋଡି ରଖିବାକୁ ଯେତିକି ଗୁରୁତ୍ୱ ଦେବା କଥା ଦେଇନାହୁଁ । କୋଟିଆ ଓ ଆନ୍ଧ୍ର ବିବାଦର ସ୍ଥାୟୀ ସମାଧାନ ହେବା ଜରୁରୀ ।’

Previous Post

ରେଳ ବଜେଟ୍ ରେ ଓଡ଼ିଶାକୁ ୬୯୯୫ କୋଟି

Next Post

ଦେଇଛୁ ୧୪୦ ହଜାର କୋଟି, ପାଇଛୁ ୧୪ ହଜାର କୋଟି

Next Post
ଦେଇଛୁ ୧୪୦ ହଜାର କୋଟି, ପାଇଛୁ ୧୪ ହଜାର କୋଟି

ଦେଇଛୁ ୧୪୦ ହଜାର କୋଟି, ପାଇଛୁ ୧୪ ହଜାର କୋଟି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA