Wednesday, April 22, 2026 12:59 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନବୀନ ପଟ୍ଟନାୟକ ଜିନ୍ଦାବାଦ: ତାରା

by Our Correspondent
03 Feb, 2023- 09:58 PM
in Latest News, News, Politics
1 min read
0
ନବୀନ ପଟ୍ଟନାୟକ ଜିନ୍ଦାବାଦ: ତାରା

ଜୟପୁର/ଭୁୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ଜୟପୁରର କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ସ୍ଥାନୀୟ ବିକ୍ରମ ଦେବ କଲେଜର ପ୍ଲାଟିନମ୍ ଜୟନ୍ତୀ ସମାରୋହରେ ଆଜି ଯୋଗଦେବାକୁ ଆସିଥିବା ମୁଖ୍ୟମନ୍ତ୍ରୀଙ୍କୁ ମନଭରି ସ୍ୱାଗତ କରିଛନ୍ତି । ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରାରେ ସଭାସ୍ଥଳ ଫଟାଇଛନ୍ତି । ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଏବଂ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ(ବବି) ଦାସଙ୍କୁ ମଧ୍ୟ ପ୍ରଶଂସାରେ ପୋତି ପକାଇଛନ୍ତି ।

ସଭାମଞ୍ଚରେ ଉପସ୍ଥିତ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇ ତାରା କହିଥିଲେ, କୋରାପୁଟ/ଜୟପୁର ମାଟିର ସୌଭାଗ୍ୟ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଆମ କଲେଜକୁ ଆସିଛନ୍ତି । କଲେଜକୁ ବିଶ୍ୱବିଦ୍ୟାଳୟ ଘୋଷଣା କରି ଇତିହାସ ସୃଷ୍ଟି କରିଛନ୍ତି । ଏ ମାଟି ପ୍ରତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ବହୁତ ଦରଦ ଅଛି । ତାରା ତାଙ୍କ ଭାଷଣରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାରେ ଗଦ ଗଦ ହୋଇ ବାରମ୍ବାର ନବୀନ ପଟ୍ଟନାୟକ ଜିନ୍ଦାବାଦ ନାରା ଦେଇଥିଲେ । ନବୀନଙ୍କ ପାଇଁ ଲଗା ତାଳି ବୋଲି ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଡାକ ଛାଡ଼ିଥିଲେ ।

ଭାଷଣରେ ୫-ଟି ସଚିବ ପାଣ୍ଡିଆନ୍ ଏବଂ ବିଜେଡି ସାଂଗଠନିକ ସମ୍ପାଦକ ବବି ଦାସଙ୍କୁ ଧନ୍ୟବାଦ ଏବଂ ପ୍ରଶଂସା କରିଥିଲେ । କୋରାପୁଟ ମାଟିର ଉନ୍ନତି ପଛରେ ଦୁଇ ଜଣଙ୍କର ଉଦ୍ୟମକୁ ଇସାରା କରିଥିଲେ । ତାରା ଅତ୍ୟଧିକ ଉତ୍ସାହିତ ହୋଇ ବବି ଦାସଙ୍କୁ ଆମର ସାଂଗଠନିକ ସମ୍ପାଦକ ବୋଲି କହି ଦେଇଥିଲେ ।

ତାରାଙ୍କ ଭାଷଣ ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏବଂ ୫-ଟି ସଚିବ ଶ୍ରୀ ପାଣ୍ଡିଆନ୍ ମୁରୁକା ହସ ମାରୁଥିବା ଦେଖିବାକୁ ମିଳିଥିଲା ।

ସଭା ସରିଲା ପରେ ତାରାଙ୍କୁ ଗଣମାଧ୍ୟମ ପ୍ରତିନିଧିମାନେ ଘେରିଥିଲେ । ଆପଣଙ୍କ ମୁହଁରେ ନବୀନ ପଟ୍ଟନାୟକଙ୍କର ଏମିତି ବନ୍ଦନା? ବିଜେଡିରେ ଯୋଗ ଦେଉଛନ୍ତି କି ବୋଲି ପ୍ରଶ୍ନ କରିଥିଲେ । ମାତ୍ରା ତାରା ତାଙ୍କର ସ୍ୱଭାବ ସୁଲଭ ଢ଼ଙ୍ଗରେ କଥାଟାକୁ ହାଲୁକା କରିବାକୁ ଚେଷ୍ଟା କରିଥିଲେ । ନାଁ.. ନାଁ.. । କଂଗ୍ରେସ ଦଳରେ ଜନ୍ମ, କଂଗ୍ରେସରେ ମରିବି ବୋଲି ରୋକଠୋକ ଜଣାଇଥିଲେ । ସେ କହିଥିଲେ, ମୁଖ୍ୟମନ୍ତ୍ରୀ ଅମ ମାଟିକୁ ଅତିଥି ହୋଇ ଆସିଥିଲେ । ତାଙ୍କୁ ସ୍ୱାଗତ କରିବା ମୋର ଧର୍ମ । ରାଜନୀତି ଛାଡ଼ି ଘରେ ବସିବି ପଛେ । ମୋର ଦଳ ବଦଳେଇବାର ନାହିଁ । ବିଜେଡିବାଲା ମୋତେ ସବୁବେଳେ ଡାକୁଛନ୍ତି । କିନ୍ତୁ ମୋର ଯିବାର ନାହିଁ । କଂଗ୍ରେସ ବିଧାୟକ ହୋଇଥିଲେ ମଧ୍ୟ ମୁଁ ଯାହା ଚାହୁଁଛି, ସେୟା ହେଉଛି । ମୋର କାମ ଦରକାର ।

ତାରାଙ୍କ ଏଭଳି ସଫେଇ ପଛରେ ସତ୍ୟତା କେତେ ତାହା ଅଗକୁ ଜଣାପଡ଼ିବ । ମାତ୍ର ଆଜି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆଉ ଏକ ଦୃଶ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ମୁଖ୍ୟମନ୍ତ୍ରୀ ସଭାମଞ୍ଚକୁ ଗଲା ବେଳେ ତାଙ୍କୁ ସ୍ୱାଗତ କରିବା ପାଇଁ ପଛେ ପଛେ ପୂର୍ବତନ ବିଧାୟକ ରବି ନନ୍ଦ ଯାଉଛନ୍ତି । ସେତିକିବେଳେ ବିଜେଡି ସାଂଗଠନିକ ସମ୍ପାଦକ ଶ୍ରୀ ଦାସ ତାଙ୍କୁ ଟାଣି ମଞ୍ଚ ତଳକୁ ଓହ୍ଲାଇ ଆଣୁଛନ୍ତି । ଏହି ସମୟରେ ସେପଟୁ ସଭା ମଞ୍ଚକୁ ତାରା ବାହିନୀପତି ଚଢ଼ୁଥିବା ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳୁଛି ।

ଏହାକୁ ନେଇ ଭିନ୍ନ ଚର୍ଚ୍ଚା ହେଉଥିଲେ ମଧ୍ୟ ନିଜେ ଶ୍ରୀ ନନ୍ଦ ସ୍ୱାଭାବିକ ଉତ୍ତର ଦେଇଛନ୍ତି । କ’ଣ ଭାଇରାଲ୍ ହେଉଛି, ମୁଁ ଜାଣିନି । ମାତ୍ର ମୋତେ କେହି ଅପମାନିତ କରିନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି ।

Previous Post

ଡାକ୍ତର ତ୍ରିପାଠୀଙ୍କୁ ଜେରା କେବେ?

Next Post

ନେଉଥିବା ରାଜସ୍ୱ ତୁଳନାରେ ଓଡିଶାକୁ ଅର୍ଥ ଦେଉନି ରେଳବାଇ: ବିଜେଡି

Next Post
ନେଉଥିବା ରାଜସ୍ୱ ତୁଳନାରେ ଓଡିଶାକୁ ଅର୍ଥ ଦେଉନି ରେଳବାଇ: ବିଜେଡି

ନେଉଥିବା ରାଜସ୍ୱ ତୁଳନାରେ ଓଡିଶାକୁ ଅର୍ଥ ଦେଉନି ରେଳବାଇ: ବିଜେଡି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA