ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମଧ୍ୟାହ୍ନରେ ଦିଲ୍ଲୀ ଯାଇଛନ୍ତି । ଅପରାହ୍ନରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଆଜାଦୀ କି ଅମୃତ ମହୋତ୍ସବ ଜାତୀୟ କମିଟି ବୈଠକରେ ଯୋଗଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଗୃହମନ୍ତ୍ରୀ ଅମିତ୍ ଶାହା ଉପସ୍ଥିତ ଥିଲେ । ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳମାନେ ବୈଠକରେ ଯୋଗଦେଇଥିଲେ । ଓଡ଼ିଶାର ପ୍ରସ୍ତୁତି ନେଇ ବୈଠକରେ ବ୍ଲୁ ପ୍ରିଣ୍ଟ ରଖିଥିଲେ ମୁଖ୍ୟମନ୍ତ୍ରୀ । ଏଥିସହ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶା ଓ ନେତାଜୀଙ୍କ ଅବଦାନକୁ ସ୍ମରଣ କରିଥିଲେ । ଆସନ୍ତାକାଲି ନୀତି ଆୟୋଗ ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗଦେବେ । ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଓ ଅନ୍ୟାନ୍ୟ ଦାବି ଉଠାଇବେ ବୋଲି ଦିଲ୍ଲୀରେ ସାମ୍ବାଦିକମାନଙ୍କୁ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ସୋମବାର ଦିନ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିବେ ।