Tuesday, June 23, 2026 09:07 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଭରତପୁର ମାମଲା: ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ

୨୪ ତାରିଖ ହରତାଳ ପ୍ରତ୍ୟାହାର କଲା ବିଜେଡି

by Our Correspondent
23 Sep, 2024- 12:47 PM
in Latest News, News
1 min read
0
ଭରତପୁର ମାମଲା: ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ

-ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପୀଡ଼ିତ, ପୀଡ଼ିତା, ସେନା ଭେଟେରାନ୍
-ଜନସ୍ୱାର୍ଥ ମାମଲା, ତଦନ୍ତ ଅଗ୍ରଗତି ଅନୁଧ୍ୟାନ ପାଇଁ ମନା କଲେ ହାଇକୋର୍ଟ
-ଗଣମାଧ୍ୟମରେ ପୀଡ଼ିତ, ପୀଡ଼ିତାଙ୍କ ନାଁ ପ୍ରକାଶ ଉପରେ ବାରଣ

ଭୁବନେଶ୍ୱର: ଭରତପୁର ଥାନା ଘଟଣାର ବିଚାର ବିଭାଗୀୟ ତଦନ୍ତ ହେବ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଚିତ୍ତରଞ୍ଜନ ଦାଶ ଏହାର ତଦନ୍ତ କରିବେ । ୬୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି । ଏଥିସହ ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ତଦାରଖରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ତ୍ୱରାନ୍ୱିତ କରିବା ପାଇଁ ହାଇକୋର୍ଟଙ୍କୁ ଅନୁରୋଧ କରାଯାଇଛି ।

ଗତକାଲି ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶ ପରେ ଆଜି ସକାଳେ ଗୃହ ବିଭାଗ ପକ୍ଷରୁ ଏହାର ବିଜ୍ଞପ୍ତି ପ୍ରକାଶ ପାଇଛି ।

ସଂପୃକ୍ତ ଯୁବତୀ, ସେନା ଅଧିକାରୀ, ପୁଲିସଙ୍କୁ ଦୁର୍ବ୍ୟବହାର ଓ ମାଡ଼ ଅଭିଯୋଗର ତଦନ୍ତ ହେବ । ଭରତପୁର ଥାନା, କ୍ରାଇମବ୍ରାଞ୍ଚ ଓ ଚନ୍ଦକା ଥାନାରେ ହୋଇଥିବା ମାମଲାର ସମସ୍ତ ଅଭିଯୋଗ ବିଚାରକୁ ନେଇ ତଦନ୍ତ ହେବ । ବ୍ୟକ୍ତିବିଶେଷ, ଗୋଷ୍ଠୀ, କର୍ତ୍ତୃପକ୍ଷଙ୍କ ଦାୟିତ୍ୱବୋଧ ତଦନ୍ତ ପରିସରଭୁକ୍ତ ହେବେ । ଯଦି ଏହି ଘଟଣା ସହ ଆଉ କିଛି ଜଡ଼ିତ ଥାଏ କମିସନ ତଦନ୍ତ କରିପାରିବେ । ଭବିଷ୍ୟତରେ ଯେପରି ଘଟଣାର ପୁନରାବୃତ୍ତି ନ ହେବ କମିସନ ପରାମର୍ଶ ଦେବେ । ଏଥିସହ ମହିଳାଙ୍କ ନିରାପତ୍ତା ଓ ସୁରକ୍ଷା ନେଇ ମଧ୍ୟ ପରାମର୍ଶ ଲୋଡ଼ାଯାଇଛି । କମିସନଙ୍କ କାର୍ଯ୍ୟାଳୟ ଭୁବନେଶ୍ୱରରେ ରହିବ । ଯଦି କମିସନ ଆବଶ୍ୟକ ମଣିବେ ଅନ୍ୟ ସ୍ଥାନକୁ ଯାଇ ତଦନ୍ତ କରିପାରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।

ଗତକାଲି କେନ୍ଦୁଝର ଗସ୍ତରୁ ଫେରିଲା ପରେ ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ଭରତପୁର ମାମଲାକୁ ନେଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଥିଲେ । ବୈଠକରେ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ, ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୁଲିସ ଡିଜି ୱାଇ. ଭି. ଖୁରାନିଆ ପ୍ରମୁଖ ଉପସ୍ଥିତ ଥିଲେ । ଏହି ବୈଠକରେ ଭରତପୁର ମାମଲାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିଷ୍ପତ୍ତି ହୋଇଥିଲା ।

ଭରତପୁର ମାମଲାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ପରିପ୍ରେକ୍ଷୀରେ ବିଜେଡି ପକ୍ଷରୁ ଡାକରା ଦିଆଯାଇଥିବା ମଙ୍ଗଳବାରର ଭୁବନେଶ୍ୱର ବନ୍ଦ ଡାକରାକୁ ପ୍ରତ୍ୟାହାର କରାଯାଇଛି । ଆଜି ଶଙ୍ଖ ଭବନଠାରେ ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ନିଷ୍ପତ୍ତି ଘୋଷଣା କରାଯାଇଛି । ସୂଚନାଥାଉକି, ମାମଲାର ବିଚାରବିଭାଗୀୟ ତଦନ୍ତ ପାଇଁ ବିଜେଡି ସଭାପତି ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ପୂର୍ବରୁ ଦାବି କରିଥିଲେ ।

ଅବସରପ୍ରାପ୍ତ ସେନା ଅଧିକାରୀ ସଂଘ ମଧ୍ୟ ସରକାରଙ୍କ ପଦକ୍ଷେପକୁ ସ୍ୱାଗତ କରିଛନ୍ତି । ପୀଡ଼ିତ କ୍ୟାପଟେନ୍, ପୀଡ଼ିତା, ତାଙ୍କ ବାପାଙ୍କ ସମେତ ଅନ୍ୟ ସେନା ଭେଟେରାନ୍ ମାନେ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଭେଟି ଧନ୍ୟବାଦ ଦେଇଥିଲେ । ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ, ରାଜସ୍ୱମନ୍ତ୍ରୀ ଶ୍ରୀ ପୂଜାରୀ, ଆଇନମନ୍ତ୍ରୀ ଶ୍ରୀ ହରିଚନ୍ଦନ ବୈଠକରେ ଉପସ୍ଥିତ ଥିଲେ ।

ଇତିମଧ୍ୟରେ ପୀଡ଼ିତାଙ୍କ ଚରିତ୍ର ସଂହାର ଉଦ୍ୟମକୁ ସବୁଆଡୁ ବିରୋଧ କରାଯାଇଛି । ଘଟଣାର ଏକପାଖିଆ କିଛି ଫୁଟେଜ୍ ଭାଇରାଲ୍ କରାଯାଉଥିବାରୁ ଏହା ଉପରେ କଟକଣା ଜାରି କରିବାକୁ ଦାବି ହୋଇଛି । ସେନା ଭେଟେରାନ୍ ମାନେ ମଧ୍ୟ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ତେବେ ପୀଡ଼ିତାଙ୍କ ଚରିତ୍ର ଖନନ ଭଳି ଭିଡିଓ ଭାଇରାଲ୍ କରୁଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇନମନ୍ତ୍ରୀ କହିଛନ୍ତି ।

ଅନ୍ୟପକ୍ଷରେ ଏକ ଜନସ୍ୱାର୍ଥ ମାମଲାର ଶୁଣାଣୀ କରି ଆଜି ହାଇକୋର୍ଟ ଭରତପୁର ମାମଲାର ତଦନ୍ତ ଅଗ୍ରଗତି ଅନୁଧ୍ୟାନ ପାଇଁ ମନା କରିଦେଇଛନ୍ତି । ତେବେ ଉଭୟ ପୀଡ଼ିତ(ସେନା କ୍ୟାପଟେନ୍) ଓ ପୀଡ଼ିତା(ବାନ୍ଧବୀ)ଙ୍କ ନାଁ ପ୍ରକାଶକୁ ବାରଣ କରିଛନ୍ତି ହାଇକୋର୍ଟ । ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମରେ ସେମାନଙ୍କ ନାଁ ପ୍ରକାଶ ନ କରିବାକୁ ହାଇକୋର୍ଟ କହିଛନ୍ତି । ଏଥିସହ ସମସ୍ତ ଥାନାରେ ସିସିଟିଭି ଅଛି ନା ନାହିଁ ତାହା ଜଣାଇବାକୁ ପୁଲିସ ଆଧୁନିକୀକରଣ ଏଡିଜିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ନାହିଁ କେବେ ସୁଦ୍ଧା ସବୁ ଥାନାରେ ସିସିଟିଭି ଲଗାଯିବ ତାହାର ତଥ୍ୟ ମାଗିଛନ୍ତି ହାଇକୋର୍ଟ ।

ଭରତପୁର ଘଟଣାର ବିଚାର ବିଭାଗୀୟ କମିସନ ଅଧ୍ୟକ୍ଷ ନିଯୁକ୍ତି ପରେ ଜଷ୍ଟିସ୍ ଚିତ୍ତରଞ୍ଜନ ଦାଶ ସପ୍ତାହକ ଭିତରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଗଣମାଧ୍ୟମକୁ କହିଛନ୍ତି । ଅଫିସ, ଷ୍ଟେନୋଗ୍ରାଫ ମିଳିବାର ୭ ଦିନ ଭିତରେ ତଦନ୍ତ ହେବ ବୋଲି କହିଛନ୍ତି ।

Previous Post

ଓଡ଼ିଶାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗକୁ ସମ୍ମାନଜନକ ‘ସ୍କଚ୍‌ ଆୱାର୍ଡ଼’

Next Post

ବିଜୁ ପଟ୍ଟନାୟକ କଲେଜରେ ଅଚଳାବସ୍ଥା

Next Post
ବିଜୁ ପଟ୍ଟନାୟକ କଲେଜରେ ଅଚଳାବସ୍ଥା

ବିଜୁ ପଟ୍ଟନାୟକ କଲେଜରେ ଅଚଳାବସ୍ଥା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA