ଭୁୁବନେଶ୍ୱର: ବିଜେଡିର ନୂଆ ଜିଲ୍ଲା-ପର୍ଯ୍ୟବେକ୍ଷକ ତାଲିକା ପ୍ରକାଶ ପାଇଛି । ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମାନଙ୍କୁ ନିଯୁକ୍ତି ଦେଇଛନ୍ତି । ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ(ବବି) ଦାସଙ୍କୁ ସର୍ବାଧିକ ୪ ଟି ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଛି । ସେହି ଜିଲ୍ଲାଗୁଡ଼ିକ ହେଲା ଢ଼େଙ୍କାନାଳ, ଅନୁଗୁଳ, କେନ୍ଦୁଝର ଏବଂ ସମ୍ବଲପୁର । ଏହି ହିସାବରେ ଢ଼େଙ୍କାନାଳ ଓ ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ଦଳୀୟ ରଣନୀତି ସମ୍ପୂର୍ଣ୍ଣ ଭାବରେ ତାଙ୍କ ଉପରେ ନ୍ୟସ୍ତ କରାଯାଇଛି ।
ପୂର୍ବଭଳି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଗଜପତି ଓ ରାୟଗଡ଼ା ଜିଲ୍ଲା ଦାୟିତ୍ୱରେ ରହିବେ । ସେହିଭଳି କୋରାପୁଟ ଓ ମାଲକାନଗିରି ଜିଲ୍ଲା ଦାୟିତ୍ୱ ପୂର୍ବଭଳି ଦିବ୍ୟଶଙ୍କର ମିଶ୍ର ବୁଝିବେ । ତେବେ ନୂଆ ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକାରୁ ମନ୍ତ୍ରୀ ଉଷା ଦେବୀ, ଟୁକୁନି ସାହୁ ଏବଂ ରୋହିତ୍ ପୂଜାରୀ ବାଦ୍ ପଡ଼ିଛନ୍ତି । ଉଷା ଦେବୀଙ୍କ ଜାଗାରେ କଟକ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ନିଯୁକ୍ତି ଦିଆଯାଇଛି । ସେହିଭଳି ନୂଆପଡ଼ା ଜିଲ୍ଲା ଦାୟିତ୍ୱରୁ ଟୁକୁନି ସାହୁଙ୍କୁ ହଟାଯାଇ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଦିଆଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ଦାୟିତ୍ୱରୁ ରୋହିତ ପୂଜାରୀଙ୍କୁ ହଟାଯାଇ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କୁ ଦିଆଯାଇଛି ।
ଭୁବନେଶ୍ୱର ମହାନଗର ନିଗମର ପୁରୁଖା କର୍ପୋରେଟର ତଥା ଟାଣୁଆ ଯୁବନେତା ଅମରେଶ(ବାଇଁଆ) ଜେନାଙ୍କୁ ଦେବଗଡ଼ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ନୂଆ କରି ନିଯୁକ୍ତି ଦିଆଯାଇଛି । ପୂର୍ବରୁ ଏହି ଜିଲ୍ଲା ସୁଶାନ୍ତ ସିଂହଙ୍କ ପାଖରେ ଥିଲା ।
ବିଜେଡି ପର୍ଯ୍ୟବେକ୍ଷକ ତାଲିକା
ଅନୁଗୁଳ- ପ୍ରଣବ ପ୍ରକାଶ ଦାସ
ବାଲେଶ୍ୱର- ପ୍ରତାପ କେଶରୀ ଦେବ
ବରଗଡ଼- ସୁଧୀର କୁମାର ସାମଲ
ଭଦ୍ରକ- ପ୍ରତାପ ଜେନା
ବଲାଙ୍ଗୀର- ସୁଶାନ୍ତ ସିଂହ
ଦେବଗଡ଼- ଅମରେଶ ଜେନା
କଟକ- ପ୍ରଫୁଲ୍ଲ ମଲ୍ଲିକ
ଢ଼େଙ୍କାନାଳ- ପ୍ରଣବ ପ୍ରକାଶ ଦାସ
ଗଜପତି- ଅତନୁ ସବ୍ୟସାଚୀ ନାୟକ
ରାୟଗଡ଼ା- ଅତନୁ ସବ୍ୟସାଚୀ ନାୟକ
ଜଗତସିଂହପୁର- ଡ. ଅରୁଣ କୁମାର ସାହୁ
କନ୍ଧମାଳ- ବିଜୟ ନାୟକ
କେନ୍ଦ୍ରାପଡ଼ା- ଶ୍ରୀମତୀ ପ୍ରମିଳା ମଲ୍ଲିକ
କେନ୍ଦୁଝର- ପ୍ରଣବ ପ୍ରକାଶ ଦାସ
ଖୋର୍ଦ୍ଧା- ରବୀନ୍ଦ୍ର କୁମାର ଜେନା
କୋରାପୁଟ- ଦିବ୍ୟଶଙ୍କର ମିଶ୍ର
ମାଲକାନଗିରି- ଦିବ୍ୟଶଙ୍କର ମିଶ୍ର
ନବରଙ୍ଗପୁର- ଈଶ୍ୱର ପାଣିଗ୍ରାହୀ
ନୟାଗଡ଼- ପଦ୍ମନାଭ ବେହେରା
ନୂଆପଡ଼ା- ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ
ପୁରୀ- ରଣେନ୍ଦ୍ର ପ୍ରତାପ ସ୍ୱାଇଁ
ସମ୍ବଲପୁର- ପ୍ରଣବ ପ୍ରକାଶ ଦାସ
ସୁନ୍ଦରଗଡ଼- ପ୍ରୀତିରଞ୍ଜନ ଘଡ଼େଇ
କଳାହାଣ୍ଡି- ପ୍ରଣବ ବଳବନ୍ତରାୟ
ଗଞ୍ଜାମ- ପ୍ରଦୀପ କୁମାର ଅମାତ
ବୌଦ୍ଧ- ସୌଭାଗ୍ୟ ନାୟକ
ଯାଜପୁର- ଅଶୋକ ଚନ୍ଦ୍ର ପଣ୍ଡା
ଝାରସୁଗୁଡ଼ା- ସାରଦା ପ୍ରସାଦ ନାୟକ
ମୟୁରଭଞ୍ଜ- ପ୍ରଶାନ୍ତ ମୁଦୁଲି
ସୁବର୍ଣ୍ଣପୁର- ଦେବେଶ ଆଚାର୍ଯ୍ୟ