ଭୁବନେଶ୍ୱର: ରାଜ୍ୟର ସବୁ କଲେଜ ଓ ବିଶ୍ୱବିଦ୍ୟାଳୟ ଆସନ୍ତା ୧୬ ତାରିଖରୁ ଖୋଲିବ । କ୍ଲାସରୁମ୍ ରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହେବ । ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଟୁଇଟ୍ ଯୋଗେ ଏହି ସୂଚନା ଦିଆଯାଇଛି ।
ନିଷ୍ପତ୍ତି ଅନୁଯାୟୀ, ୧୬ ରୁ ପିଜି ପ୍ରଥମ ବର୍ଷ ଏବଂ ୟୁଜି ପ୍ରି-ଫାଇନାଲ୍ ବର୍ଷ ପାଇଁ କ୍ଲାସରୁମ୍ ରେ ପାଠପଢ଼ା ହେବ । ତେବେ ପିଜି ଏବଂ ୟୁଜି ଫାଇନାଲ୍ ପରୀକ୍ଷା ଅନଲାଇନ୍ ରେ ହିଁ ହେବ । ସୁତରାଂ ଫାଇନାଲ୍ ବର୍ଷର ଛାତ୍ରଛାତ୍ରୀମାନେ କଲେଜ ଆସିବା ଦରକାର ନାହିଁ । ଏବେ ଅନଲାଇନ୍ ରେ ଚାଲୁଥିବା ପରୀକ୍ଷା ସେହି ଅନଲାଇନ୍ ରେ ଶେଷ ହେବ ।
ସୂଚନାଯୋଗ୍ୟ, କରୋନା ଯୋଗୁଁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟ ବନ୍ଦ ଥିଲା । ଏବେ କରୋନା କମି ନ ଥିଲେ ମଧ୍ୟ ନିୟନ୍ତ୍ରଣକୁ ଆସିଥିବାରୁ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହେଉଛି ।
ଇତିମଧ୍ୟରେ ଗଣଶିକ୍ଷା ବିଭାଗର ନିଷ୍ପତ୍ତିକ୍ରମେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହୋଇସାରିଛି । ଆସନ୍ତା ୧୬ ରୁ ନବମ ଶ୍ରେଣୀ ପିଲାଙ୍କ କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହେବ ।