Sunday, April 26, 2026 06:35 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେଡି ରଣନୀତିରୁ ବଡ଼ ସଙ୍କେତ

ବିଜେପି ରାଜନୀତିରେ ଧର୍ମେନ୍ଦ୍ର ଦ୍ୱନ୍ଦ

by Our Correspondent
27 Mar, 2023- 08:57 PM
in Latest News, News, Politics
1 min read
0
ବିଜେଡି ରଣନୀତିରୁ ବଡ଼ ସଙ୍କେତ

ଭୁବନେଶ୍ୱର: ମନମୋହନ ସାମଲ ରାଜ୍ୟ ବିଜେପିର ସଭାପତି ଭାବେ ଗତକାଲି ଦାୟିତ୍ୱ ଗ୍ରହଣ କରିଥିଲେ । ଏହି ଅବସରରେ ସେ ବିଜେଡିକୁ ହଟାଇବା ପାଇଁ ଦଳୀୟ ନେତା ଓ କର୍ମୀଙ୍କୁ ଶପଥ କରାଇଥିଲେ । ଆଜିଠୁ ଶୋଇବାନି କି କାହାକୁ ଶୁଆଇଦେବାନି ବୋଲି ଆହ୍ୱାନ ଦେଇଥିଲେ ।

ବିଜେପିର ନୂଆ ସଭାପତିଙ୍କ ଚାଲେଂଜକୁ ବିଜେଡି କିଭଳି ଗ୍ରହଣ କରିଛି ତାହା ଜଣାପଡ଼ିନାହିଁ । ତେବେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକା ଆଜି ଜାରି କରିଛନ୍ତି । ଆଉ ତାଲିକାରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ ହୋଇଛି ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ(ବବି) ଦାସଙ୍କ ଭାଗରେ ପଡ଼ିଥିବା ଜିଲ୍ଲା । ତାଙ୍କୁ ଢ଼େଙ୍କାନାଳ, ଅନୁଗୁଳ, ସମ୍ବଲପୁର ଓ କେନ୍ଦୁଝର ଜିଲ୍ଲାର ଦାୟିତ୍ୱ ମିଳିଛି । ଅନ୍ୟ ଭାବରେ ଦେଖିଲେ, ଢ଼େଙ୍କାନାଳ ଓ ସମ୍ବଲପୁର ଲୋକସଭା ନିର୍ବାଚନମଣ୍ଡଳୀର ଦାୟିତ୍ୱ ବବିଙ୍କ ହାତରେ ନ୍ୟସ୍ତ କରିଛନ୍ତି ନବୀନ ।

ରାଜନୈତିକ ଦୃଷ୍ଟିରୁ ଏହାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଚାର କରାଯାଉଛି । କାରଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଦୁଇଟି ଲୋକସଭା ଆସନରୁ ଗୋଟିଏ ଆସନରେ ନିର୍ବାଚନ ଲଢ଼ିବା ପାଇଁ ଯୋଜନା କରିଛନ୍ତି । ଏହି ଦୁଇଟି ଆସନ ଛଡ଼ା ତାଙ୍କ ପାଇଁ ତୃତୀୟ ବିକଳ୍ପ ନାହିଁ । ଏବେ ଦୁଇଟିଯାକ ଲୋକସଭା ଆସନର ସମ୍ଭାବ୍ୟ ରାଜନୈତିକ ପାଣିପାଗ ପରଖୁଛନ୍ତି ଧର୍ମେନ୍ଦ୍ର । ଜନ୍ମମାଟି ଭାବେ ଢ଼େଙ୍କାନାଳରେ ତାଙ୍କ ପାଇଁ ଅଧିକ ସୁଯୋଗ ଥିବାରୁ ଏହା ତାଙ୍କର ପ୍ରଥମ ପସନ୍ଦ ରହିଛି । ନିର୍ବାଚନ ଫଳାଫଳ ତାଙ୍କର ରାଜନୈତିକ ଭବିଷ୍ୟତ ନିର୍ଣ୍ଣୟ କରିବ ।

ଧର୍ମେନ୍ଦ୍ରଙ୍କ ଏହି ରାଜନୈତିକ ପୃଷ୍ଠଭୂମିରେ ବବିଙ୍କୁ ସେହି ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛନ୍ତି ନବୀନ । ଉଲ୍ଲେଖଯୋଗ୍ୟ ଯେ ଗତ ନିର୍ବାଚନରେ ବିଜେଡି ଢ଼େଙ୍କାନାଳ ଲୋକସଭା ଆସନ ସମେତ ୭ଟି ଯାକ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିଲେ । ମାତ୍ର ଇତିମଧ୍ୟରେ ବିଜେଡି ପାଇଁ ଚାଲେଂଜ ଛିଡ଼ା କରିଛନ୍ତି ଧର୍ମେନ୍ଦ୍ର । ଢ଼େଙ୍କାନାଳ ସଦର, ପରଜଙ୍ଗ, ଅନୁଗୁଳ, ତାଳଚେର ଭଳି ଆସନରେ ବିଜେଡିର ସ୍ଥିତି ଟଳମଳ ଅବସ୍ଥାରେ ଅଛି । ଏହି ପରିପ୍ରେକ୍ଷୀରେ ବବି ଏହାର ସମ୍ପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିବେ । ନବୀନଙ୍କ ଲୋକପ୍ରିୟତା, ବିଜେଡିର ସଂଗଠନ ଏବଂ ବବିଙ୍କ ପରିଚାଳନାଗତ ଦକ୍ଷତାକୁ ସାମନା କରିବେ ଶକ୍ତିଶାଳୀ ଧର୍ମେନ୍ଦ୍ର ପ୍ରଧାନ ।

ରୋଚକ କଥା ହେଉଛି, ମନମୋହନ ସାମଲଙ୍କ ନେତୃତ୍ୱାଧୀନ ରାଜ୍ୟ ବିଜେପିରେ ଧର୍ମେନ୍ଦ୍ରଙ୍କ ଭୂମିକା କ’ଣ ତାହା ଏବେ କେହି ଜାଣିପାରୁନାହାନ୍ତି । ଏହାକୁ ନେଇ ବିଭିନ୍ନ ଚର୍ଚ୍ଚା ଆଲୋଚନା ହେଉଛି । ସମୀର ମହାନ୍ତିଙ୍କୁ ଅଚାନକ ହଟାଯାଇ ମନମୋହନଙ୍କୁ ଦାୟିତ୍ୱ ମିଳିବା ଘଟଣା ପରିପ୍ରେକ୍ଷୀରେ ଓଡ଼ିଶାରୁ ଧର୍ମେନ୍ଦ୍ରଙ୍କ ପତ୍ତା କଟିଗଲା ବୋଲି ତାଙ୍କ ବିରୋଧୀ ଶିବିର ହୁଙ୍କାର ମାରୁଛନ୍ତି । ଗତକାଲି ମନମୋହନଙ୍କ ସମ୍ବର୍ଦ୍ଧନା ସଭାରେ ଉପସ୍ଥିତ ବରିଷ୍ଠ ନେତାମାନଙ୍କ ମୁହଁରୁ ଧର୍ମେନ୍ଦ୍ରଙ୍କ ନାଁ ଶୁଣିବାକୁ ମିଳି ନ ଥିଲା । ବୈଜୟନ୍ତ ପଣ୍ଡା ଏବଂ ଅପରାଜିତା ଷଡ଼ଙ୍ଗୀଙ୍କ ଭାଷଣ ଏବଂ ଉତ୍ସାହରୁ ଭିନ୍ନ ଇଙ୍ଗିତ ଆସୁଥିଲା ।

ରାଜ୍ୟ ବିଜେପିରେ ଏକ ବଡ଼ଗୋଷ୍ଠୀ ଧର୍ମେନ୍ଦ୍ରଙ୍କ ଭୂମିକାକୁ ନେଇ ଭିନ୍ନ ମାହୋଲ ସୃଷ୍ଟି କରିଛନ୍ତି । ପରିବର୍ତ୍ତିତ ଦଳୀୟ ରାଜନୀତିରେ ତାଙ୍କର ଭୂମିକାକୁ ଗୌଣ ଦୃଷ୍ଟିରେ ଦେଖୁଛନ୍ତି । ମନମୋହନଙ୍କ ସଭାପତି ନିଯୁକ୍ତି ପଛରେ ଧର୍ମେନ୍ଦ୍ର ବିରୋଧୀ ଗୋଷ୍ଠୀଙ୍କୁ କ୍ରେଡିଟ୍ ଦିଆଯାଉଛି । ତେବେ ଏହା ସମ୍ପୂର୍ଣ୍ଣ ଭୁଲ୍ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ବିଚାର କରୁଛନ୍ତି । ଓଡ଼ିଶା ବିଜେପି ପାଇଁ ନୂଆ ରଣନୀତିରେ ଧର୍ମେନ୍ଦ୍ରଙ୍କ ଭୂମିକା ଅସ୍ପଷ୍ଟ ଥିଲେ ମଧ୍ୟ ହାଇକମାଣ୍ଡ ତାଙ୍କୁ ଅଣଦେଖା କରିବା ସମ୍ଭବ ନୁହେଁ ବୋଲି ଅନେକ ମତ ଦେଇଛନ୍ତି । ହୁଏତ ତାଙ୍କ ପାଇଁ ନିର୍ଦ୍ଦିଷ୍ଟ ଯୋଜନା ହୋଇଛି ।

ଅନ୍ୟପକ୍ଷରେ, ବିଜେଡିର ଧର୍ମେନ୍ଦ୍ର ଫ୍ୟାକ୍ଟର୍ କୁ ମଧ୍ୟ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଗୁରୁତ୍ୱ ଦେଇଛନ୍ତି । ୨୦୧୯ ନିର୍ବାଚନ ପରେ ରାଜ୍ୟ ବିଜେପି-ବିଜେଡି ମଧ୍ୟରେ ସୃଷ୍ଟି ହୋଇଥିବା ନିରବ ସମ୍ପର୍କର ସମୀକରଣ ଏବେ ବଦଳି ଯାଇଛି । ବିଜେଡି ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପୂର୍ବଭଳି ନିଶାନା କରୁଥିଲା ବେଳେ ଧର୍ମେନ୍ଦ୍ର ମଧ୍ୟ ବିଜେଡି ଟାର୍ଗେଟ୍ କୁ ଆସିଛନ୍ତି । ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାଠାରୁ ଆରମ୍ଭ କରି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟ ପଛରେ ବିଜେଡି ଟାର୍ଗେଟ୍ ରେ ରହିଛନ୍ତି ଧର୍ମେନ୍ଦ୍ର ।

ଏବେ ବବିଙ୍କୁ ଅବିଭକ୍ତ ଢ଼େଙ୍କାନାଳ ଏବଂ ସମ୍ବଲପୁର ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇ ବିଜେଡି ଧର୍ମେନ୍ଦ୍ରଙ୍କ ପାଇଁ ରାସ୍ତା କଠିନ କରିବା ସହ ଆଗାମୀ ଦିନରେ ରାଜ୍ୟ ବିଜେପି ରାଜନୀତିରେ ଧର୍ମେନ୍ଦ୍ରଙ୍କ ସମ୍ଭାବ୍ୟ ଭୂମିକାକୁ ଠଉରାଇଥିବା କୁହାଯାଉଛି । ବିଜେଡି ରଣନୀତିରୁ ଏହାର ସ୍ପଷ୍ଟ ସଙ୍କେତ ମିଳୁଛି!!

 

Previous Post

ବବିଙ୍କ ଦାୟିତ୍ୱରେ ଢ଼େଙ୍କାନାଳ ଓ ସମ୍ବଲପୁର ଲୋକସଭା କ୍ଷେତ୍ର

Next Post

ବିଜେଡିର ‘ଜୟ ଜଗନ୍ନାଥ’

Next Post
ବିଜେଡିର ‘ଜୟ ଜଗନ୍ନାଥ’

ବିଜେଡିର 'ଜୟ ଜଗନ୍ନାଥ'

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA