Sunday, August 2, 2026 08:27 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଗଞ୍ଜାମ ପାଇଁ ୨୦୦୦ କୋଟିର ବିଭିନ୍ନ ପ୍ରକଳ୍ପ

ଛତ୍ରପୁର, ହିଞ୍ଜିଳି, କବିସୂର୍ଯ୍ୟନଗର ଗସ୍ତରେ ମୁଖ୍ୟମନ୍ତ୍ରୀ

by Our Correspondent
26 Mar, 2023- 05:37 PM
in Latest News, News
1 min read
0
ଗଞ୍ଜାମ ପାଇଁ ୨୦୦୦ କୋଟିର ବିଭିନ୍ନ ପ୍ରକଳ୍ପ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଜିଲ୍ଲାରେ ମାରାଥନ୍ ଗସ୍ତ କରିଥିଲେ । ଛତ୍ରପୁର, ହିଞ୍ଜିଳି ଓ କବିସୂର୍ଯ୍ୟନଗରରେ ସାଧାରଣ ସଭାରେ ଯୋଗଦେଇ ୨୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ସେଥିମଧ୍ୟରେ ଛତ୍ରପୁରରେ ୧୦୦୦ କୋଟି, ହିଞ୍ଜିଳିରେ ୫୯୦ କୋଟି ଏବଂ କବିସୂର୍ଯ୍ୟନଗରରେ ୩୧୬ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ରହିଛି ।

ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ପ୍ରାୟ ୨୦ ହଜାର ଲୋକଙ୍କୁ ଗ୍ରାମ କଣ୍ଠ ଜମି ପଟ୍ଟା ମଧ୍ୟ ପ୍ରଦାନ କରିଥିଲେ । ଛତ୍ରପୁରରେ ୩୫୦୦ ପଟ୍ଟା, ହିଞ୍ଜିଳିରେ ୪୫୦୦ ପଟ୍ଟା ଓ କବିସୂର୍ଯ୍ୟନଗରରେ ୧୧ ହଜାରରୁ ଅଧିକ ପଟ୍ଟା ଦିଆଯାଇଥିଲା ।

ଏହିସବୁ ସ୍ଥାନରେ ଅନୁଷ୍ଠିତ ଜନସଭାକୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାକୁ ଦେଶର ଏକ ନମ୍ବର ଜିଲ୍ଲା କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ୫-ଟି ସ୍କୁଲ ରୂପାନ୍ତର ରାଜ୍ୟ ସରକାରଙ୍କ ସଫଳତାରେ ଦୁଇଟି ମାଇଲ୍ ଖୁଣ୍ଟ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲାର ୫୦ ହଜାର ଲୋକ ଚିକିତ୍ସା ସୁବିଧା ପାଇଛନ୍ତି । ଏଥିପାଇଁ ରାଜ୍ୟ ସରକାର ୧୯୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି । ସେହିପରି ୫-ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ୬୩୦ଟି ହାଇସ୍କୁଲ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୪୭୧ଟି ସ୍କୁଲର ରୂପାନ୍ତର ସରିଛି ଓ ଆସନ୍ତା ଡିସେମ୍ବର ସୁଦ୍ଧା ଜିଲ୍ଲାର ସବୁ ସ୍କୁଲ ରୂପାନ୍ତରିତ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । 

ମିଶନ ଶକ୍ତି ର ମା ମାନଙ୍କର ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମା ମାନେ ବହୁତ ଭଲ କାମ କରୁଛନ୍ତି ଏବଂ ରାଜ୍ୟ ସରକାର ସେମାନଙ୍କୁ ସବୁ ସହଯୋଗ ଯୋଗାଇ ଦେଉଛନ୍ତି।

ମା ମାନେ ଉଦ୍ୟୋଗୀ ହୁଅନ୍ତୁ ବୋଲି ସେ ଚାହାନ୍ତି ବୋଲି ପ୍ରକାଶ କରି ରାଜ୍ୟର ଏସଏସଜି ଗୁଡ଼ିକ ଏସଏମଇ ହେବା ପାଇଁ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି ବୋଲି କହିଥିଲେ। ମା ମାନଙ୍କୁ ପାଞ୍ଚ ଲକ୍ଷ ପର୍ଯ୍ୟନ୍ତ ଋଣ ବିନା ସୁଧରେ ଦିଆ ଯାଉଛି ବୋଲି ସେ କହିଥିଲେ।

ମୁଖ୍ୟମନ୍ତ୍ରୀ ଆଜି ଗଞ୍ଜାମରେ ମିଶନ ଶକ୍ତି ମା ମାନଙ୍କୁ ୬୧୪ କୋଟି ଟଙ୍କାର ଋଣ ଦେଇଥିଲେ। ଛତ୍ରପୁର ରେ ୧୮୦ କୋଟି, ହିଞ୍ଜିଳିରେ ୧୫୪ କୋଟି ଓ କବିସୂର୍ଯ୍ୟନଗରରେ ୨୮୦ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଥିଲା। ମା ମାନଙ୍କର ଉନ୍ନତି ହେଲେ ଦେଶର ଉନ୍ନତି ହେବ ବୋଲି ମୁଖ୍ୟମନ୍ତ୍ରୀ କହଥିଲେ।

ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ଗଞ୍ଜାମର ଆରାଧ୍ୟ ଦେବୀ ତାରା ତାରିଣୀଙ୍କୁ ସ୍ମରଣ କରି ବିଶିଷ୍ଟ ସାହିତ୍ୟ ସାଧକ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ବଳଦେବ ରଥଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ, ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ସଂସାଦ ଚନ୍ଦ୍ରଶେଖର ସାହୁ ,ସଂସାଦ ପ୍ରମିଳା ବିଶୋଇ , ଜିଲ୍ଲାର ବିଧାୟକ ଗଣ ,ଓ ଜିଲା ପରିଷଦ ସଭାପତି ପ୍ରମୂଖ ଉପସ୍ଥିତ ଥିଲେ।

Previous Post

ନୂଆବର୍ଷରେ ରୂପାନ୍ତରିତ ଚଣ୍ଡୀମନ୍ଦିର ଲୋକାର୍ପଣ, ଜୁନ୍ ୧୫ ସୁଦ୍ଧା ନେତାଜୀ ବସ ଟର୍ମିନାଲ୍

Next Post

ଜୋସ୍ ଭରିଲେ ମନମୋହନ

Next Post
ଜୋସ୍ ଭରିଲେ ମନମୋହନ

ଜୋସ୍ ଭରିଲେ ମନମୋହନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA