Saturday, April 25, 2026 09:48 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଜୋସ୍ ଭରିଲେ ମନମୋହନ

ରାଜ୍ୟ କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା ସଭା

by Our Correspondent
26 Mar, 2023- 11:12 PM
in Latest News, News, Politics
1 min read
0
ଜୋସ୍ ଭରିଲେ ମନମୋହନ

ଭୁବନେଶ୍ୱର: ମନମୋହନ ସାମଲ ରାଜ୍ୟ ବିଜେପିର ସଭାପତି ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ତାଙ୍କୁ ଦଳୀୟ ନେତା ଓ କର୍ମୀଙ୍କ ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏଥିପାଇଁ ଉପସ୍ଥିତ ନେତା ଓ କର୍ମୀମାନଙ୍କ ମଧ୍ୟରେ ପ୍ରବଳ ଜୋସ୍ ଦେଖିବାକୁ ମିଳିଥିଲା । ନୂଆ ସଭାପତି ତାଙ୍କ ଭାଷଣରେ ସମସ୍ତେ ଏକାଠି ହୋଇ ବିଜେଡି ବିରୋଧରେ ଲଢ଼େଇ କରିବାକୁ ଆହ୍ୱାନ ଦେଇଛନ୍ତି । ଶୋଇବୁନୁ କି ଶୁଆଇ ଦେବୁନୁ ବୋଲି ନୂଆ ସଭାପତି ନବୀନ ପଟ୍ଟନାୟକଙ୍କୁ ଚାଲେଂଜ ଦେଇଛନ୍ତି ।

ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ମନମୋହନଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା । ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ଏବଂ ସହପ୍ରଭାରୀଙ୍କ ସହ ବିଦାୟୀ ସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ୍ ପାତ୍ର, ସମସ୍ତ ସାଂସଦ ଏବଂ ବିଧାୟକ ଉପସ୍ଥିତ ଥିଲେ । ମନମୋହନଙ୍କ ନେତୃତ୍ୱରେ ନବୀନ ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ସମସ୍ତେ ରଣହୁଙ୍କାର ଦେଇଥିଲେ ।

ସମ୍ବର୍ଦ୍ଧନାର ଉତ୍ତରରେ ମନମୋହନ ଦଳୀୟ ନେତା ଓ କର୍ମୀଙ୍କୁ ବିଜୟର ମନ୍ତ୍ର ଦେଇଥିଲେ । ସେ କହିଥିଲେ, ସମସ୍ତେ ମିଳିମିଶି ଲଢ଼ିବା । ୨୦୦୦ରେ କଂଗ୍ରେସ ହଟାଇବା ଶପଥ ନେଇଥିଲେ, ଏବେ ବିଜେଡି ହଟାଇବା । ମୁଁ ରାତିରାତି, ଦିନ ଦିନ ବସିବି । ଯାହା ସମସ୍ୟା ଅଛି ଦୂର କରିବି । ବିଜେଡିକୁ ଗାଦିଚ୍ୟୁତ କରିବା ପାଇଁ ସମସ୍ତେ ଏକାଠି କାମ କରିବା ।

ନେତା ଓ କର୍ମୀମାନଙ୍କୁ ଆହ୍ୱାନ ଦେଇ ମନମୋହନ କହିଥିଲେ, ନିର୍ବାଚନ ପର୍ଯ୍ୟନ୍ତ ପରିବାରକୁ ଦାୟିତ୍ୱ ଦେଇ ଘରଦ୍ୱାର ଛାଡ଼ନ୍ତୁ । ନିର୍ବାଚନ ସରିଲେ ଫେରିବା । ନିଜ ଭିତରେ ଯେଉଁ ଶକ୍ତି ଅଛି ବିଜେଡି ବିରୋଧରେ ଲଗାଇବା । ସାଧାରଣ ଲୋକ ଏଥର ନିର୍ବାଚନ ଲଢ଼ିବେ । ଐତିହାସିକ ନିର୍ବାଚନ ହେବ । ଆଜିଠୁ ଶୋଇବାନି କି କାହାକୁ ଶୋଇବାକୁ ଦେବା ନାହିଁ ।

ଭୁବନେଶ୍ୱରର ରାଜ୍ୟ ବିଜେପି କାର୍ଯ୍ୟାଳୟ ଅଭିମୁଖେ ଆଜି ମନମୋହନ ଭଦ୍ରକରୁ ଆସିବା ବାଟରେ ତାଙ୍କୁ ବିଭିନ୍ନ ସ୍ଥାନରେ ଦଳୀୟ ନେତା ଓ କର୍ମୀମାନେ ସମ୍ବର୍ଦ୍ଧନା ଜଣାଇଥିଲେ । ଭୁବନେଶ୍ୱରରେ ତାଙ୍କୁ ସମ୍ବର୍ଦ୍ଧନା ଏବଂ ବକ୍ତବ୍ୟ ଦଳୀୟ ମାହୋଲକୁ ଚଳଚଞ୍ଚଳ କରିଛି । ସଭା ପରେ ଦଳୀୟ କାର୍ଯ୍ୟାଳୟରେ ନୂଆ ସଭାପତି ଦାୟିତ୍ୱ ଗ୍ରହଣ କରିବା ସହ ଦଳର ବରିଷ୍ଠ ନେତାମାନଙ୍କ ସହ ବିଚାର ବିମର୍ଷ କରିଥିଲେ । ସାମଗ୍ରିକ ଭାବେ ମନମୋହନଙ୍କୁ ନେଇ ଦଳୀୟ ଶିବିରରେ ଉତ୍ସୁକତା ଦେଖିବାକୁ ମିଳିଛି ।

ମନମୋହନଙ୍କୁ ରାଜ୍ୟ ବିଜେପିର ମଙ୍ଗୁଆଳ ଦାୟିତ୍ୱ ମିଳିବା ପରେ ଦଳୀୟ ରାଜନୀତିରେ ମଧ୍ୟ ଭିନ୍ନ ଅଧ୍ୟାୟ ଦେଖିବାକୁ ମିଳିଛି । ଦୀର୍ଘ ପ୍ରାୟ ଏକ ଦଶନ୍ଧୀ ଧରି ରାଜ୍ୟ ବିଜେପିକୁ ଧର୍ମେନ୍ଦ୍ର ପ୍ରଧାନ ନିୟନ୍ତ୍ରଣ କରୁଥିଲା ବେଳେ ଏବେ ସେଥିରେ ଭିନ୍ନତା ସୃଷ୍ଟି ହୋଇଛି । ଆଜି ମନମୋହନଙ୍କ ପାଇଁ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଧର୍ମେନ୍ଦ୍ର ଉପସ୍ଥିତ ନ ଥିଲେ । ତେବେ ଦଳର ସବୁ ବରିଷ୍ଠ ନେତା ଉପସ୍ଥିତ ଥିଲେ ଏବଂ ସମସ୍ତଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଥିଲା ।

ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମନମୋହନ ତାଙ୍କ ଭାଷଣରେ ଧର୍ମେନ୍ଦ୍ରଙ୍କ ନାଁ ନେଇ ପ୍ରଂଶସା କରିଥିଲେ ମଧ୍ୟ ଅନ୍ୟ କାହାରି ମୁହଁରୁ ତାଙ୍କ ନାଁ ଶୁଣିବାକୁ ମିଳି ନ ଥିଲା । ଲାଗୁଥିଲା, ରାଜ୍ୟର ପରିବର୍ତ୍ତିତ ଦଳୀୟ ରାଜନୀତିରେ ଧର୍ମେନ୍ଦ୍ର ସତେ ଯେମିତି ଗୁରୁତ୍ୱ ହରାଇଛନ୍ତି । ବୈଜୟନ୍ତ ପଣ୍ଡା ଏବଂ ଅପରାଜିତା ଷଡ଼ଙ୍ଗୀଙ୍କ ଭାଷଣରୁ ଏହାର ସଙ୍କେତ ମଧ୍ୟ ମିଳିଥିଲା । ଏହାକୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଥିଲେ ମଧ୍ୟ ଏଥିରେ କେତେ ସତ୍ୟତା ଅଛି ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।

 

Previous Post

ଗଞ୍ଜାମ ପାଇଁ ୨୦୦୦ କୋଟିର ବିଭିନ୍ନ ପ୍ରକଳ୍ପ

Next Post

ବବିଙ୍କ ଦାୟିତ୍ୱରେ ଢ଼େଙ୍କାନାଳ ଓ ସମ୍ବଲପୁର ଲୋକସଭା କ୍ଷେତ୍ର

Next Post
ବବିଙ୍କ ଦାୟିତ୍ୱରେ ଢ଼େଙ୍କାନାଳ ଓ ସମ୍ବଲପୁର ଲୋକସଭା କ୍ଷେତ୍ର

ବବିଙ୍କ ଦାୟିତ୍ୱରେ ଢ଼େଙ୍କାନାଳ ଓ ସମ୍ବଲପୁର ଲୋକସଭା କ୍ଷେତ୍ର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA