Tuesday, May 26, 2026 01:39 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ଆଇନଶୃଙ୍ଖଳା ଉପରେ ନଜର ରଖ’

ଆରକ୍ଷୀ ଅଧୀକ୍ଷକଙ୍କୁ ୮ଟି ବିଷୟ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ନିର୍ଦ୍ଦେଶ

by Our Correspondent
19 Nov, 2025- 11:54 PM
in Latest News, News
1 min read
0
‘ଆଇନଶୃଙ୍ଖଳା ଉପରେ ନଜର ରଖ’

ଭୁବନେଶ୍ୱର: ଆପଣମାନେ କୌଣସି ପ୍ରକାର ଚାପର ବଶବର୍ତ୍ତୀ ନ ହୋଇ ଅପରାଧ କ୍ଷେତ୍ରରେ ପ୍ରକୃତ ଦୋଷୀକୁ ଖୋଜି ବାହାର କରନ୍ତୁ ଓ ଆଇନ ଅନୁଯାୟୀ ଦଣ୍ଡ ଦେବା ପାଇଁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦୁଇ ଦିନିଆ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ସମ୍ମିଳନୀ ଅବସରରେ ଉପସ୍ଥିତ ଆରକ୍ଷୀ ଅଧୀକ୍ଷକମାନଙ୍କୁ ଆହ୍ୱାନ ଦେଇ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ଲୋକସେବା ଭବନ କନ୍‌ଭେନସନ ସେଣ୍ଟର ଠାରେ ଗତକାଲି ଠାରୁ ଦୁଇ ଦିନିଆ ରାଜ୍ୟ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ସମ୍ମିଳନୀ ଆରମ୍ଭ ହୋଇଥିଲା । ଆଜି ଏହା ଉଦ୍‌ଯାପନ ହୋଇଛି ।

ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଆରକ୍ଷୀ ଅଧୀକ୍ଷକ ଓ ଜିଲ୍ଲାପାଳଙ୍କୁ ଉଦ୍‌ବୋଧନ ଦେଇ କହିଲେ ଯେ, ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକମାନେ ନିଜ ନିଜ ଭିତରେ ସମନ୍ୱୟ ରକ୍ଷା କରି କାମ କରିବା ଉଚିତ । ବିକାଶ ଓ ସୁରକ୍ଷା ଯେପରି ଏକାଠି ହୋଇପାରିବ ସେଥିପ୍ରତି ଯତ୍ନବାନ ହେବା ଆବଶ୍ୟକ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆରକ୍ଷୀ ଅଧୀକ୍ଷକମାନଙ୍କୁ ୮ଟି ବିଷୟ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ସେଗୁଡ଼ିକ ହେଲା- ଦଣ୍ଡବିଧାନ ହାରକୁ ବୃଦ୍ଧି କରିବା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି ବା ରଣନୀତି ପ୍ରସ୍ତୁତ କରିବା ଏବଂ ଆବଶ୍ୟକ ସ୍ଥଳେ Investigation and Prosecution wing ସ୍ଥାପନ କରିବାକୁ ବିଚାର କରିବା, ଥାନାକୁ ଆସୁଥିବା ସମସ୍ତ ଅଭିଯୋଗକୁ ଗ୍ରହଣ କରି ପଞ୍ଜୀକୃତ କରିବା ନଚେତ୍ ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଆରକ୍ଷୀ ଅଧୀକ୍ଷକମାନଙ୍କ ଦ୍ୱାରା ନିୟମିତ ଥାନା ଗସ୍ତ, ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ଗୋଟିଏ ଟିମ୍ ଭାବରେ କାମ କରିବା, ଦୁର୍ନିତୀ ବିରୁଦ୍ଧରେ ଜିରୋ ଟଲେରେନ୍ସ ଏବଂ ନିଜେ ସଚ୍ଚୋଟ ରହିବା ସହିତ ଅନ୍ୟ ଅଧିକାରୀମାନଙ୍କୁ ପ୍ରେରଣା ଦେବା, କୌଣସି ନିରୀହ ଜନସାଧାରଣଙ୍କୁ ଅଯଥାରେ ହଇରାଣ ନ କରିବା, ଥାନସ୍ତରୀୟ ଅଧିକାରୀଙ୍କୁ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ନ୍ୟାୟ ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧୀନିୟମ ବିଷୟରେ ପ୍ରଶିକ୍ଷଣ ପ୍ରଦାନ ଏବଂ ଅପରାଧୀଙ୍କ ଜ୍ଞାନ କୌଶଳ ଠାରୁ ଗୋଟିଏ ପାଦ ଆଗରେ ରହିବା ପାଇଁ ସବୁ ପୋଲିସ ଅଧିକାରୀମାନେ ଟେକ୍ନୋଲୋଜିର ବ୍ୟାପକ ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ଓଡ଼ିଶା ପୋଲିସର କାର୍ଯ୍ୟଶୈଳୀରେ ସନ୍ତୋଷବ୍ୟକ୍ତ କରି କହିଥିଲେ ଯେ, ରାଜ୍ୟରେ ଆଇନ ଶୃଙ୍ଖଳା ବଜାୟ ରଖିବା ଓ ଅପରାଧ ନିୟନ୍ତ୍ରଣକୁ ଆମ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି । ଆମ ସରକାର ଆସିବା ପରଠାରୁ ରାଜ୍ୟ ପୋଲିସର ଦକ୍ଷତାପୂର୍ଣ୍ଣ କାର୍ଯ୍ୟ ବଳରେ ସମସ୍ତ ସମ୍ୱେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ଅପରାଧ ଗୁଡ଼ିକ ସ୍ୱଳ୍ପ ସମୟ ମଧ୍ୟରେ ସମାଧାନ କରି ଓଡ଼ିଶା ପୋଲିସ ରାଜ୍ୟ ପାଇଁ ସୁନାମ ଆଣିଛି । ପୋଲିସ ବ୍ୟବସ୍ଥାର ସୁଦୃଢୀକରଣ, ଆଧୁନିକୀକରଣ ଓ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆଣିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଥାନାକୁ ଅଭିଯୋଗ ନେଇ ଆସୁଥିବା ସାଧାରଣ ଲୋକ ଯେଭଳି ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ପାଇବ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ । ସେବା ସହିତ ସୁରକ୍ଷା ଓ ସାହାଯ୍ୟ ଓଡ଼ିଶା ପୋଲିସର ମୁଖ୍ୟକାର୍ଯ୍ୟ ହେବା ଆବଶ୍ୟକ ।

ସେ ପୁଣି କହିଥିଲେ ଯେ, ବିକଶିତ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ପାଇଁ ଏବଂ ପୁଞ୍ଜୀନିବେଶକାରୀଙ୍କୁ ଆକୃଷ୍ଟ କରିବା ପାଇଁ ଶାନ୍ତି ଓ ସୁଶାସନର ପରିବେଶ ଅତ୍ୟନ୍ତ ଆବଶ୍ୟକ । ଛୋଟ ଛୋଟ ସମସ୍ୟା ଯୋଗୁଁ ଯେପରି ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି ନ ହେବ, ସେଥିପ୍ରତି ଉଭୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକମାନେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ କହିଥିଲେ ।

ଏଥି ସହିତ ମୁଖ୍ୟମନ୍ତ୍ରୀ ୨୦୨୬ ସୁଦ୍ଧା ଓଡ଼ିଶାକୁ ସମ୍ପୂର୍ଣ୍ଣ ନକ୍ସଲ ମୁକ୍ତ କରିବା, ବେଆଇନ ନିଶା କାରବାର, ଜମି ମାଫିଆ ଏବଂ ଅର୍ଥନୈତିକ ଅପରାଧୀଙ୍କ କାରବାରକୁ ସମ୍ପୂର୍ଣ୍ଣ ରୂପେ ଦମନ କରିବା, ଦୁର୍ଘଟଣାପ୍ରବଣ ସ୍ଥାନମାନଙ୍କରେ ନଜର ରଖି ନିୟମିତ ଚେକିଙ୍ଗ୍ ଓ ପାଟ୍ରୋଲିଙ୍ଗ କରିବା, ଦ୍ରୁତ ଗତି ଗାଡି ଚାଳନା ଓ ମଦ୍ୟପାନ କରି ଗାଡ଼ିଚାଳନା ଉପରେ ଫୋକସ କରିବା ଏବଂ ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ କୋଷ୍ଟାଲ ସିକ୍ୟୁରିଟି, କୋଷ୍ଟ ଗାର୍ଡ ଏବଂ ନୌବାହିନୀ ସହିତ ଉପଯୁକ୍ତ ସମନ୍ୱୟ ରଖି କାମ କରିବା ପାଇଁ ପରାମର୍ଶ ଦେଇଥିଲେ ।

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଥିଲେ ଯେ, ନୂଆ ସରକାର ଦାୟିତ୍ୱ ନେବା ପରେ ରାଜ୍ୟ ପୋଲିସରେ ବ୍ୟାପକ ଆଧୁନିକୀକରଣ କରାଯାଇଛି । ପୋଲିସ ପ୍ରଶାସନରେ ମାନବସମ୍ୱଳ ବୃଦ୍ଧି, ଆବଶ୍ୟକ ଉପକରଣ ଓ ସଂସ୍ଥାଗତ ସୁଦୃଢୀକରଣ ପାଇଁ ମୁଖ୍ୟମନ୍ତ୍ରୀ ଅଧିକ ଅର୍ଥ ମଞ୍ଜୁର କରିଛନ୍ତି, ଯାହା ଫଳରେ ରାଜ୍ୟରେ ଜନସାଧାରଣଙ୍କୁ ସୁରକ୍ଷା ପ୍ରଦାନ କ୍ଷେତ୍ରରେ ଓଡ଼ିଶା ପୋଲିସ ସଫଳତାର ସହ କାମ କରୁଛି ।

ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କହିଥଲେ ଯେ, ଓଡ଼ିଶା ପୋଲିସକୁ ସୁଦୃଢ଼ କରିବା ପାଇଁ ଗୃହବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ଯାହା ବି ପ୍ରସ୍ତାବ ଦିଆଯାଉଛି ମୁଖ୍ୟମନ୍ତ୍ରୀ ତାକୁ ତୁରନ୍ତ ମଞ୍ଜୁର କରୁଛନ୍ତି । ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ହେଉଛନ୍ତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ଓ ସରକାରଙ୍କ ଆଖି ଓ କାନ । ତେଣୁ ଉଭୟଙ୍କ ମଧ୍ୟରେ ସମନ୍ୱୟ ସବୁବେଳେ ରହିବା ଦରକାର ।

ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ନିଜ ସ୍ୱାଗତ ଭାଷଣରେ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ୀକରଣ, ଅପରାଧ ନିୟନ୍ତ୍ରଣ ଓ ତଥ୍ୟ-ପ୍ରଯୁକ୍ତି ଆଧାରିତ ନିରୀକ୍ଷଣ ପ୍ରଣାଳୀର ବିସ୍ତାର ସମ୍ପର୍କରେ ଆଲୋକପାତ କରିଥିଲେ। ସମସ୍ତ ଆରକ୍ଷୀ ଅଧିକ୍ଷକଙ୍କୁ ପରାମର୍ଶ ଦେଇ ସେ କହିଥିଲେ ଯେ ସମ୍ମିଳିତ ପ୍ରୟାସ, ତଥ୍ୟ ଆଦାନ-ପ୍ରଦାନ ଓ ଗ୍ରାଉଣ୍ଡ-ଲେଭେଲ ମନିଟରିଂ ଆଗାମୀ ଦିନରେ ଆଇନ-ଶୃଙ୍ଖଳାକୁ ଅଧିକ ସୁନିଶ୍ଚିତ କରିବ।

କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ଏବଂ ରାଜ୍ୟ ପୋଲିସ ଓ ପ୍ରଶାସନର ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ ।

Previous Post

ଟାୟାର୍‍ ଟେକ୍ନୋଲୋଜି ନେଇ କିଟ୍‍ ଓ ଆପୋଲୋ ଟାୟାର୍ସ ମଧ୍ୟରେ ବୁଝାମଣା

Next Post

ଶପଥ ନେଲେ ଜୟ ଢ଼ୋଲକିଆ

Next Post
ଶପଥ ନେଲେ ଜୟ ଢ଼ୋଲକିଆ

ଶପଥ ନେଲେ ଜୟ ଢ଼ୋଲକିଆ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA