Tuesday, May 26, 2026 06:44 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଟାୟାର୍‍ ଟେକ୍ନୋଲୋଜି ନେଇ କିଟ୍‍ ଓ ଆପୋଲୋ ଟାୟାର୍ସ ମଧ୍ୟରେ ବୁଝାମଣା

by Our Correspondent
19 Nov, 2025- 07:43 PM
in Latest News, News
1 min read
0
ଟାୟାର୍‍ ଟେକ୍ନୋଲୋଜି ନେଇ କିଟ୍‍ ଓ ଆପୋଲୋ ଟାୟାର୍ସ ମଧ୍ୟରେ ବୁଝାମଣା

ଭୁବନେଶ୍ୱର: ଟାୟାର ଟେକ୍ନୋଲୋଜି ପାଠ୍ୟକ୍ରମ ନେଇ କିଟ୍‍ ବିଶ୍ୱବିଦ୍ୟାଳୟ ଓ ଆପୋଲୋ ଟାୟାର୍ସ ମଧ୍ୟରେ ମଙ୍ଗଳବାର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି। କିଟ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁଳପତି ପ୍ରଫେସର ଶରଣଜିତ ସିଂହ ଏଥିରେ ସ୍ୱାକ୍ଷର କରିଥିବା ବେଳେ ଆପୋଲୋ ଟାୟାର୍ସ ପକ୍ଷରୁ ଫିଲ୍‍ଡ ଟେକ୍ନିକାଲ୍‍ ସର୍ଭିସ୍‍ ମୁଖ୍ୟ ଅନୀତ ଚାକୁ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ। ଏଭଳି ବୁଝାମଣା ଭାରତରେ ପ୍ରଥମ ଥର ପାଇଁ କୌଣସି ଶିକ୍ଷାନୁଷ୍ଠାନ ଓ ଶିଳ୍ପ ମଧ୍ୟରେ ଅନୁଷ୍ଠିତ ହୋଇଛି। ଏହା ସହ ଟାୟାର ଟେକ୍ନୋଲୋଜିରେ ସ୍ୱତନ୍ତ୍ର ପାଠ୍ୟକ୍ରମ ପ୍ରଚଳନ କରିବାରେ କିଟ୍‍ ଭାରତର ପ୍ରଥମ ବିଶ୍ୱବିଦ୍ୟାଳୟ ହେବାର ଗୌରବ ଅର୍ଜନ କରିଛି । ଏହି ବୁଝାମଣା ଫଳରେ କିଟ୍‍ ଟାୟାର ବିଜ୍ଞାନ, ଟାୟାର ଡିଜାଇନ୍‌, ଉତ୍ପାଦନ, ପରୀକ୍ଷଣ ଏବଂ ସ୍ଥାୟିତ୍ୱକୁ ଅନ୍ତର୍ଭୁକ୍ତ କରୁଥିବା ଏକ ସ୍ୱତନ୍ତ୍ର ଇଚ୍ଛାଧୀନ ବିଷୟ ପ୍ରଦାନ କରିବ। ପୂର୍ବରୁ ଭାରତରେ ଏକ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଆନୁଷ୍ଠାନିକ ଭାବରେ ଏଭଳି ସଂପୃକ୍ତି ନଥିଲା ବୋଲି କୁହାଯାଉଛି।

ବୁଝାମଣା ଅନୁସାରେ ଆପୋଲୋ ଟାୟାର୍ସ ବିଶ୍ୱବିଦ୍ୟାଳୟକୁ ପାଠ୍ୟକ୍ରମ ବିକାଶ, ଅଧ୍ୟୟନ ସାମଗ୍ରୀ ପ୍ରସ୍ତୁତ ଏବଂ ନୂତନତମ ଶିଳ୍ପ ଧାରା ସହିତ ଶିକ୍ଷାଦାନକୁ ସମନ୍ୱିତ କରିବାରେ ସହାୟତା କରିବ। କମ୍ପାନୀର ବିଷୟବସ୍ତୁ ଉପରେ ବିଶେଷଜ୍ଞମାନେ ମଧ୍ୟ  ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିବେ। ଫଳରେ ଛାତ୍ରଛାତ୍ରୀମାନେ ବାସ୍ତବ-ବିଶ୍ୱ ଅଭ୍ୟାସ ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ସହିତ ପରିଚିତ ହେବେ। ଏହି ଅବସରରେ ପ୍ରଫେସର ସିଂହ ସୂଚନା ଦେଇ କହିଲେ, ଏହା ହେଉଛି ଭାରତର ପ୍ରଥମ ଓ ସ୍ୱତନ୍ତ୍ର ଢ଼ଙ୍ଗର ବୁଝାମଣା। ବର୍ତ୍ତମାନ ସୁଦ୍ଧା ପ୍ରାୟ କୌଣସି ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଟାୟାର ଉତ୍ପାଦନ ଉପରେ ସ୍ୱତନ୍ତ୍ର ପାଠ୍ୟକ୍ରମ ପ୍ରଦାନ କରିନାହିଁ। ଆପୋଲୋ ଟାଇର୍ସର ଉତ୍ପାଦ ବିକାଶ ମୁଖ୍ୟ ପ୍ରଶାନ୍ତ କୁମାର ଏସ୍‌. କହିଲେ, ଏହି ବୁଝାମଣାପତ୍ର ଛାତ୍ରମାନଙ୍କୁ ଗଭୀର ଶିଳ୍ପ-ସମର୍ଥିତ ଦକ୍ଷତା ପ୍ରଦାନ କରି ସେମାନଙ୍କ ନିଯୁକ୍ତି ଯୋଗ୍ୟତା ଭାଗକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବ। ଏହି ବୁଝାମଣା ନେଇ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସନ୍ତୋଷ ବ୍ୟକ୍ତ କରିବା ସହ ଏହା କିଟ୍‍ ବିଶ୍ୱବିଦ୍ୟାଳୟ ଶିକ୍ଷାଦାନ ଓ ପାଠ୍ୟକ୍ରମରେ ଏକ ନୂତନ ଅଧ୍ୟାୟ ଯୋଡ଼ିବ ବୋଲି କହିଛନ୍ତି।

Previous Post

ସମ୍ ହସ୍ପିଟାଲ୍ କ୍ୟାମ୍ପସ-୨ର ଏମବିବିଏସ୍ ଛାତ୍ରଛାତ୍ରୀଙ୍କ ହ୍ୱାଇଟ୍ କୋଟ ଉତ୍ସବ

Next Post

‘ଆଇନଶୃଙ୍ଖଳା ଉପରେ ନଜର ରଖ’

Next Post
‘ଆଇନଶୃଙ୍ଖଳା ଉପରେ ନଜର ରଖ’

'ଆଇନଶୃଙ୍ଖଳା ଉପରେ ନଜର ରଖ'

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA