Friday, April 24, 2026 11:45 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କାଲି ପଦ୍ମପୁରରେ ନବୀନ ସୋ’

by Our Correspondent
01 Dec, 2022- 09:28 PM
in Latest News, News, Politics
1 min read
0
କାଲି ପଦ୍ମପୁରରେ ନବୀନ ସୋ’
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ପଦ୍ମପୁର ପ୍ରଚାର ମଇଦାନକୁ ଓହ୍ଲାଉଛନ୍ତି । ଦଳୀୟ ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ସେ ଭୋଟ ମାଗିବେ । ନିର୍ବାଚନମଣ୍ଡଳୀର ତିନୋଟି ଯାକ ବ୍ଲକ୍ ରେ ତିନୋଟି ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେବେ । ଦିନ ୧୧ଟା ୨୫ ମିନିଟ୍ ରେ ପ୍ରଥମେ ଝାରବନ୍ଧ, ୧୨ଟା ୩୦ ମିନିଟ୍ ରେ ପାଇକମାଳ ହାଇସ୍କୁଲ ପଡ଼ିଆ ଏବଂ ଅପରାହ୍ନ ୩ଟା ୩୦ ମିନିଟ୍ ରେ ପଦ୍ମପୁର ହାଇସ୍କୁଲ ପଡ଼ିଆରେ ମୁଖ୍ୟମନ୍ତ୍ରୀ ଜନସଭାକୁ ସମ୍ବୋଧିତ କରିବେ ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲଗାତର ତିନିଦିନ ଧରି ପଦ୍ମପୁରରେ ପ୍ରଚାର କରିଛନ୍ତି । ଶେଷ ଦିନରେ ବି ସେ ପ୍ରଚାର କରିବେ । ସବୁ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ସିଧାସଳଖ ଟାର୍ଗେଟ୍ କରିଛନ୍ତି । ୨୨ ବର୍ଷ ଶାସନର ହିସାବ ମାଗିଛନ୍ତି । ମୋଟାମୋଟି ଭାବେ ଦଳୀୟ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ଜିତାଇବା ପାଇଁ ଆପ୍ରାଣ ଚେଷ୍ଟା ଚଳାଇଛନ୍ତି । ଏହି ଉପନିର୍ବାଚନ ଫଳାଫଳ ଓଡ଼ିଶାରେ ତାଙ୍କ ଭବିଷ୍ୟତ ନିର୍ଣ୍ଣୟ କରିବାକୁ ଥିବାରୁ ସେ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି ।
ତାଙ୍କ ଦଳର ସାଂସଦ ଜୁଏଲ୍ ଓରାମ୍ ଆଜି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ବ୍ୟକ୍ତିଗତ ଟାର୍ଗେଟ୍ କରି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ଝାରବନ୍ଧ ବ୍ଲକ୍ ରେ ଏକ ନିର୍ବାଚନୀ ସଭାରେ ଭାଷଣ ଦେଇ ସେ କହିଛନ୍ତି, ବରିହାର ଝିଅ ହେଲେ ବି ସେ ବଳିୟାରସିଂହର ବୋହୂ । ଆମେ ତାଙ୍କୁ ବର୍ଷା ବରିହା କହିବା ଠିକ୍ ନୁହେଁ । ସେ ହେଉଛନ୍ତି ବର୍ଷା ବଳିୟାରସିଂହ । ଆମ ଜାତିର ନୁହଁନ୍ତି । ତାଙ୍କ ବାହାଘରରେ ଆମେ ଭୋଜି ଖାଇନୁ । ବରିହା ଭୋଜି ଦେଇନି କି ବଳିୟାରସିଂହ ବି ଦେଇନି । ଯିଏ ଜାତିର ନୁହେଁ, ସେ ପାର୍ଟିର ନୁହେଁ; ଯିଏ ପାର୍ଟିର ନୁହେଁ, ସେ ମାଟିର ନୁହେଁ ବୋଲି ଟିପ୍ପଣୀ ଦେଇଛନ୍ତି ଜୁଏଲ୍ । ଖାଲି ସେତିକି ନୁହେଁ, ପ୍ରଚାର ବେଳେ ବର୍ଷା କାନ୍ଦିବା ନେଇ ବି ସେ କଟାକ୍ଷ କରିଛନ୍ତି । ଝିଅ ବିଦା ହେଲା ବେଳେ କାନ୍ଦେ, ସେ ବିଦା ହୋଇଛନ୍ତି ତେଣୁ କାନ୍ଦୁଛନ୍ତି ବୋଲି ଜୁଏଲ୍ କହିଛନ୍ତି ।
ବର୍ଷାଙ୍କ ପ୍ରତି ଜୁଏଲ୍ ଙ୍କ ଏହି ମନ୍ତବ୍ୟ ପଦ୍ମପୁର ରାଜନୀତିରେ ନିଆଁ ଲଗାଇ ଦେଇଛି । ଏହାପୂର୍ବରୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ବର୍ଷାଙ୍କ ଉପରେ ଅନୁରୂପ ମନ୍ତବ୍ୟ ଦେଇଥିଲେ । ଭୋଟ ପାଇଁ ବିଜେପି ନେତାମାନେ ଶାଳୀନତା ଭୁଲି ଯାଇଛନ୍ତି ଏବଂ ଜଣେ ମହିଳାଙ୍କୁ ଅସମ୍ମାନ କରି ଅଭଦ୍ରାମୀର ସୀମା ଟପିଯାଇଛନ୍ତି ବୋଲି ବିଜେଡି ନେତା ପ୍ରତିକ୍ରିୟା ଦେଇଛନ୍ତି । ଜୁଏଲ୍ ଙ୍କ ମନ୍ତବ୍ୟକୁ କଂଗ୍ରେସ ବି ନାପସନ୍ଦ କରିଛି ।

ଏହାପୂର୍ବରୁ ଆଜି ସକାଳେ ବର୍ଷାଙ୍କର ଏକ ଭିଡ଼ିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଏଥିରେ କୋହଭରା କଣ୍ଠରେ ବର୍ଷା କହିଛନ୍ତି- ମୁଁ ପଦ୍ମପୁରରେ ଜନ୍ମ ହୋଇଛି, ଏଠାରେ ପାଠ ପଢ଼ିଛି । କିନ୍ତୁ ମୋ ବାହାଘରକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେବା ମୋତେ ଆଘାତ ଦେଇଛି । ପୂର୍ବରୁ ଏ ବାବଦରେ ଚର୍ଚ୍ଚା ହେଉ ନ ଥିଲା । ମାତ୍ର ମୁଁ ପ୍ରାର୍ଥୀ ଭାବେ ଘୋଷଣା ହେବା ପରଠୁ ଏପରି ଅପପ୍ରଚାର କରାଯାଉଛି । ଏହା ମୋ ନାରୀତ୍ୱକୁ ଅପମାନ ପହଞ୍ଚାଉଛି । ମୋତେ ବହୁତ କଷ୍ଟ ଦେଉଛି ।
ବର୍ଷା କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିହାର ଓ ମଧ୍ୟପ୍ରଦେଶରୁ ସାଂସଦ ହୋଇଛନ୍ତି । ମାତ୍ର ଓଡ଼ିଶାରୁ ରାଜନୀତି କରୁଛନ୍ତି । ପଦ୍ମପୁର ମୋ ନିଜ ମାଟି । ମୁଁ ଏଠାରୁ ରାଜନୀତି କରିପାରିବିନି କି? ମୋ ଜନ୍ମମାଟିଠୁ ଅଲଗା କରିବା ପାଇଁ ସେମାନେ ଗୋଟେ ହୀନ ରାଜନୀତି କରୁଛନ୍ତି । ଯେଉଁମାନେ ମୋତେ ଅପବାଦ କରୁଛନ୍ତି ସେମାନେ ମା’ ମାନଙ୍କୁ କିପରି ସମ୍ମାନ ଦିଆଯାଏ ମୁଖ୍ୟମନ୍ତ୍ରୀଙ୍କଠୁ ଶିଖିବା ଦରକାର ।
ଶେଷର ବର୍ଷା କହିଛନ୍ତି, ଯାହା ଯିଏ କହିବାର କୁହ, ମୁଁ କିନ୍ତୁ ପଦ୍ମପୁରରେ ଅଛି । ପଦ୍ମପୁର ଲୋକମାନଙ୍କ ସହ ସବୁବେଳେ ଠିଆ ହୋଇଥିବି । ପଦ୍ମପୁରର ସେବା କରୁଥିବି ।

ବିଜେପିରେ ମିଶିଲେ ସଞ୍ଜୟ ଭୋଇ: ବରଗଡ଼ର ପୂର୍ବତନ ସାଂସଦ ସଞ୍ଜୟ ଭୋଇ ଆଜି କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି । ପଦ୍ମପୁରରେ ଏକ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ସମୀର ମହାନ୍ତି, କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ସାଂସଦ ସୁରେଶ ପୂଜାରୀ, ପୂର୍ବତନ ମନ୍ତ୍ରୀ କେ ଭି ସିଂହଦେଓଙ୍କ ଉପସ୍ଥିତିରେ ସେ ଦଳରେ ମିଶିଥିଲେ । ୨୦୦୯ ରେ ସଞ୍ଜୟ ବରଗଡ଼ ଆସନରୁ ନିର୍ବାଚିତ ହୋଇଥିଲେ । ଭେଟେରାନ୍ କଂଗ୍ରେସ ନେତା ଡକ୍ଟର କୃପାସିନ୍ଧୁ ଭୋଇଙ୍କ ସେ ପୁଅ । କୁଲତା ସମାଜ ଏବଂ ପାଇକମାଳରେ କଂଗ୍ରେସ ଭୋଟକୁ ହାତେଇବା ପାଇଁ ବିଜେପି ତାଙ୍କୁ ଦଳକୁ ଆଣିଥିବା ଚର୍ଚ୍ଚା ହେଉଛି ।
Previous Post

ଆରମ୍ଭ ହେଲା ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍

Next Post

ନନ୍ଦିଘୋଷ ଟିଭି ସାମ୍ବାଦିକଙ୍କୁ ଆକ୍ରମଣ

Next Post
ନନ୍ଦିଘୋଷ ଟିଭି ସାମ୍ବାଦିକଙ୍କୁ ଆକ୍ରମଣ

ନନ୍ଦିଘୋଷ ଟିଭି ସାମ୍ବାଦିକଙ୍କୁ ଆକ୍ରମଣ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA