Tuesday, June 30, 2026 12:28 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅର୍ପଣ ରଥ କାର୍ଯ୍ୟକ୍ରମରେ ଘୋର ବିଭ୍ରାଟ: କଂଗ୍ରେସ

'ପ୍ରଚାର ପାଇଁ କେତେ ଖର୍ଚ୍ଚ ହୋଇଛି ହିସାବ ଦିଅନ୍ତୁ ସରକାର'

by Our Correspondent
19 Jan, 2024- 09:10 PM
in Latest News, News
1 min read
0
ଅର୍ପଣ ରଥ କାର୍ଯ୍ୟକ୍ରମରେ ଘୋର ବିଭ୍ରାଟ: କଂଗ୍ରେସ

ଭୁବନେଶ୍ୱର: କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ଜଗନ୍ନାଥଙ୍କ ପ୍ରତି ଚରମ ଅସମ୍ମାନ ହୋଇଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦ୍‌ଘାଟନ ପାଇଁ ରାଜ୍ୟ ତମାମ ଅର୍ପଣ ରଥ ବୁଲିଲାବେଳେ ଜଗନ୍ନାଥଙ୍କୁ ପିଲାଙ୍କ ଖେଳନାଠୁ ଆହୁରି ତୁଚ୍ଛ ଭାବରେ ପ୍ରଦର୍ଶିତ କରାଯାଇଛି । କେଉଁଠି ଡାଲା ଅଟୋ ଅବା କେଉଁଠି ଟାଟା ମ୍ୟାଜିକରେ ସୁଲୋ ବା ଥର୍ମକଲରେ ଜଗନ୍ନାଥଙ୍କୁ ଅତ୍ୟନ୍ତ ବିକଳ ଭାବରେ ଚିତ୍ରିତ କରାଇ ବୁଲାଇବା କୋଟି କୋଟି ଓଡ଼ିଆଙ୍କୁ ବ୍ୟଥିତ କରିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ସାଧାରଣ ଜନତା ଏଥିରେ କ୍ଷୁବ୍ଧ ଓ ଅନେକ ସ୍ଥାନରେ ଏହାର ପ୍ରତିବାଦ କରିଛନ୍ତି । ଜଗନ୍ନାଥ ହେଛନ୍ତି ଓଡ଼ିଆ ଜାତି ଓ ଓଡ଼ିଆ ଅସ୍ମିତାର ପ୍ରତୀକ । ତାଙ୍କ ପ୍ରତି ଏଭଳି ଅସମ୍ମାନକୁ ଓଡ଼ିଆବାସୀ ବରଦାସ୍ତ କରିବେ ନାହିଁ ।

କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଓଡ଼ିଶାର ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ଦଳର ଇସ୍ତାହାର କମିଟିର ଅଧ୍ୟକ୍ଷ ଶ୍ରୀ ପଂଚାନନ କାନୁନଗୋ କହିଛନ୍ତି ଯେ ବିଜେଡ଼ି ସରକାର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ରାଜ୍ୟ ସାରା ଅର୍ପଣ ରଥ ବୁଲାଇବା ମାଧ୍ୟମରେ ବଡ଼ ଠାକୁରଙ୍କ ପ୍ରତି ଯେଉଁ ଅସମ୍ମାନ କରିଛନ୍ତି, ସେଥିପାଇଁ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କ ପାଖରେ କ୍ଷମା ପ୍ରାର୍ଥନା କରିବା ଉଚିତ । ସେ ପୁଣି କହିଛନ୍ତି ଅର୍ପଣ ରଥ କାର୍ଯ୍ୟକ୍ରମରେ ଚରମ ବିଭ୍ରାଟ ଦେଖାଦେଇଛି । ଜଗନ୍ନାଥଙ୍କ ପ୍ରତି ଲୋକଙ୍କର ଗଭୀର ଭକ୍ତି ଭାବର ସୁଯୋଗ ନେଇ ଶାସକ ଦଳର ନେତା/କର୍ମୀମାନେ ହଜାର ହଜାର କ୍ୱିଂଟାଲ ଚାଉଳ, ପ୍ରଚୁର ପରିମାଣରେ ଗୁଆ ଓ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଛନ୍ତି । ବର୍ତମାନ ପର୍ଯ୍ୟନ୍ତ ସେସବୁ ଚାଉଳ, ଗୁଆ, ଟଙ୍କା ଇତ୍ୟାଦି ମନ୍ଦିରକୁ ଆସିନାହିଁ କିମ୍ବା ତାର ହିସାବ ମଧ୍ୟ ନାହିଁ । ବିଭିନ୍ନ ପଂଚାୟତ ଓ ସହରାଂଚଳର ୱାର୍ଡ ଗୁଡ଼ିକରୁ କେତେ ଟଙ୍କା ଆଦାୟ ହୋଇଛି ତା’ର ହିସାବ ସରକାର ରାଜ୍ୟବାସୀଙ୍କ ପାଖରେ ରଖନ୍ତୁ ବୋଲି ଶ୍ରୀ କାନୁନଗୋ ଦାବି କରିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ପ୍ରବକ୍ତା ଶ୍ରୀ ସୁଦର୍ଶନ ଦାସ ଅର୍ପଣ ରଥ ପରିକ୍ରମା କାର୍ଯ୍ୟକ୍ରମରେ ବ୍ୟାପକ ଅର୍ଥ ହରିଲୁଟ ହୋଇଥିବାର ସଂଗୀନ ଅଭିଯୋଗ ଆଣିଥିଲେ । ରାଜ୍ୟ ସରକାର ଏହି ଅର୍ପଣ ରଥ ବୁଲାଇବା ଓ ଭୋଜିଭାତ କରିବା ପାଇଁ ପ୍ରତି ପଂଚାୟତକୁୁ ୨ଲକ୍ଷ ଓ ପ୍ରତି ବ୍ଲକକୁ ୫ ଲକ୍ଷ କରି ଅନୁଦାନ ଦେଇଥିଲେ । ରାଜ୍ୟରେ ୬୭୯୪ ପଂଚାୟତ ଓ ୩୧୪ ଟି ବ୍ଲକ ପାଇଁ ୧୫୧ କୋଟି ୫୮ ଲକ୍ଷ ଟଙ୍କା ରାଜ୍ୟ ରାଜ କୋଷରୁ ଖର୍ଚ୍ଚ ହୋଇଛି ଅର୍ପଣ ରଥ ପାଇଁ । ଅନୁରୂପ ଭାବରେ ରାଜ୍ୟର ୪୮ଟି ମ୍ୟୁନିସପାଲଟିର ୯୬୭ ଟି ୱାର୍ଡ ପାଇଁ ୧୯.୩୪ କୋଟି ଟଙ୍କା ଅନୁଦାନ ଦେଇଥିବା ବେଳେ ୬୭ ଟି ବିଜ୍ଞପିତ ଅଂଚଳର ୱାର୍ଡପ୍ରତି ୧ଲକ୍ଷ ଓ ମ୍ୟୁନିସପାଲ କର୍ପୋରେସନର ୱାର୍ଡ ପିଛା ୫ଲକ୍ଷ ଲେଖାଏ ଅନୁଦାନ ଦେଇଛନ୍ତି । ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମରେ କୋଟି କୋଟି ଟଙ୍କା ରାଜକୋଷରୁ ଅର୍ଥ ଖର୍ଚ୍ଚ ହୋଇଛି । ଏହି ସବୁ ପ୍ରଚାର କାର୍ଯ୍ୟକ୍ରମରେ ୨୫୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି । ଏଥିରେ ବ୍ୟାପକ ଅର୍ଥ ହରିଲୁଟ ହୋଇଛି ଏବଂ ବିଜେଡ଼ି ଦଳର ନେତା ଓ କର୍ମୀମାନେ ହାତକୁ ଚିକଣ କରିଛନ୍ତି ବୋଲି ଶ୍ରୀ ଦାସ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଏ ଅର୍ଥ କେଉଁଠୁ ଆସିଲା ଏବଂ ଏହାର ବିନିଯୋଗ ପାଇଁ କିଏ ଉତରଦାୟୀ ତାହା ସରକାର ସ୍ପଷ୍ଟ କରନ୍ତୁ । ଯଦି ତା’ ନହୁଏ ତେବେ ଦଳପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ସାମାଜିକ ସମୀକ୍ଷା କରି ଅର୍ପଣ ରଥ କାର୍ଯ୍ୟକ୍ରମର ଦୁର୍ନିତିକୁ ପର୍ଦ୍ଦାଫାଶ କରାଯିବ ବୋଲି ଶ୍ରୀ ଦାସ ଚେତାବନୀ ଦେଇଛନ୍ତି ।

Previous Post

୨୨ରେ ଓଡ଼ିଶାରେ ବି ‘ରାମ ମନ୍ଦିର’ ପ୍ରତିଷ୍ଠା

Next Post

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପାଇଁ ବ୍ୟାପକ ପ୍ରସ୍ତୁତି

Next Post
ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପାଇଁ ବ୍ୟାପକ ପ୍ରସ୍ତୁତି

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପାଇଁ ବ୍ୟାପକ ପ୍ରସ୍ତୁତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA